Posted inଖେଳ

ସବୁଠାରୁ ବୟସ୍କ ଟି-୨୦ ବିଶ୍ୱକପ୍‌ ଜିତିଥିବା କ୍ୟାପଟେନ କିଏ? ଲିଷ୍ଟର ଟପ୍‌ରେ ଭାରତୀୟ ଷ୍ଟାର୍‌ଙ୍କ ନାଁ

ନୂଆଦିଲ୍ଲୀ,୩୦।୬: ଟି-୨୦ ୨୦୨୪ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ୧୭ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ରୋହିତ ୩୭ ବର୍ଷ ବୟସରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଟି-୨୦ ବିଶ୍ୱକପ ଜିତିବାରେ ସର୍ବ ପୁରାତନ ଅଧିନାୟକ କିଏ? ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ୨୦୨୧ରେ ୩୪ବର୍ଷ ବୟସରେ ଏହି ଟାଇଟଲ ଜିତିଥିଲେ। ତେବେ ସବୁଠାରୁ ଅଧିକ ବୟସରେ ବିଶ୍ୱକପ ଜିତିଥିବା ଅଧିନାୟକଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିବା ରୋହିତ ଶର୍ମା ବିଶ୍ୱକପ ଜିତିବାରେ ସର୍ବ ପୁରାତନ ଅଧିନାୟକ ହୋଇଛନ୍ତି। ରୋହିତ ୩୭ବର୍ଷ ବୟସରେ ବିଶ୍ୱକପ ହାତେଇଛନ୍ତି। ଏହା ସହ ସେ ଟି-୨୦ କ୍ରିକେଟରୁ ମଧ୍ୟ ଅବସର ନେଇଛନ୍ତି।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚଙ୍କ ସମୟରେ ୨୦୨୧ରେ ତାଙ୍କ ଦଳ ଚାମ୍ପିୟନ ହୋଇଥିଲା। ସେହି ସମୟରେ ଫିଞ୍ଚଙ୍କୁ ୩୪ବର୍ଷ ବୟସ ହୋଇଥିଲା। ଟି-୨୦ ବିଶ୍ୱକପ ଜିତିବାରେ ସେ ଦ୍ୱିତୀୟ ବୟସ୍କ ଅଧିନାୟକ।

ଏହି ତାଲିକାରେ ଇଂଲଣ୍ଡର ପଲ କଲିଙ୍ଗଉଡ ତୃତୀୟ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ଏହି ଅଲରାଉଣ୍ଡର ୩୪ବର୍ଷ ବୟସରେ ୨୦୧୦ରେ ଟି-୨୦ ବିଶ୍ୱକପ ଜିତିଥିଲେ। ଏହା ପରେ, ୨୦୨୨ରେ, ଜୋସ ବଟଲର୍‌ ମଧ୍ୟ ଇଂଲଣ୍ଡକୁ ବିଶ୍ୱକପ ଜିତାଇଥିଲେ। ତେବେ ସେହି ସମୟରେ ତାଙ୍କୁ ୩୧ ବର୍ଷ ହୋଇଥିଲା।

୨୦୦୯ରେ ପାକିସ୍ତାନକୁ ଟି-୨୦ ଚାମ୍ପିଅନ କରିଥିବା ୟୁନିସ ଖାନ ଏହି ରେକର୍ଡ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ୟୁନିସ ଖାନ ୨୦୦୯ରେ ୩୧ବର୍ଷ ବୟସରେ ପାକିସ୍ତାନକୁ ଟି-୨୦ବିଶ୍ୱକପ ଟାଇଟଲ ଜିତାଇଥିଲେ।

ୱେଷ୍ଟଇଣ୍ଡିଜ ପାଇଁ ଦୁଇ ଦୁଇ ଟି-୨୦ ବିଶ୍ୱକପ ଜିତାଇଥିବା ଡାରେନ ସାମି ୩୧ବର୍ଷ ବୟସରେ ୨୦୧୬ରେ ତାଙ୍କ ଦଳ ଚାମ୍ପିଅନ ହୋଇଥିଲେ। ଏହାପୂର୍ବରୁ ସେ ୨୦୧୨ରେ ୱେଷ୍ଟଇଣ୍ଡିଜକୁ ଟି-୨୦ ବିଶ୍ୱକପ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?