Posted inଜାତୀୟ

କିଏ ହେବେ ପରବର୍ତ୍ତି ଶିକ୍ଷା ମନ୍ତ୍ରୀ? ସଞ୍ଜୟ ରାଉତ କଲେଣି ବଡ଼ ଦାବି

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଫଡନାଭିସଙ୍କୁ ଦିଲ୍ଲୀ ଡକାଯାଇଛି ଏବଂ ତାଙ୍କୁ ଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇପାରିବ। ରାଉତ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ ଦେଶର ଗଣତନ୍ତ୍ର ୧୨ ବର୍ଷ ଧରି ICUରେ ଥିଲା। ଏବେ ଏହାକୁ ଅମ୍ଳଜାନ ମିଳିଛି।
ଶିବସେନା (UBT) ନେତା ସଞ୍ଜୟ ରାଉତ କହିଛନ୍ତି, ‘ମୁଁ ବିଶ୍ୱାସ କରେ ଯେ ଦେବେନ୍ଦ୍ର ଫଡନାଭିସ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନ ନେବାକୁ ଆଗକୁ ବଢିପାରନ୍ତି।’ ସେ ଆହୁରି କହିଛନ୍ତି ଯେ ବଡ଼ ସଂଘର୍ଷ ହୋଇଛି, ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ସହିତ ସାରା ଦେଶରେ ପ୍ରତିବାଦ ହୋଇଛି। ଲକ୍ଷ୍ନୌ, ପାଟନା, କୋଲକାତାରେ ଯୁବକମାନେ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ, ଏବଂ ସେହି ସଂଘର୍ଷ ଫଳ ଦେଇଛି; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରାଥମିକ ଦାବି ଥିଲା।’

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ବୈଠକ ପରେ କହିଲା ସରକାର ଗ୍ରହଣ କଲେ ସମସ୍ତ ଦାବି

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

କୁଆଁରମୁଣ୍ଡା-ପଦମପୁର ରାସ୍ତା ଶୋଚନୀୟ: କାଦୁଅରେ ଗଡ଼ି ଆନ୍ଦୋଳନକାରୀଙ୍କ ପ୍ରତିବାଦ

କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି…

‘ଆସିଗଲା ସରକାର ଗାଦିଚ୍ୟୁତ ହେବାର ସମୟ’, ରାହୁଲଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….

ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପେଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

ଜଣାପଡିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପଛର କାରଣ? ରାଜ୍ୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। NEET-UG ପରୀକ୍ଷାରେ ଅନିୟମିତତା, ପେପର ଲିକ ବିବାଦ ଏବଂ ଏହାର ପ୍ରତିବାଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri