ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ସେମାନେ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା ଓ ଶୁଭମ ବେହେରା। ବଡ଼ଓଷା ଉପଲକ୍ଷେ ସକାଳୁ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା ବଶତଃ ଦୁଇ ଭାଇ ବୁଡ଼ିଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ସମେତ ସ୍ଥାନୀୟ ଲୋକମାନେ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ପୋଖରୀ ପାଖରେ ଉଭୟଙ୍କର ଚପଲ ପଡ଼ିଥିବା ଦେଖି ଲୋକେ ପାଣି ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର,୭ା୧୨(ଅନୁରାଧା ମହାରଣା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ବୈଠକରେ ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ...

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର...

ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୧୨(ଅନିଲ ଦାସ)-ପୂର୍ବ ସରକାର ସମୟରେ ସରକାରୀ ନିଯୁକ୍ତିରେ ଚଞ୍ଚକତା ହେଉଥିଲା। ଏଏସ୍‌ଓ ଚାକିର ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା। ଶୁକ୍ରବାର ବିଧାନସଭାରେ ଓଡ଼ିଶା ସାର୍ବଜନୀନ...

କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର...

ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରୁତିରାଣୀ ମନୋନୀତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀ ଛାତ୍ରୀ ଶ୍ରୁତିରାଣୀ ଦାସ ରାଜ୍ୟସ୍ତରୀୟ...

ବିଧାନସଭାରେ ନୂଆ ପରୀକ୍ଷା ବିଲ୍‌ ପାରିତ: କ’ଣ ରହିଛି ନିୟମ

ଭୁବନେଶ୍ୱର,୬।୧୨: ବିଧାନସଭାରେ ଶୁକ୍ରବାର ପାରିତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍‌...

ପ୍ରଫୁଲ୍ଲ ସାମଲ ବିଜେଡି ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସଭାପତି

ଭୁବନେଶ୍ୱର, ୬ା୧୨(ଅନିଲ ଦାସ)- ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି...

ଶର୍ଟ ସର୍କିଟରୁ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ

ଆସିକା,୬ା୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା କଲେଜଛକ ମହାରଣା କଲୋନୀରେ ଶୁକ୍ରବାର ବିଦ୍ୟୁତ ଶର୍ଟ ସର୍କିଟରେ ପ୍ରାୟ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri