Posted inଖେଳ

କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି କରିଥିବା ଭାମସି କ୍ରିଷ୍ଣା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୧।୨: ସି.କେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ଭାମସି କ୍ରିଷ୍ଣା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରି ଇତିହାସ ସୃଷ୍ଟି କରିଥିଲେ। ଏହା ସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଏବଂ ଋତୁରାଜ ଗାଇକ୍ୱାଡଙ୍କ କ୍ଲବରେ ଯୋଗ ଦେଇଥିଲେ।
କଡପାରେ ରେଳବାଇ ବିପକ୍ଷ ମ୍ୟାଚରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାମସି ବିସ୍ଫୋରକ ପ୍ରଦର୍ଶନ କରିଥିଲେ। ରେଲୱେ ବୋଲର ଦାମନଦୀପ ସିଂଙ୍କ ବିପକ୍ଷରେ ଭାମିସି ଏକ ଅଦ୍ଭୁତ ଇନିଂସ ଖେଳିଥିଲେ। ଏହି ଓଭରରେ ସେ ୬ଟି ଛକା ମାରି ୩୬ ରନ ସ୍କୋର କରିଥିଲେ। ଏହି ବିସ୍ଫୋରକ ଇନିଂସ ଆଧାରରେ ଭାମସି ୫୪ ବଲରେ ଶତକ ପୂରଣ କରିଥିଲେ। ଏହି ମ୍ୟାଚ୍‌ରେ ସେ ରେଳବାଇ ବିପକ୍ଷରେ ୬୪ ବଲରେ ୧୧୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ରବି ଶାସ୍ତ୍ରୀ (୧୯୮୫), ଯୁବରାଜ ସିଂ (୨୦୦୭) ଏବଂ ରୁତୁରାଜ ଗାଇକ୍ୱାଡ (୨୦୨୨) ଙ୍କ ପରେ ସେ ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଓଭରରେ ଛକା ମାରିଥିଲେ।
ଏହି ଅବଧି ମଧ୍ୟରେ ତାଙ୍କ ବ୍ୟାଟରୁ ୧୨ ଛକା ଓ ଚାରି ଚୌକା ମାରିଥିଲେ। ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଭାମସିଙ୍କ ଛକାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛି।
ଆନ୍ଧ୍ରପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ୩୨ ବର୍ଷୀୟ ଭାମସି ୨୫ ଡିସେମ୍ବର ୧୯୯୧ ରେ ଆନ୍ଧ୍ରପ୍ରଦେଶର ଚିମାକୁର୍ତ୍ତୀରେ ଜନ୍ମଗ୍ରହଣ କରିଥିଲେ। ସେ ଅଳ୍ପ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ୨୦୧୨ରେ ପ୍ରଥମ ଶ୍ରେଣୀ କ୍ରିକେଟ ରେ ଡେବ୍ୟୁ କରିବାର ସୁଯୋଗ ପାଇଲେ।ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଫର୍ମାଟରେ ୧୧ଟି ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ୧୫ ଇନିଂସରେ ୨୬୭ ରନ କରିଛନ୍ତି। ଏଥି ସହିତ ଭାମସି ଚାରୋଟି ତାଲିକା ଏ ମ୍ୟାଚରେ ୧୭ ରନ ସଂଗ୍ରହ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri