ଚାଇନାରେ ଗାଁ ମୁହାଁ ହେଲା କୋଭିଡ୍‌

ବେଜିଂ,୨୫ା୧୨: ଚାଇନା ସହରାଞ୍ଚଳରେ ଦୈନିକ ଲକ୍ଷ ଲକ୍ଷ ଲୋକ କୋଭିଡ୍‌ ସଂକ୍ରମିତ ହେଉଥିବାବେଳେ ଏବେ ଗ୍ରାମାଞ୍ଚଳକୁ ମହାମାରୀ ବ୍ୟାପିଛି। ପ୍ରବାସୀ ଶ୍ରମିକମାନେ ସହରାଞ୍ଚଳରୁ ନିଜ ଗାଁକୁ ଫେରୁଥିବାରୁ ଏବେ କୋଭିଡ୍‌ ଗାଁମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବା ଆଶଙ୍କା କରାଯଉଛି। ସୋସିଆଲ ମିଡିଆ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ଥିବା ଅନେକ କ୍ଲିନିକ୍‌ରେ ଏବେ ରୋଗୀ ଭର୍ତ୍ତି ହୋଇଗଲେଣି। ଚାଇନା ସରକାର ଚଳିତ ମାସ ଆରମ୍ଭରେ କୋଭିଡ୍‌ କଟକଣା ହଟାଇଦେବା ପରେ ଲୋକେ ଅବାଧ ଯାତାୟାତ କରୁଛନ୍ତି।

ଆସନ୍ତା ମାସରେ ଚାନ୍ଦ୍ର ନବବର୍ଷ ଛୁଟି ଥିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଗାଁକୁ ଫେରିବେ। ଫଳରେ ଗ୍ରାମାଞ୍ଚଳରେ ରହୁଥିବା ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ପ୍ରତି ସଂକ୍ରମଣ ଭୟ ସୃଷ୍ଟି ହୋଇଛି। ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୀମିତ ହୋଇଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଇଣ୍ଟରନେଟ ହସ୍ପିଟାଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଏହାଦ୍ୱାରା ସଂକ୍ରମିତ ଲୋକେ ମେଡିକାଲ ସହାୟତା ନେଇପାରିବେ ଏବଂ ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକରେ ରୋଗୀ ଭିଡ଼ ହ୍ରାସ ପାଇପାରିବ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଦୁର୍ବଳ। ଏହା ସାଙ୍ଗକୁ ଔଷଧ ଓ କେଡିକାଲ କର୍ମଚାରୀଙ୍କ ଅଭାବ ରହିଥିବାରୁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଗ୍ଲୋବାଲ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି। ଗ୍ରାମାଞ୍ଚଳର ମେଡିକାଲ ସିଷ୍ଟମ ଡବଲ୍‌ ଝଟ୍‌କାର ସମ୍ମୁଖୀନ ହୋଇପାରେ ବୋଲି ଉହାନ୍‌ ୟୁନିଭର୍ସିଟି ପ୍ରଫେସର ଲୁ ଡେଓ୍ବେନ୍‌ ସୋସିଆଲ ମିଡିଆରେ ଲେଖିଛନ୍ତି। ଲକ୍‌ଡାଉନ୍‌, ଲୋକମାନଙ୍କ ଯାତାୟତ ଉପରେ କଟକଣା ଯୋଗୁ ଗ୍ରାମାଞ୍ଚଳରେ ୩ ବର୍ଷ ହେଲା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା। ଆଗକୁ ସ୍ପ୍ରିଙ୍ଗ୍‌ ଫେଷ୍ଟିଭାଲ ଥିବାରୁ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବ ବୋଲି ଲୁ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଗତ ମଙ୍ଗଳବାର ଚାଇନାରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ସଂକ୍ରମଣ ଆରମ୍ଭ ହେବାଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି। ଚଳିତ ମାସର ପ୍ରଥମ ୨୦ ଦିନରେ ମୋଟ ୨୪.୮ କୋଟି ଲୋକ ମହାମାରୀ ଆକ୍ରାନ୍ତ ହୋଇଛନ୍ତି, ଯାହା ମୋଟ ଜନସଂଖ୍ୟାର ୧୭.୫୬ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?