କେବେ ପୂରଣ ହେବ ମୁଖ୍ୟମନ୍ତ୍ରୀଙ୍କ ୩୧ ନିର୍ଦ୍ଦେଶନାମା: ସଚିବଙ୍କୁ ମୁଖ୍ୟ ସଚିବଙ୍କ ତାଗିଦ

ଭୁବନେଶ୍ୱର,୧୨ା୮(ରବିନାରାୟଣ ଜେନା):୨୦୩୬ ମସିହା ସୁଦ୍ଧା ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଗଣିତ ହେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ପୂରଣ କରିବା ପାଇଁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଦିନରାତି ଉଦ୍ୟମ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୩ ମାସ ମଧ୍ୟରେ ୩୧ଟି ଦିଗ ଉପରେ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ବାସ୍ଥ୍ୟଠାରୁ ଶିକ୍ଷା ପର୍ଯ୍ୟନ୍ତ, କେଉଁ ଗୁରୁତ୍ୱପୂଣ୍ଣର୍ର୍ କାର୍ଯ୍ୟକ୍ରମ କେବେ ସୁଦ୍ଧା ଶେଷହେବ ସେନେଇ ‘ସମୟସୀମା’ ଧାର୍ଯ୍ୟ କରିଛନ୍ତି। ସଚିବଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ଆଶା ବହୁତ ଥିଲେ ହେଁ କେତେକ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉ ନ ଥିବା ସରକାରୀ ତଥ୍ୟରୁ ପରିଲକ୍ଷିତ ହୋଇଛି। ଏହାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି ତ୍ୱରିତ ତଥା ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟାନ୍ବୟନ ହେବ ତାହାକୁ ନେଇ ସପ୍ତାହକ ମଧ୍ୟରେ ସଚିବମାନଙ୍କୁ ୩ ଥର ଅବଗତ କରାଗଲାଣି। ମୁଖ୍ୟ ସଚିବଙ୍କ ଓଏସ୍‌ଡି କଲ୍ୟାଣ କୁମାର ରଥ ଚଳିତମାସ ୪ରେ ପତ୍ର ଲେଖି ଅବଗତ କରାଇଥିବାବେଳେ ୭ରେ ଯୋଜନା ଓ ସଂଯୋଜନ ବିଭାଗ ଓଏସ୍‌ଡି ଡି.କେ. ଜେନା ପତ୍ର ଲେଖି ଅବଗତ କରାଇଥିଲେ। ସେହିପରି ସୋମବାର ଓଏସ୍‌ଡି କଲ୍ୟାଣ କୁମାର ରଥ ବ୍ୟକ୍ତିଗତ ନୋଟ୍‌ଶିଟ୍‌ ଲେଖି ପୁନଶ୍ଚ ସଚିବମାନଙ୍କୁ ଜଣାଇ ଦେଇଛନ୍ତି।
କଲ୍ୟାଣ କୁମାର ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ମଙ୍ଗଳବାର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ହେଲେ ପୂର୍ବରୁ ବିଭାଗ ପକ୍ଷରୁ ୧୦ଟି ଦିଗ ଉପରେ ଆଲୋଚନା ପାଇଁ ଯେଉଁ ଅବଗତ କରାଯାଇଥିଲା, ଏବେ ତା’ର ସଂଶୋଧନ କରାଯାଇଛି। ମଙ୍ଗଳବାର ମାତ୍ର ୪ଟି ଦିଗ ଉପରେ ବିସ୍ତୃତ ଆଲୋଚନା ହେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି। ସେଥିମଧ୍ୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦେଇଥିବା ନିର୍ଦ୍ଦେଶନାମା କେତେଦୂର ପାଳନ ହୋଇଛି ତାହା ଉପରେ ଦର୍ଶାଇବାକୁ ରହିଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ‘୫ମ ମୁଖ୍ୟ ଶାସନ ସଚିବସ୍ତରୀୟ ସମ୍ମିଳନୀ’ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ। ଏହାସହ ‘ମୁଖ୍ୟମନ୍ତ୍ରୀଙ୍କ ଡାସ୍‌ବୋର୍ଡ’ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉପରେ ମଧ୍ୟ ଆଲୋଚନା ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୩ ମାସ ମଧ୍ୟରେ ପ୍ରଦାନ କରିଥିବା ୩୧ଟି ନିର୍ଦ୍ଦେଶନାମା ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗକୁ ସର୍ବାଧିକ ୮ଟି ନିର୍ଦ୍ଦେଶ ଦିଆଯାଇଛି। ସେଥିମଧ୍ୟରେ ଗୁଟ୍‌ଖା, ପାନମସଲା ଏବଂ ଅନ୍ୟାନ୍ୟ ମାଦକଦ୍ରବ୍ୟ ନିଷେଧ ଦିଗରେ ସ୍ବତନ୍ତ୍ର ନିୟମ କିମ୍ବା ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ ମେ’୧୫ରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଜୁନ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ଗୃହ, ଆଇନ, ଖାଦ୍ୟଯୋଗାଣ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା। ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ବିଭିନ୍ନ ସରକାରୀ ମେଡିକାଲ କଲେଜର ସମସ୍ୟା, ନୂତନ ମେଡିକାଲ କଲେଜର ନୂତନ ଖସଡ଼ା ପ୍ରସ୍ତୁତ ସହିତ ଯାଞ୍ଚ ପ୍ରକ୍ରିୟା, ସମସ୍ତ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ଫିଜିଓଥେରାପି ସେଣ୍ଟର ଖୋଲିବା ପ୍ରସଙ୍ଗ, ରୋଗୀଙ୍କୁ ତ୍ୱରିତ ଚିକିତ୍ସା ପ୍ରକ୍ରିୟାରେ ସରଳୀକରଣ, ଚିକିତ୍ସାରେ ଅତ୍ୟାଧୁନିକ ବୈଷୟିକ ପଦ୍ଧତି ପ୍ରଣୟନ, ଏମ୍‌କେସିଜି ମେଡିକାଲ ସମସ୍ୟା, ସରକାରୀ ଡାକ୍ତରଖାନାରେ ‘ଡିଡିଆର୍‌ ଏବଂ ଡିଇଏକ୍ସଏ’ ଯନ୍ତ୍ରାଂଶ ବ୍ୟବସ୍ଥା ପ୍ରଭୃତି ରହିଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅବଧି ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇ ନ ଥିବା ଜଣାପଡ଼ିଛି। ସେହିପରି ନିର୍ମାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ଅବକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି, ଉଚ୍ଚଶିକ୍ଷା, ଶିଳ୍ପ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ବ୍ୟକ୍ତିିଗତ ନୋଟ୍‌ଶିଟ୍‌ ସଂକ୍ରାନ୍ତରେ କୌଣସି ତଥ୍ୟ ସରକାରଙ୍କ ହସ୍ତଗତ ହୋଇ ନ ଥିବା ଓଏସ୍‌ଡିଙ୍କ ପତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?