Posted inଜାତୀୟ

ଭଜନଲାଲ୍‌ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା।

ଭେଟେରାନ ନେତା ବସୁନ୍ଧରା ରାଜେ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ, ଗଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ଅଶ୍ୱିନ ବୈଷ୍ଣବଙ୍କ ନାମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲା। ହେଲେ ଭଜନଲାଲ୍‌ ବାଜି ମାରିଛନ୍ତି। ସେ ରାଜ୍ୟରେ ଭାଜପାର ବ୍ରାହ୍ମଣ ଚେହେରା ପାଲଟିଛନ୍ତି।

ସାଙ୍ଗାନେର ବିଧାୟକ ଭଜନଲାଲ୍‌ ସଂଗଠନରେ ଦବ୍‌ଦବା ରହିଛି। ସେ ୪ ଥର ରାଜସ୍ଥାନରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ମଧ୍ୟ ସେ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ୨୦୨୩ରେ ଭାଜପା ପ୍ରଥମ ଥର ଲାଗି ତାଙ୍କୁ ଜୟପୁରର ସାଙ୍ଗାନେର ଭଳି ଏକ ସୁରକ୍ଷିତ ଆସନରୁ ନିର୍ବାଚନକୁ ଓହ୍ଲାଇଥିଲା। ସେ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି। ତେବେ ଏହି ଆସନରେ ଭଜନଲାଲ୍‌ଙ୍କୁ ଛିଡ଼ା କରିବା ଲାଗି ଭାଜପା ପୂର୍ବତନ ବିଧାୟକ ଅଶୋକ ଲାହୋତିଙ୍କ ଟିକେଟ କାଟିଥିଲା।

ଭଜନଲାଲ୍‌ ଦୀର୍ଘଦିନ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆର୍‌ଏସ୍‌ଏସ୍‌) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ସକ୍ରିୟ ଥିଲେ। ସେ ଲଗାତର ଭାବେ ଲାଇମଲାଇଟ୍‌ରୁ ଦୂରରେ ରହି ସଂଗଠନ ଲାଗି କାମ କରିଆସୁଥିଲେ। ୨୦୦୮ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ଚଳିତ ଥର ଭାଜପା ସାଙ୍ଗାନୋର ଆସନ ଖାଲି କରି ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିବା ପରଠାରୁ ଚର୍ଚ୍ଚାରେ ଥିଲେ।

୫୬ ବର୍ଷୀୟ ଭଜନଲାଲ୍‌ ଭରତପୁରର ବାସିନ୍ଦା। ତାଙ୍କର ବୃତ୍ତି ବ୍ୟବସାୟ ହୋଇଥିବା ବେଳେ ପତ୍ନୀଙ୍କ ଆୟ ଜଣେ ହୋଲସେଲର୍‌ ଭାବେ ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ଶିକ୍ଷା ବିଷୟରେ କଥା ହେଲେ ସେ ଜଣେ ପୋଷ୍ଟ ଗ୍ରାଜୁଏଟ୍‌। ସେ ଭରତପୁର ରେଳ କମିଟିର ସଦସ୍ୟ ମଧ୍ୟ ରହିଥିଲେ।

ଭଜନଲାଲ୍‌ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଚଳିତ ବର୍ଷ ଏପ୍ରିଲରେ ହିଁ ଭାଜପା ବିଜୟର ଘୋଷଣା କରିଥିଲେ। ସେ କହିଥିଲେ ଯେ ଭାଜପା କଂଗ୍ରେସ ଭଳି ନିର୍ବାଚନ ବର୍ଷକୁ ଅପେକ୍ଷା କରେ ନାହିଁ। ଭାଜପା ନିଜର କର୍ମକର୍ତ୍ତାମାନଙ୍କ ସହ ଜଡ଼ିତ ହୋଇ ରହିଥାଏ। ଏପରିକି ନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସଠାରୁ ଶହେ ପାଦ ଆଗରେ ଭାଜପା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଲମାର୍ଟ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରୀକୁ ନେଇ ବିବାଦ; ଫଟୋ ଭାଇରାଲ୍

ନୂଆଦିଲ୍ଲୀ, ୮।୧୨: ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ...

ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଶିନ୍ଦେ

ମୁମ୍ବାଇ,୮।୧୨: ରବିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କ ଆଦେଶ...

ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ ମହମ୍ମଦ ୟୁନୁସ! କାହିଁକି ଭାଜପା ପରେ ଏମିତି କହିଲେ ଏହି ନେତା

ନୂଆଦିଲ୍ଲୀ,୮।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଦିଆଯାଇଥିବା ନୋବେଲ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ଭାଜପା ଏମପି ଜ୍ୟୋତିର୍ମୟ ମହତୋ ନୋବେଲ କମିଟିକୁ ଏକ ଚିଠି...

ଫିଟୁନି ମହାରାଷ୍ଟ୍ରର ଅଡୁଆ ସୂତା, ମନ୍ତ୍ରିମଣ୍ଡଳକୁ ନେଇ ରହିଛି ସସପେନ୍ସ

ମୁମ୍ବାଇ,,୮।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପରେ ବିଭାଗ ବଣ୍ଟନକୁ ନେଇ ଆଲୋଚନା ଚାଲିଛି। ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିଥିଲେ...

ନିଜ ରାମ୍ପ ଓ୍ବାକ୍‌ରେ ସମସ୍ତଙ୍କୁ ଘାଇଲା କଲେ ମୋଦି ସରକାରଙ୍କ ମନ୍ତ୍ରୀ, ସିନ୍ଧିଆଙ୍କୁ ଦେଖି ଲୋକେ କହିଲେ…

ନୂଆଦିଲ୍ଲୀ,୮।୧୨: ଫ୍ୟାଶନ ଶୋ’ରେ ନିଜ ଜଲଓ୍ବା ଦେଖାଇଛନ୍ତି ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ବାକ୍‌ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ...

୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୭ା୧୨: ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ୩୮୮ କୋଟି ଟଙ୍କାର ସମ୍ପତ୍ତି...

କଂଗ୍ରେସ କରିବ ବଡ଼ ପରିବର୍ତ୍ତନ: ୟୁପି ଭଳି ସବୁ ରାଜ୍ୟରେ…

ନୂଆଦିଲ୍ଲୀ,୭।୧୨: ୨୮ ଡିସେମ୍ବରରେ କଂଗ୍ରେସ ଏହାର ୧୪୦ ତମ ସ୍ଥାପନା ଦିବସ ପାଳନ କରିବାକୁ ଯାଉଛି। ସୂଚନାନୁସାରେ, ଦଳର ଅଧ୍ୟକ୍ଷଙ୍କ ଦ୍ୱାରା ରାଜ୍ୟ ୟୁନିଟରେ ବଡ଼...

ମମତାଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ!

ନୂଆଦିଲ୍ଲୀ,୭।୧୨: ଇଣ୍ଡିଆ ମେଣ୍ଟ ଗଠନ ହେବା ସହିତ ଏହାର ପ୍ରତିନିଧୀ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଏହାର ସଠିକ ରୂପରେଖ ଆସିବା ପୂର୍ବରୁ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri