Posted inଖେଳ

ଏକଦା ପଡ଼ିଆରେ ଓ୍ବାଟ୍‌ସନଙ୍କ ମଜା ଉଡ଼ାଇଥିଲେ ଧଓ୍ବନ-ରାଇନା: ଗବ୍ବର କରିଥିଲେ ଏଭଳି ଖୁଲାସା

ନୂଆଦିଲ୍ଲୀ,୧୬।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ଗୁଡ଼ିକ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ମୁହଁାମୁହିଁ ସ୍ଥିତି ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଭଳି ଏକ ଘଟଣା ୨୦୧୩ରେ ଦେଖିବାକୁ ମିଳିଥିଲା। ସେତେବେଳେ ଭାରତ ଗସ୍ତରେ ଆସିଥିଲା ଅଷ୍ଟ୍ରେଲିଆ ଟିମ୍‌। ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯାଉଥିଲା। ମ୍ୟାଚ୍‌ ସମୟରେ ଶିଖର ଧଓ୍ବନ ଏବଂ ସୁରେଶ ରାଇନା ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଶେନ୍‌ ଓ୍ବାଟ୍‌ସନ୍‌ଙ୍କୁ ଚିଡ଼ାଇଥିଲେ। ଧଓ୍ବନ-ରାଇନା ଫିଲ୍ଡିଂ କରିବା ସମୟରେ ଓ୍ବାଟ୍‌ସନଙ୍କ ଭଳି ଛୋଟାଇ ଛୋଟାଇ ଚାଲିବାର ନକଲ କରିଥିଲେ। ଏହାକୁ ଦେଖି କଙ୍ଗାରୁ ଟିମ୍‌ର ଅନ୍ୟ ଖେଳାଳି ନିରାଶ ହୋଇଥିଲେ। କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ଏଭଳି ଆଚରଣକୁ କ୍ରିକେଟ ପ୍ରଶଂସକ ମଧ୍ୟ ପସନ୍ଦ କରି ନ ଥିଲେ।

ଅଷ୍ଟ୍ରେଲିଆ ଖେଳୁଥିବା ସମୟରେ ଓ୍ବାଟ୍‌ସନଙ୍କୁ ଆଘାତ ଲାଗିଥିଲା। ସେ ପ୍ରଥମ ପାଳିରେ ୫ ଓଭର କରିବା ପରେ ମଇଦାନରୁ ବାହାରକୁ ଚାଲିଯାଇଥିଲେ। ଏହାପରେ ତୃତୀୟ ନମ୍ବର ବଦଳରେ ସାତ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଦଳକୁ ୩୮୩ ରନ୍‌ କରିବାକୁ ଥିବା ବେଳେ ସ୍କୋର ୧୩୮/୬ ହୋଇଥିଲା। କ୍ରିଜ୍‌ରେ ଓ୍ବାଟ୍‌ସନ ଥିବାରୁ ସମୟ କଷ୍ଟକର ଥିଲା। ଏଭଳି ସମୟରେ ଭାରତୀୟ ଖେଳାଳିଙ୍କ ବ୍ୟବହାରକୁ ସମାଲୋଚନାର ଶିକାର ହୋଇଥିଲା। ଏନେଇ ଓ୍ବାଟ୍‌ସନ ଅମ୍ପାୟାରଙ୍କ ଆଗରେ ଅଭିଯେkାଗ ମଧ୍ୟ କରିଥିଲେ। ପରେ ସେତେବେଳେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ହସ୍ତକ୍ଷେପ କରିଥିଲେ। ଫଳରେ ବିବାଦର ଅନ୍ତ ହୋଇଥିଲା। ତେବେ ପୂର୍ବରୁ ଓ୍ବାଟ୍‌ସନ୍‌ ମଧ୍ୟ ସମାନ ଆଚରଣ କରିଥିବାରୁ ସେ ଅନୁରୂପ କରିଥିଲେ ବୋଲି ଏକ ସାକ୍ଷାତକାରରେ ଧଓ୍ବନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri