Posted inଜାତୀୟ

କେବେ ଯିବ ମୁଖ୍ୟମନ୍ତ୍ରୀ ପଦ? ଦିଲ୍ଲୀରେ ମିଳିବ କେଉଁ ଦାୟିତ୍ୱ? ସିଏମ ଯୋଗୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଏହି ନେତା

ନୂଆଦିଲ୍ଲୀ,୨୪।୭:ଲୋକସଭା ନିର୍ବାଚନ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୟୁପି ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଥିଲେ। ସେ ଦାବି କରିଥିଲେ ଯେ, ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନଙ୍କ ପରି ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଲୋକ ସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ। ବର୍ତ୍ତମାନ ଲୋକ ସଭା ନିର୍ବାଚନ ଫଳାଫଳ ଆସିବାର ଦେଢ ମାସରୁ ଅଧିକ ସମୟ ବିତିଗଲାଣି ଏବଂ ୟୁପିକୁ ନେଇ ନାନା ପ୍ରକାର ଆକଳନ ଆରମ୍ଭ ହୋଇଗଲାଣି।

ଭାଜପାର ରାଜନୈତିକ ଓଲଟପାଲଟ ହେବାର କଳ୍ପନାଜଳ୍ପନା ମଧ୍ୟରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଏଁ ଅନୁଷ୍ଠିତ ବୈଠକ ସମସ୍ତଙ୍କ ଉତ୍ସୁକତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଏସବୁ ମଧ୍ୟରେ କୃଷକ ନେତା ରାକେଶ ଟିକାଇତ ୟୁପି ରାଜନୀତି ଏବଂ ସିଏମ ଯୋଗୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛ।

କୃଷକ ନେତା ରାକେଶ ଟିକାଇତ କହିଛନ୍ତି, ଏହା ଭାଜପାର ଚକ୍ରବ୍ୟୁହ। ଯିଏ ଏଥିରେ ଫସିଯାଏ, ସେ ବାହାରକୁ ଆସିପାରେ ନାହିଁ। ଭାଜପା ନେତାଙ୍କର ଏହିପରି ଭ୍ରୁଣହତ୍ୟା କରନ୍ତି। ଯୋଗୀ ଆଉ ଅଢେଇ ବର୍ଷ ପରେ ଦିଲ୍ଲୀ ଯିବେ। ବର୍ତ୍ତମାନ ସମୟ ଆସିଛି ।

କେବଳ ଏତିକି ନୁହେଁ, ଅଢେଇ ବର୍ଷ ପରେ ଯୋଗୀ ଆଦିତ୍ୟନାଥ କେନ୍ଦ୍ର ସରକାରରେ ଯୋଗଦେବେ ଏବଂ ଗୃହମନ୍ତ୍ରୀ ହେବେ ବୋଲି ରାକେଶ ଟିକାଇତ ଦାବି କରିଛନ୍ତି। ସିଏମ ଯୋଗୀ ଗୃହମନ୍ତ୍ରୀ ହୋଇପାରନ୍ତି। ତା’ପରେ ସେମାନଙ୍କ ବୁଲଡୋଜର ସାରା ଦେଶରେ ଚାଲିବ। ଏବେ ସେମାନଙ୍କୁ ଭୟଭୀତ କରିବା ପାଇଁ ଏପରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri