Posted inଖେଳ

ରୋହିତଙ୍କୁ ୫୦ କୋଟି ଟଙ୍କାରେ କିଣିବ କି ଲକ୍ଷ୍ନୌ: ମୁହଁ ଖୋଲିଲେ ମାଲିକ

ନୂଆଦିଲ୍ଲୀ,୨୯।୮:ଆଇପିଏଲ୍‌ ୨୦୨୫ ଅଧିକ ରୋଚକ ହେବାକୁ ଯାଉଛି। କାରଣ ଏହା ପୂର୍ବରୁ ଏକ ମେଗା ନିଲାମ ଅନୁଷ୍ଠିତ ହେବ। ମେଗା ନିଲାମ ପୂର୍ବରୁ ଦଳଗୁଡିକରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଅନେକ ତାରକା ଖେଳାଳି ଗୋଟିଏ ଦଳରୁ ଅନ୍ୟ ଦଳକୁ ଯାଇପାରନ୍ତି, ଯେଉଁଥିରେ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ଅଛି। ହିଟମ୍ୟାନଙ୍କ ବିଷୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଲିଜ୍‌ କରିବ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ତାଙ୍କୁ ୫୦ କୋଟି ଟଙ୍କାରେ କିଣିବ। ତେବେ ଏହି କଥାଗୁଡ଼ିକରେ କେତେ ସତ୍ୟ ଅଛି, ଲକ୍ଷ୍ନୌ ମାଲିକ ସଞ୍ଜୀବ ଗୋଏଙ୍କା ନିଜେ ଏହା ପ୍ରକାଶ କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ସଞ୍ଜୀବ ଗୋଏଙ୍କାଙ୍କୁ ପଚରାଯାଇଥିଲା, ରୋହିତ ଶର୍ମାଙ୍କୁ ଲକ୍ଷ୍ନୌ ୫୦ କୋଟି ଟଙ୍କାରେ କିଣିବ କି? ଏହାର ଜବାବରେ ସେ କହିଛନ୍ତି, ମୋତେ ଗୋଟିଏ କଥା କୁହ, କେହି ଜାଣନ୍ତି କି ରୋହିତ ଶର୍ମା ନିଲାମରେ ଉପଲବ୍ଧ ହେବେ କି ନାହିଁ? ଏହି ସବୁ କଳ୍ପନାଜଳ୍ପନା ଅନାବଶ୍ୟକ। ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ରିଲିଜ୍‌ କରିବ ନା ନାହିଁ, ସେ ନିଲାମରେ ଉପଲବ୍ଧ ହେବେ କି ନାହିଁ ତାହା ଜଣାନାହିଁ। ଆଉ ମଧ୍ୟ ସେ ଯଦି ବି ଉପଲବ୍ଧ ହେବେ, ତେବେ ଗୋଟିଏ ପାଞ୍ଚାଇଜ୍‌ ନିଜ ଅଂଶର ୫୦ ପ୍ରତିଶତ ଟଙ୍କ ଗୋଟିଏ ଖେଳାଳିରେ ବ୍ୟବହାର କରିବ, ତେବେ ଅବଶିଷ୍ଟ ୨୨ ଖେଳାଳିଙ୍କୁ କିପରି ପରିଚାଳନା କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ତା’ପରେ ଏହା ପରେ ତାଙ୍କୁ ପଚରାଯାଇଥିଲା କି ରୋହିତ ଶର୍ମା ଆପଣଙ୍କ ଇଚ୍ଛା ତାଲିକାରେ ଅଛନ୍ତି କି? ଏହାର ଜବାବରେ ସଞ୍ଜୀବ ଗୋଏଙ୍କା କହିଛନ୍ତି, ପ୍ରତ୍ୟେକଙ୍କର ନିଜସ୍ବ ଇଚ୍ଛା ତାଲିକା ଅଛି। ସମସ୍ତେ ଚାହାନ୍ତି ନିଜ ଦଳରେ ଶ୍ରେଷ୍ଠ ଖେଳାଳିଙ୍କୁ ନେବା। ଏହା ଜଣଙ୍କର ଇଚ୍ଛା କରିବା ବିଷୟ ନୁହେଁ। ଗୋଟିଏ ପାଞ୍ଚାଇଜ୍‌ କ’ଣ ଉପଲବ୍ଧ ଅଛି ତାହା ମଧ୍ୟ ଦେଖିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ...

ଅନଓ୍ବର ଅଲୀ ୪ ମାସ ବାସନ୍ଦ

କୋଲକାତା,୧୧ା୯(ପି.ଟି.): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଚୁକ୍ତି ଉଲ୍ଲଂଘନ ମାମଲାରେ ଭାରତୀୟ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ୪ ମାସ ପାଇଁ ବାସନ୍ଦ କରାଯାଇଛି। ଏହା...

ପାରାଲିମ୍ପିକ୍ସ ଚାମ୍ପିୟନଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଅପାର ସଫଳତା ପରେ ଭାରତୀୟ ଆଥଲେଟ୍‌ମାନେ ମଙ୍ଗଳବାର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳାଳିମାନେ ପହଞ୍ଚିବା...

ଓଡ଼ିଶା ସହ ମିଶି ବିଶ୍ୱସ୍ତରରେ ହକିର ବିକାଶ ପାଇଁ ଏଫ୍‌ଆଇଏଚ୍‌ ପ୍ରତିଶ୍ରୁତିବଦ୍ଧ: ଇକ୍ରାମ

ଭୁବନେଶ୍ୱର, ୧୦।୯: ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ଟାୟାବ ଇକ୍ରାମ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଠାରେ ସାକ୍ଷାତ କରିଛନ୍ତି। ବିଶ୍ୱ ହକିକୁ...

ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦ା୯: ପ୍ୟାରିସ୍‌ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ମନସୁଖ...

ଗାଙ୍ଗୁଲିଙ୍କ ବଡ଼ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଟେଷ୍ଟର ବାଦ୍‌ଶାହା

ନୂଆଦିଲ୍ଲୀ,୯।୯: ଟିମ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ। ଯେତେବେଳେ ଟେଷ୍ଟ ଫର୍ମାଟ କଥା ଆସେ,...

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ହରାଇଲା ଭାରତ

ହୁଲୁନ୍‌ବୁଇର(ଚାଇନା), ୮ା୯: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଏଠାରେ ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଭାରତୀୟ ପୁରୁଷ ଦଳ ୩-୦ ଗୋଲ୍‌ରେ...

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ପ୍ରଥମ ଥର ମିଳିଲା ସୁଯୋଗ

ମୁମ୍ବାଇ,୮।୯: ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri