Posted inଜାତୀୟ

‘ଯିଏ କହୁଥିଲା, ଗଙ୍ଗା ଡାକିଛନ୍ତି, ସେ ମା’ ଗଙ୍ଗାଙ୍କୁ କନ୍ଦାଇଛନ୍ତି’

ନୂଆଦିଲ୍ଲୀ,୧୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଙ୍ଗା ନଦୀରେ ମୃତଦେହ ଭାସିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ରାହୁଲ ଟୁଇଟରେ ‘ଯିଏ କହୁଥିଲା, ଗଙ୍ଗା ଡାକିଛନ୍ତି, ସେ ମା’ ଗଙ୍ଗାଙ୍କୁ କନ୍ଦାଇଛନ୍ତି’ ଉଲ୍ଳେଖ କରିଛନ୍ତି। ରାହୁଲ ମୋଦିଙ୍କ ନାମ ନ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଟୁଇଟରେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଗଙ୍ଗା କୂଳରୁ ହଜାର ହଜାର ମୃତଦେହ ମିଳିଛି। ଏପରି କି କାନପୁରର ଶେରେଶ୍ୱର ଘାଟ ଅଞ୍ଚଳରେ ମଧ୍ୟ ଶତାଧିକ ମୃତଦେହ ପୋତି ଦିଆଯାଇଥିବା ତଥ୍ୟ ଦିଆଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ କରି ବଲିଆ ଏବଂ ଗାଜୀପୁର ଗଙ୍ଗା ନଦୀରେ ମୃତଦେହ ଭାସୁ ଥିବା ଉଲ୍ଳେଖ କରିଥିଲେ। କରୋନା ମୃତକଙ୍କ ଯେତିକି ସରକାରୀ ସଂଖ୍ୟା କୁହାଯାଉଛି ତାହା ସଠିକ ନୁହେଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳେଶଙ୍କ ଦୃଢ଼ୋକ୍ତି, ସାଇକେଲ ବୋହି ନେବ ୪୦୦ ଆସନ…

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମାଜବାଦୀ ପାର୍ଟି (ଏସ୍‌ପି) ପକ୍ଷରୁ ଅଖିଳେଶ ଯାଦବ କହିଛନ୍ତି ଯେ, ରାଜ୍ୟର ଭାଜପା ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ୩୦ ଖେଳାଳି ଫେରାଇବେ ପଦକ

ନୂଆଦିଲ୍ଲୀ,୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ଏବେ ପଦ୍ମଶ୍ରୀ ଏବଂ ଅର୍ଜୁନ ସମ୍ମାନରେ...

କମଲନାଥ, ଜ୍ୟୋତିରାଦିତ୍ୟଙ୍କୁ ପଛରେ ପକାଇ ବାଜି ମାରିବେ ଦିଗ୍‌ବିଜୟ: ଭାଜପା ନେତା

ଭୋପାଳ,୧।୯: ମଧ୍ୟପ୍ରଦେଶରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଅଙ୍କକଷା ଛିଡୁନ ଥିବା ବେଳେ ଏବେ ଏହାକୁ ନେଇ ଭାଜପା ନେତା ଟିପ୍ପଣୀ ଦେବା ଆରମ୍ଭ କଲେଣି।...

ତେଜ ପ୍ରତାପଙ୍କ ଟୁଇଟ୍‌କୁ ନେଇ ବଢୁଛି ଚର୍ଚ୍ଚା

ପାଟନା,୧୧।୪:ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜର ନିଆରା କାର୍ଯ୍ୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ...

ମରଣ ମୁହଁରୁ ବର୍ତ୍ତିଲେ

ହାଇଦ୍ରାବାଦ, ୨୫।୧୧: ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ଏକ ଅଘଟଣ ଟଳି ଯାଇଛି। ଜଣେ ୩୧ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଆଫ୍ରିକୀୟ ସିଂହର ଏନକ୍ଲୋଜର ମଧ୍ୟରେ...

ହଟିଲା କରୋନା କଟକଣା: ଟ୍ରେନ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ମୁମ୍ବାଇ,୩୧।୩: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ ହଟାଇଦିଆଯାଇଛି। ଇତିମଧ୍ୟରେ ଗୁରୁବାର ମହାରାଷ୍ଟ୍ର ସରକାର...

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ରାହୁଲଙ୍କୁ ଦେବେଗୌଡ଼ାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯ା୫: ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପରେ ଜେଡିଏସ୍‌ ସୁପ୍ରିମୋ ଦେବେଗୌଡା କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶନିବାର ସମର୍ଥନ କରିଛନ୍ତି।...

ଦେଶଭକ୍ତି ଏବଂ ନୈତିକ ମୂଲ୍ୟବୋଧ ଫିଲ୍ମକୁ ପୁରସ୍କୃତ କରିବ ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୩୦।୭: ଦେଶଭକ୍ତି, ରାଷ୍ଟ୍ରୀୟ ସୁରକ୍ଷା, ନୈତିକ ତଥା ପାରିବାରିକ ମୂଲ୍ୟବୋଧ ଫିଲ୍ମକୁ ଆର୍‌ଏସ୍‌ଏସ୍‌ ପକ୍ଷରୁ ପୁରସ୍କୃତ କରାଯିବ। ଆର୍‌ଏସ୍‌ଏସ୍‌ର ଶାଖା ଭାରତୀୟ ଚିତ୍ର ସାଧନା ପକ୍ଷରୁ...

Advertisement
Archives

Model This Week