Posted inଜାତୀୟ

କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା

ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ  ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ ଚୌହାନ ସରକାରରେ ଶିକ୍ଷା ମନ୍ତ୍ରୀ ରହିସାରିଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିଛନ୍ତି।
ବିଧାୟକ ଦଳ  ବୈଠକରେ ମୋହନ ଯାଦବଙ୍କ ନାମ ଘୋଷଣା କରାଯିବାପରେ ସେ ମଞ୍ଚ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଦ ଛୁଇଁଥିବାର ନଜର ଆସିଥିଲେ ଏବଂ ଶିବରାଜ  ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ। ମୋହନ  ମଧ୍ୟପ୍ରଦେଶରେ ଭାଜପାର ଏକ ବଡ଼ ଓବିସି ଚେହେରା। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ ନାମ ବୋଧହୁଏ ଘୋଷଣା କରାଯାଇଛି। ମୋହନଙ୍କ ଶିକ୍ଷାଗତ ଯୋଗ୍ୟତା  ପିଏଚଡି। ତାଙ୍କୁ ୨୦୨୦ରେ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ୨୦୨୩ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।
୫୮ ବର୍ଷୀୟ ମୋହନଙ୍କ ରାଜନୈତିକ କ୍ୟାରିୟର ୧୯୮୪ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ସେ ଆରଏସଏସର ଜଣେ ସଦସ୍ୟ ମଧ୍ୟ ଅଟନ୍ତି। ସେ ୨୦୧୩ରେ ଉଜୈନ ସାଉଥରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥର ସେ କଂଗ୍ରେସ ପ୍ରାର୍ଥୀ ଚେତନ ପ୍ରେମନାରାୟଣ ଯାଦବଙ୍କୁ ୧୨୯୪୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।
ମୋହନଙ୍କ ନାମ ଘୋଷଣା ଏକ ଆଶ୍ଚର୍ଯ୍ୟଜନକ ଘଟଣା। କାରଣ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ତାଙ୍କ ନାମ କୌଣସି ସ୍ଥାନରେ ନ ଥିଲା, କିନ୍ତୁ ବିଧାୟକ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଥିଲା। ସେ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ଉଜୈନ ବିକାଶ ପ୍ରାଧିକରଣର ଚେୟାରମ୍ୟାନ ଥିବାବେଳେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ପର୍ଯ୍ୟଟନ ବିକାଶ ପ୍ରାଧିକରଣର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପ୍ଲାଣ୍ଟରେ ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ, ଟାରିଫ୍ ପ୍ରଭାବିତ ଚାଇନାଠୁ ଦୂରାଉଛି ଆପଲ

ନୂଆଦିଲ୍ଲୀ, ୨୯।୪: ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ...

Gold Rate: ଅକ୍ଷୟ ତୃତୀୟା ପୂର୍ବଦିନ ଖସିଲା ସୁନାଦର! କାଲି ଏତେ କମିିଯିବ…

ନୂଆଦିଲ୍ଲୀ, ୨୯।୪: ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବି ହ୍ରାସ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ସୁନାର ମୂଲ୍ୟ ପ୍ରାୟ ୩,୮୦୦...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ମୂଲ୍ୟ, ନୂତନ ଦର ତାଲିକା ଜାଣନ୍ତୁ

ଭୁବନେଶ୍ୱର, ୨୯।୪: ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନ କମ୍ପାନୀ ମଦର ଡେରୀ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି।...

ପାକିସ୍ତାନୀ କଳାକାରଙ୍କୁ ରୋକଠୋକ୍‌ ଶୁଣାଇଦେଲେ ଜାଭେଦ ଅଖତର, ସମସ୍ତେ କାବା

ନୂଆଦିଲ୍ଲୀ,୨୯।୪: ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହାନି ଘଟିଥିଲା। ଏହି ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri