ସୁନ୍ଦରଗଡ଼,୨୦ା୭(ଜୟନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ସବ୍ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ(୨୪)ଙ୍କ ହତ୍ୟା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାତଯୋରିଆ ଗ୍ରାମର ନୟନ ସେଠ(୨୬)। ସ୍ନିଗ୍ଧାଙ୍କୁ ଛୁରୀ ଭୂଷି ହତ୍ୟା କରିବା ପରେ ତାଙ୍କ ମୋବାଇଲ ଫୋନରୁ ଅଭିଯୁକ୍ତ ମୃତାଙ୍କ ମା’ଙ୍କୁ ଫୋନରେ ହତ୍ୟାକାଣ୍ଡ ସ୍ଥାନର ଲୋକେଶନ ପଠାଇଥିଲେ। ଏପରିକି ସ୍ନିଗ୍୍ଧାଙ୍କୁ କେହି ହତ୍ୟା କରିଥିବା ମେସେଜ ପଠାଇ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୁକ୍ତ ନୟନ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ତାଙ୍କ ବିରୋଧରେ ହତ୍ୟା ( ଦଫା ୩୦୨) ଓ ପ୍ରମାଣ ନଷ୍ଟ (ଦଫା ୨୦୧) ଅଭିଯୋଗରେ ଏକ ମାମଲା (ନଂ.୧୩୬/୨୦୨୩) ରୁଜୁ କରିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ସହିତ ମୋବାଇଲ ଫୋନ ଓ ଏକ ସ୍କୁଟିକୁ ଜବତ କରିଥିବା ନେଇ ସୁନ୍ଦରଗଡ ସଦର ଏସ୍ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ସ୍ନିଗ୍ଧା ବର୍ଷେ ହେବ ତେଲେନଡିହି ସବ୍ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟରଭାବେ ଚାକରି କରୁଥିଲେ। ଏହାମଧ୍ୟରେ ନୟନଙ୍କ ସହ ତାଙ୍କର ବନ୍ଧୁତା ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ନୟନ ଭିନ୍ନ ଜାତି ହୋଇଥିବାରୁ ତାଙ୍କ ସହ ବିବାହ ପାଇଁ ସ୍ନିଗ୍ଧାଙ୍କ ପରିବାର ଲୋକେ ରାଜି ହୋଇ ନ ଥିଲେ। ଫଳରେ ଗତ ଦେଢ ମାସ ପୂର୍ବରୁ ଉଭୟ କିଛି ଦିନ ଅନ୍ୟତ୍ର ଚାଲି ଯାଇଥିଲେ। ହେଲେ ବାପାଙ୍କ ଅସୁସ୍ଥତାଥିବା ଦର୍ଶାଇ ସ୍ନିଗ୍ଧାଙ୍କ ମା’ ଝିଅକୁ ଘରକୁ ଫେରିଆସିବାକୁ କହିବାପରେ ସେମାନେ ଫେରିଆସିଥିଲେ। ପରେ ସେମାନେ କେବଳ ହ୍ବାଟସ୍ଆପରେ କଥା ହେଉଥିଲେ। ଅପରପକ୍ଷରେ ସ୍ନିଗଧା ଲେଫ୍ରିପଡା ଅଞ୍ଚଳର ଅନ୍ୟ ୨ଜଣ ଯୁବକଙ୍କଠାରୁ କିଛି ଟଙ୍କା ଉଧାର ଆଣିଥିଲେ। ସେମାନଙ୍କ ସହ ମଧ୍ୟ ହ୍ବାଟସଆପ୍ରେ କଥା ହେଉଥିବା ନୟନ ଜାଣିବା ପରେ ତାଙ୍କ ସହ କଥା ନ ହେବାକୁ ଚାହୁଁଥିଲେ। ଇତିମଧ୍ୟରେ ସ୍ନିଗଧାଙ୍କ ସହିତ ନୟନଙ୍କର ବିବାହ ଯେମିତି ନ ହେବ ସେ ନେଇ ସ୍ନିଗଧାଙ୍କ ପରିବାର ଲୋକେ ପୂଜପାଠ କରୁଥିଲେ। ଏହା ନୟନ ଜାଣି ପାରି ସ୍ନିଗଧାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ରବିବାର ଛୁଟି ଥିବାରୁ ସ୍ନିଗ୍ଧା ହେମଗିର ଟିକିଲିପଡାରେ ରହୁଥିବା ତାଙ୍କ ଘରକୁ ଯାଇ ସୋମବାର ସକାଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ଲେଫ୍ରିପଡା ଆସିଥିଲେ। ସ୍ନିଗ୍ଧା ତେଲନଡିହି ଭଡାଘରକୁ ନ ଯାଇ ଲେଫ୍ରିପଡା ବସଷ୍ଟାଣ୍ଡରେ କାମ ଅଛି କହି ଓହ୍ଲାଇ ଥିଲେ। ଏହା ପରେ ତାଙ୍କ ପୁରୁଷ ବନ୍ଧୁ ନୟନ ଏକ ସ୍କୁଟିରେ ଆସିଥିଲେ। ସେଠାରୁ ସେମାନେ ସୁରୁଗୁଡା ମନ୍ଦିର ପଟକୁ ଯାଇଥିଲେ। ହେଲେ ସେଠାରେ ଲୋକ ଗହଳି ଥିବାରୁ ସେମାନେ ସେଠାରୁ ଚାଲି ଆସି ଲେଫ୍ରିପଡା-କୁରୁମକେଲ ରାସ୍ତାର ବେଲସରିଆପଡା ଜଙ୍ଗଲ ନିକଟସ୍ଥ ଏକ ବୁଦାମୂଳେ ଅଟକି କଥା ହୋଇଥିଲେ। ଏହି ସମୟରେ ସ୍ନିଗ୍ଧା ନୟନଙ୍କୁ ଜଣେ ଯୁବକଙ୍କ ଠାରୁ ଉଧାରୀ ଆଣିଥିବା ୨୦ହଜାର ଟଙ୍କା ଫେରାଇବା ପାଇଁ ଦେଇଥିଲେ। ହେଲେ ନୟନ ସେହି ଯୁବକଙ୍କୁ ଟଙ୍କା ଫେରାଇବାକୁ ମନା କରିବା ସହ ମୁଁ ସେ କଥା ବୁଝିବି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ନୟନ ପୂର୍ବ ପ୍ରସ୍ତୁତି ହୋଇ ଘରୁ ସାଙ୍ଗରେ ଧରିଆସିଥିବା ଛୁରିରେ ସ୍ନିଗ୍ଧାଙ୍କ ପେଟ, ପିଠି ଓ ଛାତିକୁ ଭୁସି ହତ୍ୟା କରିଥିଲେ। ମଙ୍ଗଳବାର ସକାଳେ ବେଲସରିଆପଡା ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପରିବାର ଲୋକଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ଏହା ସ୍ନିଗଧାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ଏହାପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭହୋଇଥିଲାା ପୁରୁଷବନ୍ଧୁ ନୟନଙ୍କ ମୋବାଇଲ ଫୋନ ସୁଇଚ ଅଫ୍ ଥିବାରୁ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥାଇପାରେ ବୋଲି ପ୍ରଥମେ ପୋଲିସ ସନ୍ଦେହ କରୁଥିଲା। ହେଲେ ପରେ ନୟନଙ୍କ ଫୋନ ଅନ୍ ହେବାପରେ ପୋଲିସ ସେହି ନମ୍ବରର ଲୋକେଶନ ଟ୍ରାକିଙ୍ଗ କରି ତାଙ୍କୁ ସୁନ୍ଦରଗଡ-ଝାରସୁଗୁଡା ମଧ୍ୟରେ ଥିବା ଭଷ୍ମାଠାରେ କାବୁ କରି ଥାନାକୁ ଆଣିଜେରା କରିଥିଲା।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ
ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ
ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ରାଜନୀତି
ଭୁବନେଶ୍ୱର,୨୩ା୮(ସୁନିତ୍ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬ ବିଲ୍ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…
Archives

