Posted inଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ କିଏ ମାରିବ ବାଜି: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍‌ କଲେ ଭବିଷ୍ୟବାଣୀ

ଭାରତୀୟ ଦଳ ଆସନ୍ତା ମାସରୁ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଜିତିବାକୁ ଚାହୁଁଛି। ଏହାପୂର୍ବରୁ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ବ୍ରାଡ ହଗ ସିରିଜର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ ସୋସିଆଲ ମିଡିଆରେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ କିଏ ଜିତିବ ସେ ବିଷୟରେ କିଛି ଭବିଷ୍ୟବାଣୀ କରିବାକୁ ହଗଙ୍କୁ ଟୁଇଟରରେ ଜଣେ ୟୁଜର୍ସ ପଚାରିଥିଲେ। ହଗ ଏହାର ଉତ୍ତରରେ ଲେଖିଛନ୍ତି, ଭାରତ ନିଜକୁ ପ୍ରମାଣ କରିବାର ସୁଯୋଗ ପାଇବ। ଏବେ ମଧ୍ୟ ଇଂଲଣ୍ଡର ବ୍ୟାଟିଂରେ ସ୍ଥିରତା ଥିବା ପରି ମନେ ହେଉନାହିଁ। ତେଣୁ ଯେକୌଣସି ଟିମ୍‌ ଇଂଲଣ୍ଡକୁ ନି ମାଟିରେ ପରାସ୍ତ କରିପାରିବ।
ଭାରତୀୟ ଦଳ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୧୦ରୁ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳ ଦୀର୍ଘ ସମୟ ବିଶ୍ରାମ ନେଉଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ
ପ୍ରଥମ ଟେଷ୍ଟ: ଅଗଷ୍ଟ ୪ରୁ (ଟ୍ରେଣ୍ଟ ବ୍ରିଜ)
ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୧୨ରୁ (ଲଡର୍‌ସ)
ତୃତୀୟ ଟେଷ୍ଟ: ଅଗଷ୍ଟ ୨୫ (ହେଡିଙ୍ଗଲି)
ଚତୁର୍ଥ ଟେଷ୍ଟ: ସେପ୍ଟେମ୍ବର ୨ରୁ
ପଞ୍ଚମ ଟେଷ୍ଟ: ୧୦ ସେପ୍ଟେମ୍ବରରୁ (ଓଲ୍ଡ ଟ୍ରାଫର୍ଡ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ...

ଅଶ୍ୱାରୋହୀ ମିର୍ଜାଙ୍କୁ ଐତିହାସିକ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୨୪।୧୧- ଅଶ୍ୱ ଚାଳନାରେ ଦୁଇଥର ଏସୀୟ ପଦକ ବିଜେତା ଫଓ୍ବାଦ ମିର୍ଜା ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଦୀର୍ଘ ୨୦...

ଏହି ବୋଲର୍‌ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍‌ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା...

ପିତା ହେବା କଥା ଶୁଣି ବିରାଟ କୋହଲିଙ୍କ ପ୍ରତିକ୍ରିୟା ଥିଲା ଏମିତି, କଲେ ଖୁଲାସା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୨୦୨୧ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନ...

‘ପୂରା ହେବାକୁ ଯାଉଛି ଦୀର୍ଘ ଦିନର ସ୍ବପ୍ନ’

ନୂଆଦିଲ୍ଲୀ, ୨୨ା୨- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସତ ହେବାକୁ ଯାଉଛି କର୍ନାଟକ ଅଲରାଉଣ୍ଡର କ୍ରିଷ୍ଣପ୍ପା ଗୋଥାମଙ୍କ ଦୀର୍ଘ ଦିନର ସ୍ବପ୍ନ। ୟୁଏଇରେ ଅନୁଷ୍ଠିତ...

ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆର ବ୍ରିସବେନଠାରେ ଖଳାଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ଉଇକେଟରେ ଜିତି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଋଷଭ...

ମଣିଷ ଯେହେତୁ ଭୁଲ ତ ହେବ: ଗାଙ୍ଗୁଲି

କୋଲକାତା,୨୪।୫: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଏହାକୁ ନେଇ ପ୍ରଶଂସକ ଚିନ୍ତାରେ ଥିବା ବେଳେ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ପାନ୍ଥର୍ସ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୭...

Advertisement
Archives

Model This Week