କେବଳ ଗୋଟିଏ ପରୀକ୍ଷା ଦ୍ୱାରା ହିଁ ଚିହ୍ନଟ ହେବ ୫୦ ପ୍ରକାର କର୍କଟ ରୋଗ, ଅଧିକ ଜାଣନ୍ତୁ ଏ ସମ୍ପର୍କରେ

ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(NHS) ଖୁବ୍‌ଶୀଘ୍ର ରକ୍ତ ପରୀକ୍ଷଣର ଏକ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଯାହା ପ୍ରାଥମିକ ପର୍ଯ୍ୟାୟରେ ୫୦ରୁ ଅଧିକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିପାରିବ। ଖାଲି ଏତିକି ନୁହେଁ, ଅନେକ ଜୀବନ ରକ୍ଷା କରିବାରେ ଏହା ସାହାଯ୍ୟ ମଧ୍ୟ କରିପାରିବ। ଏହି ପରୀକ୍ଷଣ ସାହାଯ୍ୟରେ କୌଣସି ବ୍ୟକ୍ତି କର୍କଟ ରୋଗ ହେବା ବହୁ ପୂର୍ବରୁ ଚିହ୍ନଟ ହେବେ। ଯାହା ରୋଗୀର ବଞ୍ଚିବାର ସମ୍ଭାବନାକୁ ବହୁଗୁଣିତ କରିବ।

ଏହି ପରୀକ୍ଷଣର ନାମ ହେଉଛି ‘ଗ୍ୟାଲେରୀ ଟେଷ୍ଟ୍‌’। ଏନ୍‌ଏଚ୍‌ଏସ୍‌ କହିଛି, ଏହା ଦ୍ୱାରା ୫୦ରୁ ଅଧିକ କର୍କଟ ରୋଗ ଚିହ୍ନଟ ହୋଇପାରିବ। ଏହି ପରୀକ୍ଷଣର ପ୍ରାରମ୍ଭିକ ପରୀକ୍ଷା ବହୁତ ସକାରାତ୍ମକ ହୋଇଛି। ଏନ୍‌ଏଚ୍‌ଏସ କର୍କଟ ସ୍କ୍ରିନିଂ ପ୍ରୋଗ୍ରାମ ଲଗାଇପାରେ। ଯାହା କୋଟିକୋଟି ଲୋକଙ୍କ ଜୀବନ ରକ୍ଷା କରିବ। ଏହି ପରୀକ୍ଷଣକୁ ଏପରି ଡିଜାଇନ କରାଯାଇଛି, ଯାହା ଦ୍ୱାରା ଏହା ରକ୍ତରେ ଥିବା ମଲିକୁଲାର ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରିପାରିବ। ଯାହାକି କର୍କଟ କାରଣରୁ ହୋଇଥାଏ।

ଆସନ୍ତା ତିନିବର୍ଷ ମଧ୍ୟରେ ୫୦ରୁ ୭୯ ବର୍ଷ ବୟସର ୧ ଲକ୍ଷ ୪୦ ହଜାର ଲୋକଙ୍କୁ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ଏହି ପରୀକ୍ଷା କରାଯିବ। ଏହି ପ୍ରୋଜେକ୍ଟ ଆସନ୍ତା ତିନି ବର୍ଷ ମଧ୍ୟରେ ସମାଧାନ ହେବ ବୋଲି ଆଶା କରାଯାଉଛି। ଏହା ଆମେରିକାର କାଲିଫର୍ନିଆ ସହରର ଗ୍ରେଲ ଫଣ୍ଡ କମ୍ପାନୀ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏବଂ କମ୍ପାନୀ ଏହି ରକ୍ତ ପରୀକ୍ଷଣର ପରିକଳ୍ପନା କରିଛି। ଯଦି ଏହି ପରୀକ୍ଷାଗୁଡିକ ସମ୍ପୂର୍ଣ୍ଣ ସଫଳ ବୋଲି ପ୍ରମାଣିତ ହୁଏ, ତେବେ ଏହି ପରୀକ୍ଷା ଆସନ୍ତା କିଛି ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ପରୀକ୍ଷା କରାଯାଇପାରିବ। ।

ଏନ୍‌ଏଚ୍‌ଏସ୍‌ର ମାଲିକ ସାଇମନ ଷ୍ଟିଭେନ୍ସ କହିଛନ୍ତି, ସାଧାରଣତଃ ଲୋକମାନେ କର୍କଟ ରୋଗ ଚିହ୍ନଟ କରିବାରେ ବହୁ ବିଳମ୍ବ କରନ୍ତି। ଫଳରେ ଲୋକଙ୍କ ଜୀବନ ଯିବାର ଅଧିକ ସମ୍ଭାବନା ଥାଏ। କିନ୍ତୁ ଏହି ପରୀକ୍ଷା ଦ୍ୱାରା ଏହା ଅତ୍ୟନ୍ତ ସରଳ ହେବ। ବ୍ରିଟେନ ପ୍ରଥମ ଦେଶ ହୋଇପାରେ ଯିଏ ନିଜ ଦେଶର ଲୋକଙ୍କୁ ରକ୍ତ ନମୁନା ସାହାଯ୍ୟରେ କର୍କଟ ରୋଗ ପାଇଁ ସ୍କ୍ରିନିଂ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri