ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ

ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଫଳରେ ହସ୍ପିଟାଲରେ ବେଡ ସଂଖ୍ୟା କମ ପଡିବା ସହ ଔଷଧ ବି କମ ହୋଇଯାଇଥିବା ସୂଚନା ରହିଛି । ଇତିମଧ୍ୟରେ ଡାକ୍ତରମାନେ ଦାବି କରିଛନ୍ତି, ଚାଇନାରେ ୧୦ କୋଟି(୧୦୦ମିଲିୟନ) ଲୋକ ସଂକ୍ରମିତ ହେବା ସହ ୧୦ ଲକ୍ଷ ବା ୧ ମଲିୟନ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି ।
ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପଲମୋନାରୀ ମେଡିସିନର ଏଚଓଡି ଡା. ନିରଜ କୁମାର ଗୁପ୍ତା କହିଛନ୍ତି, ଚାଇନାରେ ପ୍ରାୟ ୧୦ କୋଟି ଲୋକ ଏଥର ଆସିଥିବା କରୋନା ଲହରରେ ସଂକ୍ରମିତ ହେବା ସହ ୫ ଲକ୍ଷ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି । ଏପଟେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ବି ହୋଇପାରେ । ଚାଇନାରେ ଲୋକେ ଏବେ ଏଭଳି ଷ୍ଟେଜରେ ରହିଛନ୍ତି ଯାହା ପୂର୍ବରୁ ଭାରତୀୟମାନେ ଥିଲେ । ଭାରତରେ ଏବେ ଲୋକେ କରୋନା ସହ ଲଢିବାରେ ବେଶ ଅନୁଭୁତି ଏକାଠି କରିପାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କୁ ଭାଗ୍ୟ ବଦଳାଇବାକୁ ଉପଦେଶ ଦେଲେ ପୂର୍ବତନ ରାଷ୍ଟ୍ରପତି

ଇସଲାମାବାଦ,୧୨।୪: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲଭି ପାକିସ୍ତାନବାସୀଙ୍କୁ ସେମାନଙ୍କ ଭାଗ୍ୟ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ଭାଗ୍ୟର ଏହି ପରିବର୍ତ୍ତନ ପୁନଃ ସେଟ ଏବଂ ପୁନଃ...

ଡକାୟତଙ୍କୁ ବିରୋଧ କରିବାରୁ ୧୯ ଲୋକଙ୍କୁ ହତ୍ୟା, ୫୫ ଆହତ

କରାଚି,୧୨।୪: ରମଜାନ ୨୦୨୪ ସମୟରେ କରାଚିରେ ଅପରାଧ ବୃଦ୍ଧି ପାଇଥିବା ଦେଖାଯାଇଛି। ଯେଉଁଥିରେ ଡକାୟତଙ୍କୁ ବିରୋଧ କରିବା ଯୋଗୁଁ କରାଚିରେ ୨୦୨୪ ରମଜାନରେ ୧୯ ଜଣଙ୍କର...

ଶେଷରେ ଭାରତ ଭରସାରେ ମାଳଦ୍ଵୀପ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିବ ‘ରୋଡ ଶୋ’

ନୂଆଦିଲ୍ଲୀ,୧୨।୪: ଭାରତ ସହ ସମ୍ପର୍କକୁ ତିକ୍ତ କରି ମାଳଦ୍ଵୀପ ନିଜ ପାଦରେ ନିଜେ କୁରାଢ଼ୀ ମାରିଛି। ମାଳଦ୍ଵୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ...

ଚାଇନାର ବଢିବ ଟେନ୍‌ସନ୍‌: ଆମେରିକା କରୁଛି ଏମିତି ପ୍ଲାନ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଫିଲିପାଇନ୍ସର ରାଜ୍ୟ ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏହି ଦେଶଗୁଡିକ ମଧ୍ୟରେ ଏହା ହେଉଛି ପ୍ରଥମ ତ୍ରିପାକ୍ଷିକ ଆନୁଷ୍ଠାନିକ...

ବିଶେଷଜ୍ଞଙ୍କ ଚେତାବନୀ, ବିଶ୍ୱକୁ ବଞ୍ଚାଇବାକୁ ଆମ ନିକଟରେ ବାକି ଅଛି ମାତ୍ର ୨ ବର୍ଷ

ଲଣ୍ଡନ,୧୧।୪: ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଏଲ କହିଛନ୍ତି ଯେ ଖରାପ ଜଳବାୟକୁ ପରିବର୍ତ୍ତନ କରିବାକୁ ସରକାର, ବ୍ୟବସାୟୀ ନେତା ଏବଂ ବିକାଶ ବ୍ୟାଙ୍କଗୁଡିକ ନିକଟରେ...

ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ

ଭିଏତନାମ,୧୧।୪: ଅନେକ ମାସ ଧରି ଭିଏତନାମର ସବୁଠାରୁ ବଡ ଠକେଇ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମହିଳା ଯିଏକି...

୧୮ ନାତୁଣି-ନାତିଙ୍କ ସହ ରାଷ୍ଟ୍ରପତି ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଆବୁଧାବି,୧୧।୪: ଏପ୍ରିଲ ୧୧ରେ ସମଗ୍ର ବିଶ୍ୱରେ ଇଦ ପାଳନ କରାଯାଇଛି। ଆରବ ଦେଶରୁ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ଇଦ ପାଳନ କରାଯାଇଛି। ଏହି ଅବସରରେ ୟୁଏଇର...

ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ?

ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri