Posted inଖେଳ

‘ଭାରତୀୟ କ୍ରିକେଟକୁ ଭଲଭାବେ ବୁଝୁଥିବା ବ୍ୟକ୍ତି କୋଚ୍‌ ହେବେ’

ମୁମ୍ବାଇ, ୨୫।୫: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଫର ଦିଆଯାଇଥିଲା ବୋଲି ଯାହା ଆଲୋଚନା ହେଉଛି ତାହାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଖଣ୍ଡନ କରିଛନ୍ତି। ରାହୁଲ ଡ୍ରାଭିଡଙ୍କ ଉତ୍ତରାଧିକାରୀ ଜଣେ ଭାରତୀୟ ହେବେ, ଯିଏକି ଭାରତୀୟ କ୍ରିକେଟ ଢାଞ୍ଚାକୁ ଭଲଭାବେ ବୁଝିଥିବେ ବୋଲି ଶାହା ସ୍ପଷ୍ଟ କରିଛନ୍ତି। ଡ୍ରାଭିଡ କୋଚ୍‌ ପଦରେ ଅପରିବର୍ତ୍ତିତ ରହିବାକୁ ଆଗ୍ରହୀ ନ ଥିବା ବୋର୍ଡକୁ ଜଣାଇ ଦେଇଛନ୍ତି ବୋଲି ରିପୋର୍ଟମାନ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ହାଇ ପ୍ରୋଫାଇଲ ପୋଜିଶନ ପାଇଁ ତାଙ୍କୁ ଆପ୍ରୋଚ କରାଯାଇଥିଲା ଏବଂ ରିକି ପଣ୍ଟିଂ ଓ ଜଷ୍ଟିନ ଲାଙ୍ଗରଙ୍କ ପରି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଅନିଚ୍ଛା ପ୍ରକାଶ କରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହାକୁ ନେଇ ଶାହା ଏକ ବିବୃତି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ”ମୁଁ କିମ୍ବା ବିସିସିଆଇର ଅନ୍ୟ କେହି କୌଣସି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ କୋଚ୍‌ ଅଫର ଦେଇନାହୁଁ। କେତେକ ମିଡିଆରେ ଏ ସମ୍ପର୍କରେ ଯାହା ପ୍ରସାରିତ ହେଉଛି ସେଥିରେ ସତ୍ୟତା ନାହିଁ“।
ଉଭୟ ପଣ୍ଟିଂ ଓ ଲାଙ୍ଗର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମୁଖ୍ୟ କୋଚ୍‌ଭାବେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଦଳର ଦାୟିତ୍ୱରେ ଥିଲେ। ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସ ଦଳର ମେଣ୍ଟର ଥିବା ବିଶ୍ୱକପ ବିଜୟୀ ପୂର୍ବତନ ବ୍ୟାଟିଂ ତାରକା ଗୌତମ ଗମ୍ଭୀର କୋଚ୍‌ ଦୌଡ଼ର ସର୍ବାଗ୍ରେ ରହିଥିବା ଆକଳନ କରାଯାଉଛି। ”ଆମ ଜାତୀୟ ଦଳପାଇଁ ଉପଯୁକ୍ତ କୋଚ୍‌ ଲାଗି ଏକ କଷ୍ଟସାଧ୍ୟ ପ୍ରକ୍ରିୟା। ଏଥିପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଭାରତୀୟ କ୍ରିକେଟର ଢାଞ୍ଚାସହ ଭଲଭାବେ ପରିଚିତ ଥିବା ଜଣେ ବ୍ୟକ୍ତିଙ୍କ ସନ୍ଧାନରେ ଅଛୁ“। ପରବର୍ତ୍ତୀ କୋଚ୍‌ ପାଇଁ ଭାରତୀୟ ଘରୋଇ କ୍ରିକେଟ ପ୍ରତି ଗଭୀର ଜ୍ଞାନକୁ ମଧ୍ୟ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ରୂପେ ନିଆଯିବ ବୋଲି ଶାହା କହିଛନ୍ତି। କୋଚ୍‌ ପଦପାଇଁ ଆବେଦନର ଶେଷ ତାରିଖ ମେ’ ୨୭କୁ ଧାର୍ଯ୍ୟ କରାଯାଇଛି।
ପ୍ରକାଶ ଯୋଗ୍ୟ, ଗତ ଗୁରୁବାର ପଣ୍ଟିଂ ଦାବି କରିଥିଲେ ଯେ, ତାଙ୍କୁ ଏହି ପଦପାଇଁ ଆପ୍ରୋଚ୍‌ କରାଯାଇଥିଲା। ମାତ୍ର ବର୍ତ୍ତମାନ ତାଙ୍କ ଲାଇଫ୍‌ଷ୍ଟାଇଲ ସହ ଖାପ୍‌ ଖାଉ ନ ଥିବାରୁ ସେ ଏହାକୁ ଅସ୍ବୀକାର କରିଥିଲେ। ସେହିପରି ଲାଙ୍ଗର ଏ କ୍ଷେତ୍ରରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ” ମୁଁ ଏ ସମ୍ପର୍କରେ ରାହୁଲଙ୍କ ସହ ଆଲୋଚନା କରିଥିଲି। ସେ କହିଥିଲେ ଯେ, ଏକ ଆଇପିଏଲ୍‌ ଦଳରେ ଯଦି ପ୍ରେସର ଓ ପଲିଟିକ୍ସ ରହୁଛି ତେବେ ଭାରତୀୟ ଦଳକୁ କୋଚିଂ ଦେବାକୁ ହେଲେ ଏହାର ହଜାରେ ଗୁଣ ଅଧିକ ରହିବ। ତାଙ୍କର ଏହି ପରାମର୍ଶ ମୋତେ ଖୁବ୍‌ ଭଲ ଲାଗିଥିଲା“ ବୋଲି ବିବିସି ଷ୍ଟମ୍ପେଡ୍‌ ପୋଡକାଷ୍ଟକୁ ଲାଙ୍ଗର କହିଛନ୍ତି। ପୂର୍ବତନ ଇଂଲଣ୍ଡ ଏବଂ ବର୍ତ୍ତମାନର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁଖ୍ୟ କୋଚ୍‌ ଆଣ୍ଡି ଫ୍ଲାଓ୍ବାର ମଧ୍ୟ ନିଜକୁ ଏହି ଦୌଡ଼ରୁ ଓହରାଇ ନେଇଛନ୍ତି। ଫ୍ରାଞ୍ଚାଇଜ୍‌ କ୍ରିକେଟ ସହିତ ସମ୍ପୃକ୍ତ ରହି ସେ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri