Posted inଖେଳ

ଚର୍ଚ୍ଚାରେ ଏହି ୬ ଫୁଟ ୯ ଇଞ୍ଚର ଭାରତୀୟ ବୋଲର୍‌, ବୋଲିଂ ଦେଖି ପାକିସ୍ତାନ ଖେଳାଳି ଚକିତ…

ହାଇଦ୍ରାବାଦ,୨୯।୯: ଦିନିକିଆ ବିଶ୍ୱକପ୍‌ ଲାଗି ଭାରତରେ ପହଞ୍ଚି ସାରିଛି ପାକିସ୍ତାନ କ୍ରିକେଟ ଟିମ୍‌। ଦଳ ପହଞ୍ଚିବାର ୧୨ ଘଣ୍ଟା ପରେ ନିଜର ପ୍ରଥମ ଅଭ୍ୟାସ ସେଶନ୍‌ରେ ଭାଗ ନେଇଥିଲା। ଏହି ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ହାଇଦ୍ରାବାଦର ୬ଫୁଟ ୯ ଇଞ୍ଚ ଲମ୍ବର ଦ୍ରୁତ ବୋଲର ନିଶାନ୍ତ ସରନୁ। ହାଇଦ୍ରାବାଦର ଅଣ୍ଡର-୧୯ ଟିମ୍‌ରେ ସାମିଲ ନିଶାନ୍ତ ନେଟ୍‌ ବୋଲର ଭାବେ ପାକିସ୍ତାନ ଦଳକୁ ଅଭ୍ୟାସ କରାଇବାରେ ସହାୟତା କରୁଛନ୍ତି।

ପାକିସ୍ତାନର ଅଭ୍ୟାସ ସମୟରେ ହାରିସ ରଉଫ ଏବଂ ଶାହିନ ଶାହା ଆଫ୍ରିଦି ପ୍ରଥମେ ବୋଲିଂ କରିଥିଲେ। ଏହାପରେ ପାକିସ୍ତାନର ବୋଲିଂ କୋଚ୍‌ ମୋର୍ନେ ମୋର୍କଲ ସମେତ ସହଯୋଗୀ କର୍ମଚାରୀ ନିଶାନ୍ତଙ୍କୁ ବୋଲିଂ ଲାଗି ଡାକିଥିଲେ। ପରେ ତାଙ୍କ ବୋଲିଂ ଦେଖି ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌ ମଧ୍ୟରେ ଚକିତ ହୋଇଥିବା ଜଣାପଡ଼ିଛି।

ଏନେଇ ପଚରାଯିବାରେ ନିଶାନ୍ତ କହିଛନ୍ତି, ମୁଁ ଦ୍ରୁତ ବୋଲର ମାଇକେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କମିନ୍ସଙ୍କୁ ଆଦର୍ଶ ଭାବେ। ଏବେ ମୁଁ ଘଣ୍ଟାପ୍ରତି ୧୨୫ରୁ ନେଇ ୧୩୦ କିମି ବେଗରେ ବୋଲିଂ କରିପାରୁଛି। ମୋର୍ନେ ମାର୍କେଲ ମୋତେ ବେଗ ବଢ଼ାଇବାକୁ କହିଛନ୍ତି। ଏପରିକି ସେ ମୋତେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ‘ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ’ର ନେଟ୍‌ ଅଭ୍ୟାସ ସମୟରେ ଉପଲବ୍ଧ ରହିବେ କି ନାହିଁ ବୋଲି ପଚାରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?