ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌? ରେସ୍‌ରେ ୩ କ୍ରିକେଟର

ନୂଆଦିଲ୍ଲୀ,୧୫।୫: ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ଏକ ବଡ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ।

ମେ ୧୩ ତାରିଖରେ ବିସିସିଆଇ ପକ୍ଷରୁ ବଡ ଘୋଷଣା କରାଯାଇଥିଲା । ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଶେଷ ହେବାକୁ ଯାଉଛି । ତେବେ ଶୁଣିବାକୁ ମିଳୁଛି ରାହୁଲ ଦ୍ରାବିଡ ପୁଣି ହେଡ କୋଚ ପଦବୀ ପାଇଁ ଆବେଦନ କରିପାରନ୍ତି । ତାଙ୍କ ବାଦ ଆଉ କେଉଁ କିମ୍ବଦନ୍ତୀ କ୍ରିକେଟର ମୁଖ୍ୟ କୋଚ ପାଇଁ ଦାବିଦାର ଅଛନ୍ତି, ଆସନ୍ତୁ ଜାଣିବା…

VVS ଲକ୍ଷ୍ମଣ: ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ସବୁଠାରୁ ଅଧିକ ପସନ୍ଦ ତଥା ଡିମାଣ୍ଡଡେ ହେଉଛନ୍ତି ପୂର୍ବତନ କ୍ରିକେଟର VVS ଲକ୍ଷ୍ମଣ । ୪୯ ବର୍ଷୀୟ ଲକ୍ଷ୍ମଣ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ (NCA) ର ମୁଖ୍ୟ ଅଛନ୍ତି । ଦ୍ରାବିଡ ଛୁଟିରେ ଥିବାବେଳେ ଲକ୍ଷ୍ମଣ ସିନିଅର ଟିମର ପ୍ରଶିକ୍ଷକ କାମ ବି କରୁଥିଲେ । ତେଣୁ ଲକ୍ଷ୍ମଣ ଭାରତୀୟ ଦଳର ପରବର୍ତ୍ତୀ ହେଡ କୋଚ ହୋଇପାରନ୍ତି ।

ଗୌତମ ଗମ୍ଭୀର: ଗତ ଦଶ ବର୍ଷ ମଧ୍ୟରେ ଶୀର୍ଷ ସ୍ତରରେ କ୍ରିକେଟ ଖେଳିଥିବା ଗମ୍ଭୀର କ୍ରିକେଟରେ ତାଙ୍କ ଦକ୍ଷତା ଏବଂ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ବେଶ ଦକ୍ଷ। KKRର ଅଧିନାୟକ ଥିବା ବେଳେ ଦୁଇ ଦୁଇଟି IPL ଟ୍ରଫି ହାତେଇଥିଲେ ଗମ୍ଭୀର । ସେହିଭଳି ୨୦୦୭ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପରେ ତାଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଭାରତ ବିଶ୍ବ ଚାମ୍ପିୟନ ହୋଇଥିଲା । ତେଣୁ ଗମ୍ଭୀର ମଧ୍ୟ ମୁଖ୍ୟ କୋଚ ଦୌଡରେ ରହିଛନ୍ତି ।

ଜଷ୍ଟିନ ଲାଙ୍ଗର: ଅଷ୍ଟ୍ରେଲିଆ ଦଳର ମୁଖ୍ୟ କ୍ରିକେଟ କୋଚ ଜଷ୍ଟିନ ଲାଙ୍ଗର ଭାରତୀୟ ଦଳର କୋଚ ହେବା ଦୌଡରେ ଅଛନ୍ତି । ନିକଟରେ ସେ ହେଡ କୋଚ ହେବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । କଙ୍ଗାରୁ ଟିମ ଟି-୨୦ ବିଶ୍ବକପ ବିଜୟୀ କରାଇବା ହେଉ କିମ୍ବା ଆସେସ ବିଜୟୀ କରାଇବା ସବୁଥିରେ ପ୍ରମୁଖ ଭୂମିକା ତୁଲାଇଥିଲେ ଜଷ୍ଟିନ ଲାଙ୍ଗର । ତେବେ ସେ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ ରେସରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?