ବୁଲାକୁକୁର ରହିବେ କେଉଁଠି

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଛକ, ବଜାର, ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ବୁଲାକୁକୁର ଖାଇବାକୁ ନ ପାଇ ହିଂସ୍ର ହୋଇପଡ଼ୁଛନ୍ତି। ହାଇଦ୍ରାବାଦରେ ୪ବର୍ଷର ଶିଶୁପୁତ୍ରଙ୍କୁୁ ବୁଲାକୁକୁର ଝୁଣି ମାରିଦେବା ଘଟଣା ପରେ ରାସ୍ତାକଡ଼ରୁ ବୁଲାକୁକୁର ହଟାଇବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ(ସିଡିଭିଓ)ମାନେ ସତର୍କତା ଅବଲମ୍ବନ କରି ରାସ୍ତାରୁ ବୁଲାକୁକୁରମାନଙ୍କୁ ହଟାଇବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ତେବେ ମୟୂରଭଞ୍ଜ ଜିଲାରେ କୁକୁରମାନଙ୍କ ନିମନ୍ତେ କୌଣସି ଆଶ୍ରୟସ୍ଥଳ ନ ଥିବାରୁ ସେମାନଙ୍କୁ ହଟାଇବାରେ ସମସ୍ୟା ଦେଖାଦେଇଛି। ବିଭାଗୀୟ ଗାଇଡ୍‌ଲାଇନ ଆସି ନ ଥିବାରୁ କୁକୁରମାନଙ୍କୁ କେଉଁଠାରେ ଛଡ଼ାଯିବ ତାହାକୁ ନେଇ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି।
ଜିଲାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଆଦି ସହରରେ ବୁଲାକୁକୁରଙ୍କ ବଂଶ ବୃଦ୍ଧିହେବାରେ ଲାଗିଛି। କୁକୁରଙ୍କ ଭଳି ବିଲେଇ, ମାଙ୍କଡ଼ଙ୍କ ସଂଖ୍ୟା ବଢୁଥିବାରୁ ଖାଦ୍ୟ ଅନ୍ବେଷଣରେ ସେମାନେ ରାସ୍ତାଘାଟ ଓ ବଜାରରେ ବୁଲୁଛନ୍ତି। ସେମାନଙ୍କ ନିମନ୍ତେ ସରକାରୀ ସ୍ତରରେ ଖାଦ୍ୟ ବ୍ୟବସ୍ଥା କରାଯାଉ ନ ଥିବାରୁ ଅଧିକାଂଶ କୁକୁର ଭୋକ ବିକଳରେ ଏଣେତେଣେ ବୁଲି ଲୋକଙ୍କଠାରୁ ଖାଦ୍ୟ ଛଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଏପରି ସ୍ଥଳେ କୁକୁରମାନେ ଆକ୍ରମଣ କରୁଥିବା ନଜିର ମଧ୍ୟ ରହିଛି। ସେମାନଙ୍କୁ ହଟାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେମାନଙ୍କୁ ନେଇ କେଉଁ ସ୍ଥାନରେ ଛାଡ଼ିବାକୁ ହେବ ସେନେଇ କୌଣସି ଗାଇଡ୍‌ଲାଇନ ଆସି ନ ଥିବା ଜିଲା ସିଡିଭିଓ ଡା. ପ୍ରଭାକର ସାହୁ ପ୍ରକାଶ କରିଛନ୍ତି। ତେବେ ବୁଲା କୁକୁରଙ୍କ ଯୋଗୁ ପରିବେଶ ସ୍ବଚ୍ଛ ରହୁଛି। ନାଳନର୍ଦ୍ଦମାରେ ପଶି ପଚାଶଢା ଖାଦ୍ୟକୁ ଖାଇବା ଦ୍ୱାରା ପୋକମାଛି ଦାଉରୁ ଲୋକମାନେ ସୁରକ୍ଷିତ ରହୁଛନ୍ତି। ସେମାନଙ୍କୁ ହଟାଇବା ଦ୍ୱାରା ପରିବେଶ ଉପରେ ପ୍ରଭାବ ପଡ଼ିବା ସହ ସଂକ୍ରମଣଜନିତ ରୋଗ ବୃଦ୍ଧି ପାଇବ। ଖାଇବା ସହିତ ଚିକିତ୍ସା କରାଗଲେ ସେମାନେ ହିଂସ୍ର ହେବା ପରିବର୍ତ୍ତେ ବିଶ୍ୱାସୀ ହୋଇପାରିବେ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିବା କୁକୁରମାନଙ୍କୁ ସ୍ଥାନାନ୍ତର କିମ୍ବା ବୁଲା ପ୍ରାଣୀଙ୍କୁ ବିରୋଧ କରିବା ଦଣ୍ଡନୀୟ ଅପରାଧ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ପିଲାଳିଆମୀ ଭଳି ଲାଗୁଛି ବୋଲି ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଏପରି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଚେତାବନୀ

ହିଞ୍ଜିଳିକାଟୁ,୨୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଲ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ...

ନିକଟସ୍ଥ ଜଙ୍ଗଲରୁ ଉଡ଼ିଆସିଲା ନିଆଁ ଝୁଲ: ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ବୁଗୁଡ଼ା, ୨୭।୨: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ପରିବାରଙ୍କ ୪ ବଖରା ଜଳିପୋଡି ପାଉଁଶ...

ଭିତରକନିକା ଜୈବ ବିବିଧତାକୁ ସଙ୍କଟ

କେନ୍ଦ୍ରାପଡା ଅଫିସ,୯ା୧୧: ଖରସ୍ରୋତା ନଦୀରୁ ଭଦ୍ରକ ଜିଲା ୪ ବ୍ଲକର ୯୧ ପଞ୍ଚାୟତକୁ ପନୀୟଜଳ ଯୋଗାଣ ହେବ। ଏଥିପାଇଁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ...

ଭାରତୀୟ ଖାଦ୍ୟ ସୁରକ୍ଷାର ଆଧାର ଚାଉଳ: ରାଷ୍ଟ୍ରପତି

କଟକ ଅଫିସ,୧୨।୨: ଭାରତୀୟ ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର ଓ ଅର୍ଥନୀତିର ପ୍ରମୁଖ ଅଙ୍ଗ ହେଉଛି ଚାଉଳ। ଆମ ସଂସ୍କୃତି ଓ ଐତିହ୍ୟ ସହ ଅଙ୍ଗାଙ୍ଗୀ...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୫।୧୧(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚଲା ନଦୀ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ୩୦ରୁ...

ଗ୍ରୀନ୍‌ ଜୋନ୍‌ରେ ନୂଆପଡ଼ା, ତଥାପି ଛାଡ଼ୁନି ଭୟ

ନୂଆପଡ଼ା ଅଫିସ,୨୨ା୫-ମହାମାରୀ କରୋନା ସମଗ୍ର ବିଶ୍ୱକୁ ଗ୍ରାସିଛି। ଭାରତରେ ଏହାର ମୁକାବିଲା ଲାଗି କେତେକ କଟକଣା ଜାରି କରାଯାଇଛି। ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଲକ୍‌ଡାଉନ୍‌...

ଅନ୍‌ଫ୍ରେଣ୍ଡ କରିଦେବାରୁ ଏଭଳି ପ୍ରତିଶୋଧ ନେଲେ ଯୁବକ

ସମ୍ବଲପୁର,୨୫ା୯(ବ୍ୟୁରୋ): ଯୁବତୀଙ୍କ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ସାଇବର ଥାନା ପୋଲିସ ଧନୁପାଲି ଥାନା ଅଞ୍ଚଳରୁ ଜଣେ...

ଡ୍ରାଇଭରଙ୍କୁ ମାଡ଼ ମାରି ପ୍ରବାସୀ ଯୁବକ ଫେରାର

ପଦ୍ମପୁର, ୨୭ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ବିରସ ରାସ୍ତାର ସୁଇସଗେଟ୍‌ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରବାସୀ ଯୁବକ ବସ୍‌ ଡ୍ରାଇଭର ଓ ଦୁଇଜଣ ଯୁବକଙ୍କୁ...

Advertisement
Archives

Model This Week