Posted inଜାତୀୟ

ମନ୍ଦିରର ମାଲିକ କିଏ, ଭଗବାନ ନା ପୁରୋହିତ, ଏସ୍‌ସିଙ୍କ ଫଇସଲା…

ନୂଆଦିଲ୍ଲୀ,୭।୯: ମନ୍ଦିରରେ ପ୍ରତିଷ୍ଠିତ ଦେବତା ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ। ପୁରୋହିତ କେବଳ ପୂଜା କରିବା ଏବଂ ଦେବତାଙ୍କର ସମ୍ପତ୍ତିର ଜଗାରଖା ପାଇଁ ନିୟୋଜିତ ଅଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ପତ୍ତି ସମ୍ବନ୍ଧୀୟ ରାଜସ୍ବ ରେକର୍ଡରୁ ପୁରୋହିତଙ୍କ ନାମ ହଟାଇବା ସହିତ ଜାରି ହୋଇଥିବା ସର୍କୁଲାରକୁ ସମର୍ଥନ କରି ସୁପ୍ରିମକୋର୍ଟ ଏହି ରାୟ(ଏସ୍‌ସି) ଦେଇଛନ୍ତି।

ପୂର୍ବରୁ ମଧ୍ୟପ୍ରଦେଶ ଜମି ରାଜସ୍ବ ସଂହିତା-୧୯୫୯ର ଏହି ସର୍କୁଲାରକୁ ରାଜ୍ୟ ହାଇକୋର୍ଟଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ପୁରୋହିତଙ୍କ ଦ୍ୱାରା ହେଉଥିବା ବେଆଇନ ଜମି ବିକ୍ରୟରୁ ମନ୍ଦିର ସମ୍ପତ୍ତିର ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକାରୀ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପୁରୋହିତମାନେ ଯୁକ୍ତି କରିଥିଲେ ଯେ ସେମାନଙ୍କୁ ଭୂମିସ୍ବାମୀ (ମାଲିକାନା) ଅଧିକାର ଦିଆଯାଇଛି ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କଠାରୁ ଏସବୁ ସମ୍ପତ୍ତି ଫେରାଇ ନିଆଯାଇପାରିବ ନାହିଁ।

ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ଏ.ଏମ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ହୋଇଥିବା ରାୟ ସମେତ ପୂର୍ବ କୋର୍ଟେ ବିଚାର ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ପୁରୋହିତ ଜଣେ ମୌରୁସି କାସ୍ତକାର ନୁହଁନ୍ତି। ଅର୍ଥାତ୍‌ ସେ ଜମିର ମାଲିକ କିମ୍ବା ସରକାରୀ ଲିଜଧାରୀ କିମ୍ବା ଜମିର ଜଣେ ସାଧାରଣ ମାଲିକ ନୁହଁନ୍ତି। ବରଂ ଏହାକୁ ପରିଚାଳନା ଉଦ୍ଦେଶ୍ୟରେ ରାଜସ୍ବ ବିଭାଗ ଦ୍ୱାରା ତାଙ୍କୁ ନିଯୁକ୍ତ କରାଯାଇଛି। ପୁରୋହିତ କେବଳ ଦେବତାଙ୍କର ସମ୍ପତ୍ତି ପରିଚାଳନା ପାଇଁ  ଅନୁଦାନକର୍ତ୍ତା।

ଯଦି ପୁରୋହିତ ପୂଜା କରିବା ଏବଂ ଜମି ପରିଚାଳନା କରିବା ଇତ୍ୟାଦି ତାଙ୍କୁ ଦିଆଯାଇଥିବା କାର୍ଯ୍ୟ କରିବାରେ ବିଫଳ ହୁଅନ୍ତି, ତେବେ ଏପରିସ୍ଥଳେ ଅନୁଦାନକର୍ତ୍ତାଙ୍କୁ ବଦଳାଯାଇପାରିବ ବୋଲି ଶୀର୍ଷ କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?