ଜାଣନ୍ତୁ ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ

ଚଳିତବର୍ଷ କରୋନା କଟକଣା ପାଇଁ ଦଶହରା ଫିକା ପଡ଼ିଛି। ମାତ୍ର ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ଦେବୀ ଦୁର୍ଗାଙ୍କୁ ନେଇ ଏକ କାହାଣୀ ରହିଛି। ଧରାପୃଷ୍ଠରେ ଅସୁରମାନଙ୍କ ପାପ ବା ଅତ୍ୟାଚାର ବଢ଼ିଯିବାରୁ ଦେବତାମାନଙ୍କ ଅନୁରୋଧ ରକ୍ଷା କରି ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ ମା’। ଦେବତାମାନେ ଜାଣିଥିଲେ ମହିଷାସୁରକୁ କେବଳ ଦୁର୍ଗା ହିଁ ମାରିପାରିବେ। ତେଣୁ ସମସ୍ତ ଦେବତା ନିଜ ନିଜର ଅସ୍ତ୍ର ମା’ଙ୍କୁ ଧରାଇଥିଲେ। ଆସନ୍ତୁ ଜାଣିବା କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ।

ତ୍ରିଶୂଳ : ମହିଷାସୁରଙ୍କୁ ବିନାଶ କରିବା ପାଇଁ ମହାଦେବ ମା’ଙ୍କୁ ତ୍ରିଶୂଳ ପ୍ରଦାନ କରିଥିଲେ।

ଶଙ୍ଖ : ଏହାକୁ ବରୁଣ ଦେବତା ମା’ ଦୁର୍ଗାଙ୍କୁ ଅସ୍ତ୍ର ଭାବେ ଦେଇଥିଲେ।

ଚକ୍ର : ପାପୀଙ୍କୁ ବିନାଶ କରିବା ପାଇଁ ଦୁର୍ଗାଙ୍କ ହାତରେ ଚକ୍ର ଧରାଇ ଦେଇଥିଲେ ଦେବତା ବିଷ୍ଣୁ।

ପଦ୍ମ : ଏହାକୁ ଦେବତା ବ୍ରହ୍ମା ମା’ଙ୍କୁ ପ୍ରଦାନ କରିଥିଲେ।

୍‌ଖଡ୍‌ଗ : ମହିଷାସୁରକୁ ବଧ କରିବା ପାଇଁ ଦୁର୍ଗାଙ୍କ ହାତରେ ଖଡ୍‌ଗ ଦେଇଥିଲେ କାଳ ବା ଯମଦେବତା।

ଧନୁତୀର : ବାୟୁ ଏବଂ ସୂର୍ଯ୍ୟଦେବତା ଦେବୀ ଦୁର୍ଗାଙ୍କୁ ଧନୁତୀର ପ୍ରଦାନ କରିଥିଲେ।

ସାପ : ତ୍ରିଶୂଳ ସହିତ ସାପ ମଧ୍ୟ ଦୁର୍ଗାଙ୍କୁ ପ୍ରଦାନ କରିଥିଲେ ପ୍ରଭୁ ତ୍ରିଲୋଚନ ।

ଘଡ଼ଘଡ଼ି : ଇନ୍ଦ୍ର ଦେବତା ମା’ଦୁର୍ଗାଙ୍କୁ ଘଡ଼ଘଡ଼ି ପ୍ରଦାନ କରିଥିଲେ। ଯାହାକୁ ଅସ୍ତ୍ର ଭାବେ ବ୍ୟବହାର କରି ମହିଷାସୁରକୁ ବଧ କରିଥିଲେ ମା’।

କୁରାଢ଼ି : ପ୍ରଭୁ ବିଶ୍ୱକର୍ମା ମା’ ଦୁର୍ଗାଙ୍କୁ କୁରାଢ଼ି ପ୍ରଦାନ କରିଥିଲେ।

ଗଦା : କୁବେର ଦେବତା ମା’ ଦୁର୍ଗାଙ୍କୁ ଗଦା ପ୍ରଦାନ କରିଥିଲେ।

ଏସବୁ ଅସ୍ତ୍ର ବ୍ୟବହାର କରି ଶେଷରେ ମା’ ଦୁର୍ଗା ମହିଷାସୁରକୁ ବଧ କରିବାରେ ସକ୍ଷମ ହୋଇଥିଲେ। ପରେ ଧରାପୃଷ୍ଠକୁ ଶାନ୍ତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri