ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଥିବା କିଏ ସେହି ମହିଳା ରେସଲର୍‌ ଭିନେଶ ଫୋଗାଟ, ଡାକ୍ତର, ଇଞ୍ଜିନିୟର ଛାଡି କାହିଁକି ହୋଇଗଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୭।୮: ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଭିନେଶ ଫୋଗାଟଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଇଛି। କାରଣ ଅଲିମ୍ପିକ୍ସରେ ଭିନେଶ ଫୋଗଟ ଡିସ୍କ୍ବାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଥିବା ସୂଚନା ମିଳିଛି। ୫୦ କେଜିଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବାରୁ ସେ ଫାଇନାଲ ପୂର୍ବରୁ କଟି ଯାଇଛନ୍ତି।

ତେବେ ଗତକାଲି ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶରେ ଆନନ୍ଦର ଲହରି ଖେଳି ଯାଇଥିଲା। ତାଙ୍କୁ ନେଇ ଜୋରସୋରରେ ଆଲୋଚନା ମଧ୍ୟ ଜାରି ରହିଥିଲା। ହେଲେ ତାଙ୍କର ଅଲିମ୍ପିକ୍ସରେ ମେଡାଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। କିନ୍ତୁ ସେ ଗତକାଲି ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍ର ଓକସାନା ଲିଭାଚଙ୍କୁ ହରାଇଥି ଇତିହାସ ରଚିଥିଲେ ଭିନେଶ।

କୁସ୍ତି ଦୁନିଆରେ ନିଜର ନାମ ପରିଚୟ ସୃଷ୍ଟି କରିଥିବା ଭିନେଶ ଫୋଗାଟ, ହରିୟାଣାର ଭବାନୀଠାରେ ଜନ୍ମଗ୍ରହଣ କରିଥିଲେ। ହରିୟାଣା ମାଟି ଯେଉଁଠି ଘରେଘରେ କୁସ୍ତିଯୋଦ୍ଧା ଥାଆନ୍ତି ସେହି ମାଟିରେ ଜନ୍ମ ହୋଇ ଭିନେଶଙ୍କର କୁସ୍ତିଯୋଦ୍ଧା ଆଗ୍ରହ ମଉଳିଯିବ ବା କେମିତି।

ଅଧ୍ୟୟନରେ ଆଗ୍ରହ ଥିବା ସତ୍ତ୍‌ ଭିନେଶ ଫୋଗାଟ ଅନ୍ୟ ଝିଅମାନଙ୍କ ପରି ଡାକ୍ତର ଇଞ୍ଜିନିୟର ହୋଇ ନ ଥିଲେ। ଭିନେଶ ଫୋଗାଟଙ୍କ ପରିବାର ଆରମ୍ଭରୁ କୁସ୍ତି ସହ ଜଡିତ ଥିଲେ ଏବଂ ତାଙ୍କ ମାମୁଁ ଜାତୀୟ ସ୍ତରର ରେସଲର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ମାମୁଁ ମହାବୀର ସିଂ ଫୋଗାଟ ଜଣେ ଜଣାଶୁଣା କୁସ୍ତି ପ୍ରଶିକ୍ଷକ। ମହାବୀର ସିଂ ଫୋଗାଟ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଛନ୍ତି। କହିରଖୁଛୁ କି, ପାରିବାରିକ କୁସ୍ତିରେ ସମସ୍ତଙ୍କୁ ଦେଖି ଭିନେଶ ଫୋଗାଟଙ୍କ କୁସ୍ତି ପ୍ରତି ଆଗ୍ରହ ମଧ୍ୟ ବଢିଥିଲା ଏବଂ ସେ ତାଙ୍କ ମାମୁଁଙ୍କଠାରୁ କୁସ୍ତିର କୌଶଳ ଶିଖିବାକୁ ଲାଗିଲେ। ସେ ପିଲାଟିଦିନରୁ କୁସ୍ତି ଆରମ୍ଭ କରିଥିଲେ, ଯଦିଓ ଏହା ଏତେ ସହଜ ନ ଥିଲା। କାରଣ ଝିଇମାନଙ୍କୁ ଅନେକ ପ୍ରତିବନ୍ଧକରେ ରଖାଯାଉଥିଲା। ଏହା ପରେ ମଧ୍ୟ ଭିନେଶ ଫୋଗାଟ ଡାକ୍ତର ଏବଂ ଇଞ୍ଜିନିୟର ହେବା ପରିବର୍ତ୍ତେ ରେସଲର ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ।

କୁସ୍ତିରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିବା ବିନେଶ ଫୋଗଟ ଗୋଟିଏ ପରେ ଗୋଟିଏ ଅନେକ ରେକର୍ଡ ସୃଷ୍ଟି କରିଥିଲେ। କୁସ୍ତି ପ୍ରତିଯୋଗିତାରେ ଭିନେଶ ଅନେକ ସଫଳତା ହାସଲ କରିଥିଲେ। ତିନିଥର (୨୦୧୬,୧୦୧୭,୧୦୧୮) କମନଓ୍ବେଲଥ ଚାମ୍ପିଅନସିପ୍‌ରେ ଭିନେଶ ଫୋଗେଟ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ। ଯଦିଓ ୨୦୧୬ ରିଓ ଅଲିମ୍ପିକ୍ସରେ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା, ସେ ଅନେକ ମାସ ଧରି ଖେଳରୁ ଦୂରେଇ ଯାଇଥିଲେ। କିନ୍ତୁ ସେ ବହୁତ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮ରେ ସେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ। ଏଥିସହ ଚାମ୍ପିୟନଶିପ୍‌ ରେ ଭିନେଶ ଦୁଇଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri