୧୮ ବର୍ଷରେ ଆରେଞ୍ଜ ମ୍ୟାରେଜ୍‌, ଏବେ ଦୁଇ ସନ୍ତାନର ଜନନୀ; ଜାଣନ୍ତୁ ଜୁନିୟର ଏନ୍‌ଟିଆରଙ୍କ ପତ୍ନୀ କିଏ…

ହାଇଦ୍ରାବାଦ: ଆର୍‌ଆର୍‌ଆର୍‌ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। ତେବେ କେବଳ ଯେ ଅଭିନେତା ନୁହନ୍ତି ପୁରା ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏହା ଖୁସି ଆଣିଦେଇଛି। ଖୁସିର ଏହି ମୂହୁର୍ତ୍ତରେ ଜୁନିୟର ଏନ୍‌ଟିଆର୍‌ଙ୍କ ସହିତ ସ୍ତ୍ରୀ ଲକ୍ଷ୍ମୀ ପ୍ରଣତି ମଧ୍ୟ ନଜର ଆସିଥିଲେ।

ବହୁତ କମ୍‌ ଲୋକ ଜାଣନ୍ତି ଯେ ପରିବାରର ଇଚ୍ଛାରେ ଆରେଞ୍ଜ ମ୍ୟାରେଜ କରିଥିଲେ ଜୁନିୟର ଏନ୍‌ଟିଆର୍‌। ୨୦୧୧ରେ ରୀତିନୀତିରେ ତାଙ୍କର ବିବାହ ହୋଇଥିଲା। ସେତେବେଳେ ଜୁନିୟର ଏନ୍‌ଟିଆର ୨୬ ବର୍ଷର ହୋଇଥିବା ବେଳେ ପ୍ରଣତି ୧୮ ବର୍ଷର ହୋଇଥିଲେ। ଏହି ବିବାହରେ କେବଳ ପରିବାର ନୁହନ୍ତି, ବରଂ ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୨ହଜାର ପ୍ରଶଂସକ ଏହି ବିବାହରେ ଯୋଗ ଦେଇଥିଲେ।

ଲକ୍ଷ୍ମୀଙ୍କ ବିଷୟରେ କଥା ହେଲେ ସେ ହାଇଦ୍ରାବାଦରେ ପାଠପଢ଼ା ଶେଷ କରିଛନ୍ତି। ତାଙ୍କ ବାପା ଜଣେ ବ୍ୟବସାୟୀ। ଏଥିସହ ତାଙ୍କର ଏକ ତେଲୁଗୁ ଚ୍ୟାନେଲ ମଧ୍ୟ ଅଛି। ଜୁନିୟର ଏନ୍‌ଟିଆରଙ୍କୁ ବିବାହ ପରେ ଲକ୍ଷ୍ମୀ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ଆଜି ବି ସେ ପରିବାର ସହ କମ୍‌ ସମୟ ବିତାଇଥାନ୍ତି। ବିଶେଷକରି ରାମଚରଣଙ୍କ ସ୍ତ୍ରୀ ଉପାସନାଙ୍କ ସହ ବେଶ ଭଲ ସମ୍ପର୍କ ଶେୟାର କରିଥାନ୍ତି।

ଜୁନିୟର ଏନ୍‌ଟିଆର୍‌ଙ୍କ ଦୁଇ ପୁଅ ଅଛନ୍ତି। ୨୦୧୪ରେ ପ୍ରଥମ ସନ୍ତାନ ଜନ୍ମ ହୋଇଥିବା ବେଳେ ୨୦୧୯ରେ ଦ୍ୱିତୀୟ ପୁଅ ଜନ୍ମ ହୋଇଥିଲେ। ବ୍ୟକ୍ତିଗତ ଜୀବନରେ ସେ ବେଶ ଫିଟ୍‌ ହୋଇଥିବା ବେଳେ ସର୍ବଦା ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?