Posted inଜାତୀୟ

୧୩ ବର୍ଷରେ ସାଢ଼େ ୧୭ ଲକ୍ଷରୁ ଅଧିକ ଭାରତୀୟ କୁଆଡେ ଗଲେ ? ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଛାଡୁଛନ୍ତି ଦେଶ…

ନୂଆଦିଲ୍ଲୀ,୨୫।୭ : ଗତ ୧୩ ବର୍ଷ ୨୦୧୧ ରୁ ୨୦୨୩ ମଧ୍ୟରେ ସାଢ଼େ ୧୭ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏହି ଲୋକମାନେ ବିଦେଶରେ ବସବାସ କରିଛନ୍ତି। ହେନଲି ପ୍ରାଇଭେଟ ଧନ ସ୍ଥାନାନ୍ତରଣ ରିପୋର୍ଟ ୨୦୨୩ ମଧ୍ୟ ଏହି ବିଷୟରେ ଆସିଛି। ଏଥିରେ ମଧ୍ୟ ଭାରତ ଛାଡିଥିବା ନାଗରିକଙ୍କ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଇଛି ଲୋକମାନେ କାହିଁକି ଭାରତର ନାଗରିକତ୍ୱ ଛାଡି ବିଦେଶରେ ବସବାସ କରୁଛନ୍ତି?

କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରଣାଳୟ ୧୩୫ଟି ଦେଶର ଏକ ତାଲିକା ପ୍ରକାଶ କରିଛ ନ୍ତି। ଯେଉଁଠାକୁ ସାଢ଼େ ୧୭ ଲକ୍ଷରୁ ଅଧିକ ଭାରତୀୟ ଯାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଭାରତର ନାଗରିକତ୍ୱ ଛାଡି ଅନେକ ଲୋକ ପାକିସ୍ଥାନ, ବାଂଲାଦେଶ, ମ୍ୟାନମାର, ଶ୍ରୀଲଙ୍କା, ନେପାଳ ଏବଂ ଏପରିକି ଚାଇନା ନାଗରିକତ୍ୱ ନେଇଛନ୍ତି। ଭାରତ ଛାଡିବା ପରେ ଅଧିକାଂଶ ଲୋକ ଆମେରିକାରେ ବସବାସ କରିଛନ୍ତି। ସେମାନଙ୍କ ସଂଖ୍ୟା ପ୍ରାୟ ସାତ ଲକ୍ଷ ବୋଲି କୁହାଯାଉଛି।

ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ବ୍ରିଟେନ, ରୁଷିଆ, ଜାପାନ, ଇସ୍ରାଏଲ, ଇଟାଲୀ, ଫ୍ରାନ୍ସ, ୟୁଏଇ, ୟୁକ୍ରେନ, ନ୍ୟୁଜିଲାଣ୍ଡ, କାନାଡା, ଜର୍ମାନୀ ଭଳି ଦେଶରେ ମଧ୍ୟ ପହଞ୍ଚିଛନ୍ତି। କିଛି ଲୋକ ଉଗାଣ୍ଡା, ପାପୁଆ ନ୍ୟୁ ଗିନି, ମୋରୋକୋ, ନାଇଜେରିଆ, ନରୱେ, ଜାମ୍ବିଆ, ଚିଲି ଭଳି ଦେଶର ନାଗରିକତ୍ୱ ମଧ୍ୟ ନେଇଛନ୍ତି।

ମୌସୁମୀ ଅଧିବେଶନରେ ଏମପି କୀର୍ତ୍ତୀ ଚିଦାମ୍ବରମଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି କରୋନା ପରେ ୨୦୨୨ ମସିହାରେ ସର୍ବାଧିକ ୨.୨୫ ଲକ୍ଷ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି।

ସଂସଦରେ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଅଧିକାଂଶ ଲୋକ କାମ ପାଇଁ ବିଦେଶ ଯାଇ ବ୍ୟକ୍ତିଗତ ସୁବିଧା ଯୋଗୁୁ ସେଠାରେ ରହିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ସରକାର ଭାରତୀୟଙ୍କ ସ୍ଥାନାନ୍ତରଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ମେକ ଇନ ଇଣ୍ଡିଆ ମାଧ୍ୟମରେ ଭାରତରେ ନାଗରିକମାନଙ୍କୁ ଉନ୍ନତ କ୍ୟାରିୟର ବିକଳ୍ପ ଯୋଗାଇବା ପାଇଁ ପ୍ରୟାସ କରାଯାଉଛି। ଏହାର ପ୍ରଭାବ ମଧ୍ୟ ଘଟୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଈ ହାତୀର କଙ୍କାଳ ଠାବ: ବନବିଭାଗର ତଦନ୍ତ ଆରମ୍ଭ

ରିଆମାଳ, ୮।୮( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଁଡ଼ିହି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri