Posted inଜାତୀୟ

ଦୀପ ସିଦ୍ଧୁ କିଏ

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ କୃଷକ ଆନ୍ଦୋଳନ ହିଂସାମତ୍କ ରୂପ ନେବା ପରେ ଗୋଟିଏ ନାମ ଆଗକୁ ଆସୁଛି। ବିଭ୍ରାଟ ପାଇଁ ଦାୟୀ କରାଯାଉଥିବା ବ୍ୟକ୍ତି ଜଣକ ହେଲେ ଦୀପ ସିଦ୍ଧୁ। ତାଙ୍କୁ ସୋସିଆଲ ମିଡିଆଠୁ ନେଇ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ନାନା ପ୍ରଶ୍ନ କରାଯାଉଛି।
ଦୀପ ସିଦ୍ଧୁ ହେଉଛନ୍ତି ଜଣେ ପଞ୍ଜାବୀ ଅଭିନେତା। ତାଙ୍କର ୬ଟି ଫିଲ୍ମ ରିଲିଜ ହୋଇଛି। ମୁକ୍ତସାର ଜିଲା ନିବାସୀ ଦୀପଙ୍କ ଫିଲ୍ମ ‘ଜୋରା ଦଶ ନମ୍ବରିଆ’ ୨୦୧୮ରେ ହିଟ୍‌ ହେବା ପରେ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ। ଅଭିନେତାରୁ ରାଜନେତା ସାଜିଥିବା ସନ୍ନି ଦେଓଲଙ୍କ ସହ ଦୀପଙ୍କ ସମ୍ପର୍କ ସମସ୍ତଙ୍କୁ ଜଣା। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ପଞ୍ଜାବର ଗୁର୍‌ଦାସପୁର ଆସନରୁ ସନ୍ନି ଦେଓଲ ପ୍ରାର୍ଥୀ ହୋଇଥିଲେ। ଦୀପ ସିଦ୍ଧୁ ତାଙ୍କ ପାଇଁ ପ୍ରଚାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ସେ ଭାଜପାର ଜଣେ କର୍ମୀ ଭାବେ ପରିଚିତ। ଏହାବାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ମଧ୍ୟ ଦୀପ ସିଦ୍ଧୁଙ୍କ
ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି। ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଦୀପ ସିଦ୍ଧୁଙ୍କ ଦୁଇଟି ପୃଥକ୍‌ ଫଟୋକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଇଏ ହେଉଛନ୍ତି ସେହି ଦୀପ ସିଦ୍ଧୁ, ଯିଏକି ଭିଡ଼କୁ ଲାଲକିଲ୍ଲାକୁ ବାଟ କଢ଼ାଇ ନେଇଥିଲେ ଏବଂ ସେଠାରେ ଶିଖ୍‌ମାନଙ୍କ ଧାର୍ମିକ ପତାକା ଉଡ଼ାଇଥିଲେ। ଦୀପ ସିଦ୍ଧୁ ମଧ୍ୟ ଜାତୀୟ ପତାକା ସ୍ଥାନରେ ‘ନିଶାନ ସାହିବ’ ଉଡ଼ାଇବା କାର୍ଯ୍ୟକୁ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ତେବେ ତାଙ୍କର ଏହି କାର୍ଯ୍ୟକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଭାଜପା ତାଙ୍କୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଏପରି କି ଖଲିସ୍ତାନ ଆନ୍ଦୋଳନ ଚଳାଇଥିବା ବିଚ୍ଛିନ୍ନତାବାଦୀ ସଙ୍ଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ସହ ମଧ୍ୟ ଏହି ଅଭିନେତାଙ୍କ ସମ୍ପର୍କ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଲକ୍ଷ୍ୟ ଆମଦାନୀ ହ୍ରାସ, ରପ୍ତାନି ବୃଦ୍ଧି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୮: ନୀତି ଆୟୋଗର ସପ୍ତମ ଗଭର୍ନିଂ କାଉନସିଲ ବୈଠକ ରବିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ...

କରୋନା ସହିତ ଲଢ଼େଇ କରିବା ଲାଗି ଭାରତୀୟଙ୍କ ଶରୀରରେ ରହିଛି ବିରଳ ଆର୍‌ଏନ୍‌ଏ: ସର୍ଭେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ହାହାକାର ସୃଷ୍ଟି ହୋଇଛି। ଏଥି ପାଇଁ ଔଷଧ ପ୍ରସ୍ତୁତି ପାଇଁ ପୃଥିବୀର ବିକାଶିତ ରାଷ୍ଟ୍ରର ବୈଜ୍ଞାନିକମାନେ ଦିନରାତି...

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ...

ବଦଳିଯିବ ଜମ୍ମୁ-କଶ୍ମୀରର ରୂପ, ପିଓକେର ଲୋକେ ଭାରତର ଅଂଶ ହେବାକୁ ଆଶା କରିବେ: ରାଜନାଥ

ଜମ୍ମୁ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଜମ୍ମୁ-କଶ୍ମୀର ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି...

ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ

ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ...

ପ୍ରଦୂଷଣ ରୋକିବାକୁ କେଜରିୱାଲଙ୍କ ନୂଆ ଆପ୍ ‘ଗ୍ରୀନ୍ ଦିଲ୍ଲୀ’

ନୂଆଦିଲ୍ଲୀ,୨୯ ।୧୦: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ । ଏହାକୁ ରୋକିବାକୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ଏକ ନୂଆ ପଦକ୍ଷେପ...

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି...

ମନ୍ତ୍ରୀଙ୍କୁ ମୋଦିଙ୍କ ତାଗିଦ୍‌, ନିର୍ବାଚନ ହେଉଥିବା ରାଜ୍ୟକୁ ଦିଅ ପ୍ରାଥମିକତା…

ନୂଆଦିଲ୍ଲୀ,୭।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

Advertisement
Archives

Model This Week