ଜଳୁଛି ପେଟ, ଅନ୍‌ଲାଇନ ପାଠକୁ ପଚାରେ କିଏ

ମହାକାଳପଡ଼ା,୨୮ା୬(ଡି.ଏନ୍‌.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ମାର୍ଟ ମୋବାଇଲ୍‌ ଫୋନରେ ୟୁଟ୍ୟୁବ ମାଧ୍ୟମରେ ଦଶମ ଯାଏ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଅନେକ ଅଞ୍ଚଳରେ ବିଦ୍ୟୁତ୍‌, ସର୍ଭର, ସ୍ମାର୍ଟ ଫୋନ, ପରିଚାଳନା, ଆର୍ଥତ୍କ ଆଦି ଅନେକ ସମସ୍ୟା ଦେଖା ଦେବା ସମ୍ଭାବନା ରହିଛି।
ମୋବାଇଲ ୟୁଟ୍ୟୁବ୍‌ରେ ପିଲାଙ୍କୁ ଶିକ୍ଷା ପ୍ରଦାନକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଏହି ଶିକ୍ଷାକୁ ପିଲାମାନେ କେତେ ଗ୍ରହଣ କରୁଛନ୍ତି ଆଗାମୀ ଦିନ କହିବ। ଅନେକ ପିଲାଙ୍କ ପରିବାରରେ ସ୍ମାର୍ଟ ମୋବାଇଲ୍‌ ସାତସପନ। ଗରିବ ପରିବାରରେ ପିଲାମାନେ ଅର୍ଥ ଅଭାବ ଯୋଗୁ ଭୋକ ଉପାସରେ ସମୟ ଅତିବାହିତ କରୁଛନ୍ତି। ଏମାନଙ୍କ କହିବା କଥା ପେଟ ଜଳୁଥିବା ବେଳେ ଭୋକ ଚିନ୍ତା ଖାଉଛି। ପାଠ ଓ ମୋବାଇଲ୍‌ କଥା ପଚାରେ କିଏ। ଏ ହେଉଛି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗଁା ଜଙ୍ଗଲଘେରି ଜନଜାତିମାନଙ୍କ ପରିବାର କାହାଣୀ। ଏହି ପରିବାରରେ ଚାଷ ଜମି ନାହିଁ। ଜଙ୍ଗଲ, ନଦୀ, ସମୁଦ୍ରରୁ ମାଛ କଙ୍କଡା ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ମୋବାଇଲ ଏମାନଙ୍କ ପାଇଁ ସାତସପନ। ବ୍ଲକର ପେଟଛେଲା ପଞ୍ଚାୟତର ଆଦିବାସୀ ଶବର ସମ୍ପ୍ରଦାୟ ଜଙ୍ଗଲଘେରି ଗଁାର ଚିତ୍ର। ଏ ହେଉଛି କେତେଜଣ ପାଠପଢା ପିଲାଙ୍କ ପରିବାରର କାହାଣୀ। ପିଲାମାନେ ଘରଠାରୁ ଦୂରରେ ଥିବା ସ୍କୁଲରେ ନାଁ ଲେଖାଇ ଥିଲେ। କରୋନାରେ ପାଠପଢ଼ା ଛାଡ଼ି ମାଛ, କଙ୍କଡା ସ୍ଥାନୀୟ ବଜାରରେ ବିକି ପରିବାରର ଭୋକ ମେଣ୍ଟଇବାକୁ ପଡ଼େ। ତେଣୁ ସରକାରଙ୍କ ସ୍ମାର୍ଟ ଶିକ୍ଷା ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। କେତେଜଣ ଏହି ଜନଜାତି ପିଲାଙ୍କୁ ଭେଟି ପଚାରିବାରୁ ସେମାନେ କୁହନ୍ତି, ଅଭାବୀ ସଂସାରରେ ପେଟକୁ ମୁଠେ ଖାଇବାକୁ ଦାନା ନାହିଁ। ଦିନେ ଖାଇଲେ ଦିନେ ଉପବାସ ରହୁଛୁ। ଟଙ୍କା କେଉଁଠୁ ଆସିବ ଯେ, ସ୍ମାର୍ଟ ମୋବାଇଲ୍‌ ଓ ଟିଭି ଦେଖି ପଢିବୁ। ବ୍ଲକର ସିଂପଡ଼ା, ଲୁଣିମାଠିଆ, ପନ୍ଦରମାଇଲି, ଜମ୍ବୁ, ସୁନିତି, ବାର ନମ୍ବର, ଆଖୁଗଡା, ବାଘୁଆମେଦ ଭଳି ଆଦିବାସୀ ବହୁଳ ଅଞ୍ଚଳ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳିଛି। ଯଦି ରାଜ୍ୟ ସରକାର ଏହି ଜନଜାତି ପରିବାର ପିଲାଙ୍କୁ ସ୍ମାର୍ଟ ଶିକ୍ଷା ପାଇଁ ମୋବାଇଲ୍‌ ପ୍ରଦାନ ଓ ତାଲିମ ଦେବାର ବ୍ୟବସ୍ଥା କରନ୍ତେ ସେମାନେ ପାଠ ପଢା ପ୍ରତି ମନ ବଳାନ୍ତେ। ନଚେତ ସରକାରଙ୍କ ଅନ୍‌ଲାଇନ ସ୍ମାର୍ଟ ଶିକ୍ଷା ଯୋଜନା ଫେଲ୍‌ ମାରିବ ବୋଲି ଅଞ୍ଚଳର କେତଜଣ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷାବିତ ପ୍ରମୁଖ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?