ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଥିଲେ। ୨୦୨୪ରେ ରାଷ୍ଟ୍ରପତି ହେବା ପରେ ପୁଟିନ ୨୦୩୦ ପର୍ଯ୍ୟନ୍ତ ରୁଷିଆ ଉପରେ ଶାସନ କରିବେ। ଦୀର୍ଘ ଦିନ ଧରି ରୁଷିଆ ଉପରେ ଶାସନ କରିବାରେ ପୁଟିନ ପ୍ରଥମ ରାଷ୍ଟ୍ରପତି ହେବେ। ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା କି ବୋଲି ପ୍ରଶ୍ନ ଉଠିଛି? ପୁଟିନଙ୍କ ତୁଳନାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କେତେ ଶକ୍ତିଶାଳୀ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଦୀର୍ଘ ଦିନ ଧରି କ୍ଷମତାରେ ରହିବା ଆଧାରରେ ଯଦି ତୁଳନା କରାଯାଏ, ତେବେ ଏହି ପ୍ରସଙ୍ଗରେ ପୁଟିନ ପ୍ରଥମ ସ୍ଥାନରେ, ସି ଜିନପିଙ୍ଗ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ସ୍ଥାନରେ ଅଛନ୍ତି। କାରଣ ପୁଟିନ ଗତ ୨୦ ବର୍ଷ କ୍ଷମତାରେ ଥିବାବେଳେ ସି ଜିନପିଙ୍ଗ ୧୧ ବର୍ଷ ଏବଂ ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷ କ୍ଷମତାରେ ଅଛନ୍ତି। ଜୋ ବାଇଡେନ ମାତ୍ର ୪ ବର୍ଷ କ୍ଷମତାରେ ଅଛନ୍ତି। ତେବେ ରୁଷିଆରେ ନିରପେକ୍ଷ ନିର୍ବାଚନ ହେବାକୁ ଦେଇ ନ ଥିବା ପୁଟିନଙ୍କ ନାଁରେ ଅଭିଯୋଗ ରହିଛି। ମାର୍ଚ୍ଚରେ ନିର୍ବାଚନ ପୂର୍ବରୁ ପୁଟିନଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାଭାଲନି ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ।
ଏଥି ସହିତ ଚାଇନାରେ କେବଳ ଗୋଟିଏ ଦଳ ଶାସନ କରୁଛନ୍ତି, ୨୦୧୩ ପରଠାରୁ ସି ଜିନପିଙ୍ଗ କ୍ରମାଗତ ଭାବରେ କମ୍ୟୁନିଷ୍ଟ ଦଳର ନେତା ଭାବରେ ନିର୍ବାଚିତ ହେଉଛନ୍ତି। ଅନ୍ୟପକ୍ଷରେ ଭାରତରେ ଏକ ବହୁ-ପାର୍ଟି ବ୍ୟବସ୍ଥା ଅଛି। ଗତ ୧୦ ବର୍ଷ ଧରି ଏଠାରେ କ୍ଷମତାରେ ଥିବାବେଳେ ନରେନ୍ଦ୍ର ମୋଦିଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କଠାରୁ ଆସିଛି।
ଯଦି ଅର୍ଥନୈତିକ ଦୃଷ୍ଟିକୋଣରୁ ତୁଳନା କରାଯାଏ, ଆମେରିକାର ନେତା ଜୋ ବାଇଡେନ ସବୁଠାରୁ ଶକ୍ତିଶାଳୀ, ରୁଷିଆ ଏହି ପ୍ରସଙ୍ଗରେ ବହୁ ପଛରେ ଅଛି। ଗ୍ଲୋବାଲ ଫାୟାର ଇଣ୍ଡେକ୍ସ ଅନୁଯାୟୀ, ଆମେରିକାର ସବୁଠାରୁ ଶକ୍ତିଶାଳୀ ସେନା ଥିବାବେଳେ ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ରୁଷିଆ ଆଗରେ ରହିଛି। ସୈନିକଙ୍କ ସଂଖ୍ୟା ପ୍ରସଙ୍ଗରେ ଭାରତ ସବୁଠାରୁ ଶକ୍ତିଶାଳୀ, କାରଣ ଭାରତରେ ୫୧ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର ୨୧ ଲକ୍ଷ ସୈନିକ, ରୁଷିଆର ୩୫ ଲକ୍ଷ ସୈନିକ ଏବଂ ଚାଇନାର ୩୧ ଲକ୍ଷ ସୈନିକ ଅଛନ୍ତି।
ସୋସିଆଲ ମିଡିଆ ପ୍ରଶଂସକଙ୍କ ବିଷୟରେ କୌଣସି ପ୍ରତିଯୋଗିତା ନାହିଁ। ଫେସବୁକରେ ମୋଦିଙ୍କର ୪.୯ କୋଟି ଏବଂ ଏକ୍ସରେ ୯.୭୫ କୋଟି ଫଲୋଅର୍ସ ଅଛନ୍ତି। ଏହି ପ୍ରସଙ୍ଗରେ ବିଶ୍ୱର ସମସ୍ତ ନେତା ବହୁତ ପଛରେ ଅଛନ୍ତି। ପୁଟିନଙ୍କ ଏକ୍ସ ହ୍ୟାଣ୍ଡେଲରେ ମାତ୍ର ୧୯ ଲକ୍ଷ ଫଲୋଅର୍ସ ଥିବାବେଳେ ଫେସବୁକରେ ତାଙ୍କର ଆକାଉଣ୍ଟ ନାହିଁ। ଜୋ ବାଇଡେନ୍‌ଙ୍କର ଏକ୍ସରେ ୩.୮ କୋଟି ଏବଂ ଫେସବୁକରେ ୧୧ ଫଲୋଅର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?