କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ କେବେ ମୁକ୍ତି ମିଳିବ ସେ ନେଇ ଆଇଆଇଟି ବୈଜ୍ଞାନିକମାନଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମଣ ମେ’ ୧୪ରୁ ୧୮ ମଧ୍ୟରେ ଶୀର୍ଷରେ ପହଞ୍ଚିବ। ଏହା ସମୟରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧୦ ଲକ୍ଷ ପାଖାପାଖା ରହିବାର ଆଶଙ୍କା ରହିଛି। ତେବେ ମେ’୪ରୁ ୮ ମଧ୍ୟରେ ପତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୦ ହଜାରରୁ ଅଧିକ ରହିବ। ପରବର୍ତ୍ତୀ ସମୟରେ ମେ’ ଶେଷ ଆଡକୁ ସଂକ୍ରମଣ କମିବାର ସମ୍ଭାବନା ରହିଥିବା କାନପୁର ଆଇଆଇଟିର ଗବେଷକମାନେ କହିଛନ୍ତି। ଏକ ଗାଣିତିକ ମଡ଼େଲ ଆଧାରରେ ସେମାନେ ଗବେଷଣା କରି ଏଭଳି ମତପୋଷଣ କରିଛନ୍ତି। ଶୀର୍ଷରେ ପହଞ୍ଚିବାର ୧୫ ଦିନ ପରେ ସଂକ୍ରମଣ ହାର କମିବାରେ ଲାଗିବାର ସମ୍ଭାବନା ଥିବା ସେମାନେ କହିଛନ୍ତି। ବୈଜ୍ଞାନିକମାନଙ୍କ ପକ୍ଷରୁ ସୁତ୍ର ନାମକ ଗାଣିତିକ ମଡ଼େଲ ଆଧାରରେ ଏଭଳି ସୂଚନା ପ୍ରଦାନ କରାଯାଇଛି। ସୁତ୍ରରେ ସସ୍‌ପେକ୍ଟବିଲିଟି, ଅନ୍‌ଡିଟେକ୍‌ଟେଡ୍‌, ଟେଷ୍ଟେଡ୍‌ ପଜିଟିଭ୍‌ ଏବଂ ରିମୁଭ୍ଡ୍‌ ଆପ୍ରୋଚ୍‌କୁ ସାମିଲ୍‌ କରାଯାଇଛି ବୋଲି ପ୍ରଫେସର ମନିନ୍ଦର ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ: ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର):ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି(ଗ୍ରୀନ୍‌ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

ଭୟାବହ ସଡ଼କ ଦୁର୍ଘଟଣା: ଗଛକୁ ପିଟିଲା ବସ୍‌, ଆଉ ତା’ପରେ..

ଆନନ୍ଦପୁର,୪/୭(ସୁଶାନ୍ତ କୁମାର ସାହୁ): ଆନ୍ଦପୁରେ ଭୟାବହ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର…

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri