Advertisement

କେଉଁଠି ସ୍ତ୍ରୀଙ୍କ କୋଳରେ ସ୍ବାମୀ ତ ଅନ୍ୟ କେଉଁଠି କାର ଛାତରେ ମୃତଦେହ: ତାଣ୍ଡବ ରଚିଛି କରୋନା…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଦୁଃଖ ବଢ଼ିବାରେ ଲାଗିଛି। କରୋନା ତାଣ୍ଡବରେ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ପ୍ରିୟଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହଧାର ଝରିବାରେ ଲାଗିଛି। ଏବେ ଉତ୍ତରପ୍ରଦେଶର ଆଗ୍ରା ସହରର କେତେକ ଫଟୋ ଓ ଭିଡ଼ଇ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏସବୁ ଫଟୋ ୟୁଜରଙ୍କୁ ଭାବୁକ କରି ଦେଉଛି। ଏକ ଭିଡ଼ଓରେ ରେଣୁ ସିଙ୍ଘଲ ନାମକ ଜଣେ ମହିଳା କରୋନା ଆକ୍ରାନ୍ତ ତାଙ୍କ ସ୍ବାମୀ ରବି ସିଙ୍ଘଲଙ୍କୁ କୋଳରେ ଧରି ମୁହଁରେ ମୁହଁ ଲଗାଇ କୃତ୍ରିମ ନିଶ୍ୱାସ ଦେବାର ପ୍ରୟାସ କରୁଥିବାର ଦେଖିବାକୁ ମିଳୁଛି। ରବିଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ତେବେ ବେଡ୍‌ ଅଭାବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରି ନ ଥିଲା। ଶେଷରେ ଛଟପଟ ହୋଇ ହସ୍ପିଟାଲ ବାହାରେ ରବିଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜଣେ ଲୋକ କାରର ଛାତ ଉପରେ ପିତାଙ୍କ ମୃତଦେହ ବାନ୍ଧି ଆଗ୍ରାର ମୋକ୍ଷଧାମ ଶ୍ମଶାନକୁ ଅନ୍ତିମ ସଂସ୍କାର କରିବା ଲାଗି ନେଉଥିବାର ଦୃଶ୍ୟ ବେଶ୍‌ ହୃଦୟ ବିଦାରକ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ଅଛନ୍ତି ୭ଜଣ। ଏମାନଙ୍କ ମଧ୍ୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର...

ରାଜେନ୍ଦ୍ର ନଗର ଉପ ନିର୍ବାଚନ, ଏଏପି ପ୍ରାର୍ଥୀଙ୍କ ବିଜୟ…

ନୂଆଦିଲ୍ଲୀ, ୨୬।୬ : ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଉପ ନିର୍ବାଚନରେ ଏଏପିର ଦୁର୍ଗେଶ ପାଠକ ଭାଜପାର ରାଜେଶ ଭାଟିଆଙ୍କ ପରାଜିତ କରିଛନ୍ତି। ଦୁର୍ଗେଶ ୧୧,...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ସରପଞ୍ଚ ଦେଲେ ୩ ମାସର ଭତ୍ତା

ତରଭା,୨୦।୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ତରଭା ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୨ହଜାର ଟଙ୍କା ପ୍ରଦାନ...

ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼, କଟକରୁ ସର୍ବାଧିକ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଶନିବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭ ଜଣ ଲୋକାଲ...

ପୁଞ୍ଚ୍‌ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ...

ଘୋଡ଼ା ବଦଳରେ ଜେସିବିରେ ଗଲେ ଇଞ୍ଜିନିୟର ବର

କସଡୋଲ,୧୭।୫: ଛତିଶଗଡ଼ର କସଡୋଲ ଗାଁର ଏକମାତ୍ର ଇଞ୍ଜିନିୟର ହେଉଛନ୍ତି ଅମିଶ କୁମାର ଡହରିଆ। ଏବେ ସେ ଖୁବ୍‌ ଚର୍ଚ୍ଚାରେ। କାରଣ ଏହି ଯୁବ ଇଞ୍ଜିନିୟର ଜଣକ...

ପୁଅର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫସିଲେ ଏହି ବ୍ୟକ୍ତି, ଧରାପଡ଼ିଲା ଏସବୁ କଳାକାରନାମା

ନୂଆଦିଲ୍ଲୀ,୧୯ା୧୨: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭୁବନାଶ ଖରବନ୍ଧ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନକଲି ଦଲିଲ ଆଧାରରେ ଭୁବନାଶ ୨ କୋଟି ୭୬...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କଲା ଭାଜପା: ନିଯୁକ୍ତି, ସ୍ବାସ୍ଥ୍ୟକୁ ଗୁରୁତ୍ୱ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସାଧାରଣ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରାୟ ସବୁ ଦଳ ପ୍ରୟାସ ଜାରି...

Advertisement
Archives

Model This Week