ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମରେ ୧୫୦୦୦ ଲୋକଙ୍କର ହୋଇଛି ମୃତ୍ୟୁ: ଡବ୍ଲୁଏଚଓ

ଜେନେଭା,୮ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁରୋପର କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ହଂସ ହେନରି କ୍ଲୁଜ ସୋମବାର କହିଛନ୍ତି, ଚଳିତ ବର୍ଷ ୟୁରୋପରେ ଗରମ ଯୋଗୁ ଅତିକମରେ ୧୫,୦୦୦ଙ୍କ ମୃତ୍ୟୁ ହୋଇଛି । କ୍ଲୁଜ ଏକ ବୟାନରେ କହିଛନ୍ତି, ଏବେ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଥିବା ଦେଶର ସଂଖ୍ୟା ଆଧାରରେ ଅନୁମାନ କରାଯାଇଛି କି ୨୦୨୨ରେ ବିଶେଷ ଭାବେ ଗରମ ଯୋଗୁ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ସ୍ପେନରେ ପ୍ରାୟ ୪,୦୦୦, ପର୍ତ୍ତୁଗାଲରେ ୧,୦୦୦ରୁ ଅଧିକ, ବ୍ରିଟେନରେ ୩,୨୦୦ରୁ ଅଧିକ ଓ ଜର୍ମାନୀରେ ୪,୫୦୦ରୁ ଅଧିକ ମୃତ୍ୟୁ ହୋଇଥିବା କୁହାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ତିନି ମାସ ମଧ୍ୟରେ ଦିଆଯାଇଥିବା ରିପୋର୍ଟରେ ଏହି ସୂଚନା ରହିଛି ।

ଡବ୍ଲୁଏଚଓର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଯେ, ଉତ୍ତାପ ଯୋଗୁ ଅଧିକାଂଶ ଦେଶରେ ମୃତ୍ୟୁ ସଂଖ୍ୟା ବଢୁଛି ଓ ଆଗକୁ ଏହା ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ଉଦାହରଣ ସ୍ୱରୂପ ଫ୍ରାନ୍ସର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଷ୍ଟାଟିସଟିକ୍ସ ଆଣ୍ଡ ଇକୋନମିକ ଷ୍ଟଡିଜ(ଆଇଏନ୍‌ଏସଇଇ) ରିପୋର୍ଟ କହିଛି ଯେ ୨୦୧୯ରେ (କୋଭିଡ ୧୯ ମହାମାରୀ ପୂର୍ବରୁ ଗତ ବର୍ଷ) ଏହି ସମୟ ତୁଳନାରେ ଜୁନ ୧ରୁ ଅଗଷ୍ଟ ୨୦୨୨ ମଧ୍ୟରେ ୧୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଇଏନଏସଇଇ କହିଛି ଏହି ସଂଖ୍ୟା ଜୁନର ମଧ୍ୟଭାଗରେ ସମୟ ପୂର୍ବରୁ ପ୍ରାରମ୍ଭିକ ଉତ୍ତାପ ପରେ ସାମ୍ନାକୁ ଆସିଛି, ଯାହା ସାଧାରଣ ଭାବେ ଜୁଲାଇ ମଧ୍ୟ ଭାଗରେ ହିଟୱେଭ ଆସିବାର ସମ୍ଭାବନା ଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?