ସୁନ୍ଦରଗଡ଼,୨୦ା୭(ଜୟନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ସବ୍ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ(୨୪)ଙ୍କ ହତ୍ୟା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାତଯୋରିଆ ଗ୍ରାମର ନୟନ ସେଠ(୨୬)। ସ୍ନିଗ୍ଧାଙ୍କୁ ଛୁରୀ ଭୂଷି ହତ୍ୟା କରିବା ପରେ ତାଙ୍କ ମୋବାଇଲ ଫୋନରୁ ଅଭିଯୁକ୍ତ ମୃତାଙ୍କ ମା’ଙ୍କୁ ଫୋନରେ ହତ୍ୟାକାଣ୍ଡ ସ୍ଥାନର ଲୋକେଶନ ପଠାଇଥିଲେ। ଏପରିକି ସ୍ନିଗ୍୍ଧାଙ୍କୁ କେହି ହତ୍ୟା କରିଥିବା ମେସେଜ ପଠାଇ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୁକ୍ତ ନୟନ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପୋଲିସ ତାଙ୍କ ବିରୋଧରେ ହତ୍ୟା ( ଦଫା ୩୦୨) ଓ ପ୍ରମାଣ ନଷ୍ଟ (ଦଫା ୨୦୧) ଅଭିଯୋଗରେ ଏକ ମାମଲା (ନଂ.୧୩୬/୨୦୨୩) ରୁଜୁ କରିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ସହିତ ମୋବାଇଲ ଫୋନ ଓ ଏକ ସ୍କୁଟିକୁ ଜବତ କରିଥିବା ନେଇ ସୁନ୍ଦରଗଡ ସଦର ଏସ୍ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ସ୍ନିଗ୍ଧା ବର୍ଷେ ହେବ ତେଲେନଡିହି ସବ୍ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟରଭାବେ ଚାକରି କରୁଥିଲେ। ଏହାମଧ୍ୟରେ ନୟନଙ୍କ ସହ ତାଙ୍କର ବନ୍ଧୁତା ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ନୟନ ଭିନ୍ନ ଜାତି ହୋଇଥିବାରୁ ତାଙ୍କ ସହ ବିବାହ ପାଇଁ ସ୍ନିଗ୍ଧାଙ୍କ ପରିବାର ଲୋକେ ରାଜି ହୋଇ ନ ଥିଲେ। ଫଳରେ ଗତ ଦେଢ ମାସ ପୂର୍ବରୁ ଉଭୟ କିଛି ଦିନ ଅନ୍ୟତ୍ର ଚାଲି ଯାଇଥିଲେ। ହେଲେ ବାପାଙ୍କ ଅସୁସ୍ଥତାଥିବା ଦର୍ଶାଇ ସ୍ନିଗ୍ଧାଙ୍କ ମା’ ଝିଅକୁ ଘରକୁ ଫେରିଆସିବାକୁ କହିବାପରେ ସେମାନେ ଫେରିଆସିଥିଲେ। ପରେ ସେମାନେ କେବଳ ହ୍ବାଟସ୍ଆପରେ କଥା ହେଉଥିଲେ। ଅପରପକ୍ଷରେ ସ୍ନିଗଧା ଲେଫ୍ରିପଡା ଅଞ୍ଚଳର ଅନ୍ୟ ୨ଜଣ ଯୁବକଙ୍କଠାରୁ କିଛି ଟଙ୍କା ଉଧାର ଆଣିଥିଲେ। ସେମାନଙ୍କ ସହ ମଧ୍ୟ ହ୍ବାଟସଆପ୍ରେ କଥା ହେଉଥିବା ନୟନ ଜାଣିବା ପରେ ତାଙ୍କ ସହ କଥା ନ ହେବାକୁ ଚାହୁଁଥିଲେ। ଇତିମଧ୍ୟରେ ସ୍ନିଗଧାଙ୍କ ସହିତ ନୟନଙ୍କର ବିବାହ ଯେମିତି ନ ହେବ ସେ ନେଇ ସ୍ନିଗଧାଙ୍କ ପରିବାର ଲୋକେ ପୂଜପାଠ କରୁଥିଲେ। ଏହା ନୟନ ଜାଣି ପାରି ସ୍ନିଗଧାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ରବିବାର ଛୁଟି ଥିବାରୁ ସ୍ନିଗ୍ଧା ହେମଗିର ଟିକିଲିପଡାରେ ରହୁଥିବା ତାଙ୍କ ଘରକୁ ଯାଇ ସୋମବାର ସକାଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ଲେଫ୍ରିପଡା ଆସିଥିଲେ। ସ୍ନିଗ୍ଧା ତେଲନଡିହି ଭଡାଘରକୁ ନ ଯାଇ ଲେଫ୍ରିପଡା ବସଷ୍ଟାଣ୍ଡରେ କାମ ଅଛି କହି ଓହ୍ଲାଇ ଥିଲେ। ଏହା ପରେ ତାଙ୍କ ପୁରୁଷ ବନ୍ଧୁ ନୟନ ଏକ ସ୍କୁଟିରେ ଆସିଥିଲେ। ସେଠାରୁ ସେମାନେ ସୁରୁଗୁଡା ମନ୍ଦିର ପଟକୁ ଯାଇଥିଲେ। ହେଲେ ସେଠାରେ ଲୋକ ଗହଳି ଥିବାରୁ ସେମାନେ ସେଠାରୁ ଚାଲି ଆସି ଲେଫ୍ରିପଡା-କୁରୁମକେଲ ରାସ୍ତାର ବେଲସରିଆପଡା ଜଙ୍ଗଲ ନିକଟସ୍ଥ ଏକ ବୁଦାମୂଳେ ଅଟକି କଥା ହୋଇଥିଲେ। ଏହି ସମୟରେ ସ୍ନିଗ୍ଧା ନୟନଙ୍କୁ ଜଣେ ଯୁବକଙ୍କ ଠାରୁ ଉଧାରୀ ଆଣିଥିବା ୨୦ହଜାର ଟଙ୍କା ଫେରାଇବା ପାଇଁ ଦେଇଥିଲେ। ହେଲେ ନୟନ ସେହି ଯୁବକଙ୍କୁ ଟଙ୍କା ଫେରାଇବାକୁ ମନା କରିବା ସହ ମୁଁ ସେ କଥା ବୁଝିବି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ନୟନ ପୂର୍ବ ପ୍ରସ୍ତୁତି ହୋଇ ଘରୁ ସାଙ୍ଗରେ ଧରିଆସିଥିବା ଛୁରିରେ ସ୍ନିଗ୍ଧାଙ୍କ ପେଟ, ପିଠି ଓ ଛାତିକୁ ଭୁସି ହତ୍ୟା କରିଥିଲେ। ମଙ୍ଗଳବାର ସକାଳେ ବେଲସରିଆପଡା ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପରିବାର ଲୋକଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ଏହା ସ୍ନିଗଧାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ। ଏହାପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭହୋଇଥିଲାା ପୁରୁଷବନ୍ଧୁ ନୟନଙ୍କ ମୋବାଇଲ ଫୋନ ସୁଇଚ ଅଫ୍ ଥିବାରୁ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥାଇପାରେ ବୋଲି ପ୍ରଥମେ ପୋଲିସ ସନ୍ଦେହ କରୁଥିଲା। ହେଲେ ପରେ ନୟନଙ୍କ ଫୋନ ଅନ୍ ହେବାପରେ ପୋଲିସ ସେହି ନମ୍ବରର ଲୋକେଶନ ଟ୍ରାକିଙ୍ଗ କରି ତାଙ୍କୁ ସୁନ୍ଦରଗଡ-ଝାରସୁଗୁଡା ମଧ୍ୟରେ ଥିବା ଭଷ୍ମାଠାରେ କାବୁ କରି ଥାନାକୁ ଆଣିଜେରା କରିଥିଲା।
Posted inHome, Home Left, ଆମ ଜିଲା ଖବର, ସୁନ୍ଦରଗଡ଼ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

