Posted inରାଜ୍ୟ

କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା! କ୍ଲିଅର କଲେ ତାରା

ଭୁବନେଶ୍ୱର,୨୬।୭: ଚଳିତ ନିର୍ବାଚନରେ ଆପାତତଃ ଭଲ କରିଥିଲେ ମଧ୍ୟ ଏବେ ବି ବହୁ ପଛରେ ପଡିଛି କଂଗ୍ରେସ । ନିର୍ବାଚନ ସରିବାର ମାସେ ପରେ ବି ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସ୍ଥିତିରେ ଗତି କରୁଛି। ବିଧାନସଭା ଦିନକ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ଭାଙ୍ଗି ବିଭିନ୍ନ ପଦ ପଦବୀରେ ନିଯୁକ୍ତି କରିଥିଲା । ଏଥିରେ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତ କରିଥିବା ବେଳେ ଉପନେତା ଭାବେ ଅଶୋକ ଦାସ , ଏବଂ ସିଏସ ରାଜନ ଏକ୍କା କଂଗ୍ରେସ ମୁଖ୍ୟ ସଚେତକ ଭାବେ ବଛାଯାଇଛନ୍ତି । ହେଲେ ଏବେବି ଖାଲି ପଡିଛି ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ପଦ । ଯାହାକୁ ନେଇ ଅନେକଙ୍କ ନାଁ ଚର୍ଚ୍ଚରେ ଥିବା ବେଳେ ସେମାନଙ୍କ ମଧ୍ୟରୁ କିଏ ହେବେ ପିସିସି ସଭାପତି ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାନ ବାହିନୀ ପତି କ୍ଲିଅର କରିଛନ୍ତି।

କହିରଖୁଛୁ କି, ପିସିସି ସଭାପତି ପଦ ପାଇଁ ସପ୍ତଗିରି ଉଲାକାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ତାରା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏନେଇ ତାରା କହିଛନ୍ତି, ସପ୍ତଗିରି ଉଲାକା ପିସିସି ସଭାପତି ହେଲେ ଭଲ ହେବ । ରାମଚନ୍ଦ୍ର କାଡାମଙ୍କ ଅଧୀନରେ ବିଧାନସଭାର ଦାୟିତ୍ୱ ରହିଛି ତେଣୁ ସପ୍ତଗିରିଙ୍କ ଅଧୀନରେ କାମ କରିବାରେ ତାଙ୍କର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ତାରା । ଖାଲି ସେତିକି ନୁହେଁ ସପ୍ତଗିରିଙ୍କ ସମର୍ଥନରେ ଏଆଇସିସିଙ୍କୁ ଚିଠି ଲେଖିବେ ବୋଲି ତାରା କହିଛନ୍ତି । ଏହା ସହ ସେ ଏହା ବି କହିଛନ୍ତି, ଆମ ଭିତରେ ସମ୍ପର୍କକୁ ନେଇ ଯାହା ଚର୍ଚ୍ଚା ଚାଲିଛି, ତାହା ଦିନରେ ବାଡାବାଡ଼ି ଓ ରାତିରେ କୋଳାକୋଳି ଭଳି । ତେଣୁ ସେ ପିସିସି ସଭାପତି ହେଲେ ମୋର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ତାରା ।

ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ରାଜ୍ୟ କଂଗ୍ରେସର ଏହି ଉଚ୍ଚ ପଦବୀ ପାଇଁ ଆଦିବାସୀ କାର୍ଡ ଖେଳିପାରେ ଦଳ। କୋରାପୁଟ ଏମପି ସପ୍ତଗିରି ଉଲାକା ହୋଇପାରନ୍ତି ପରବର୍ତ୍ତୀ ପିସିସି ସଭାପତି। ଚର୍ଚ୍ଚା ହେଉଛି, ରାଜ୍ୟ କଂଗ୍ରେସର ଏକମାତ୍ର ଏମପି ଭାବେ ସପ୍ତଗିରି ଉଲାକାଙ୍କ ପତିଆରା ବଢୁଛି। ବିଧାୟକ ଦଳ ନେତା ଚୟନ ବେଳେ ବି ଏକଥା ଦେଖିବାକୁ ମିଳିଛି। ଉଲାକାଙ୍କ ଗୋଷ୍ଠୀର ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ଦାୟିତ୍ୱ ଦେଇଛି ଦଳ । ପିସିସି ସଭାପତି ରେସରେ ଉଲାକା ସବୁଠୁ ଆଗରେ ରହିଥିବା ତାରାଙ୍କ ବୟାନ ଚର୍ଚ୍ଚା ବଢାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri