ନିଶାସକ୍ତ ଅବସ୍ଥାରେ ଯେତେବେଳେ ସେଟ୍‌ରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ: ଶ୍ରୀଙ୍କ ଥିଲା ଏଭଳି ପ୍ରତିକ୍ରିୟା…

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଭାବେ ବେଶ୍‌ ଜଣାଶୁଣା। ଶ୍ରୀ ତାଙ୍କ କ୍ୟାରିୟରରେ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ କରି ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି। କେବଳ ସେତିକି ନୁହେଁ ଶ୍ରୀ ଅନେକ ସୁପରଷ୍ଟାର ଅଭିନେତାଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିସାରିଛନ୍ତି। କିନ୍ତୁ ଜାଣିଛନ୍ତି କି, ଏଭଳି ଏକ ସମୟ ଥିଲା ଯେତେବେଳେ ଶ୍ରୀଦେବୀ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ। ସୂଚନା ମୁତାବକ ୧୯୯୩ରେ ଏକ ଶୁଟିଂ ସେଟ୍‌ରେ ଘଟିଥିବା ଏକ ଘଟଣା ପରେ ଶ୍ରୀଦେବୀ ସଞ୍ଜୟଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ସଞ୍ଜୟ ଦତ୍ତ ଏନେଇ ପରି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ସଞ୍ଜୟ ଶ୍ରୀଙ୍କ ବଡ଼ ପ୍ରଶଂସକ ଥିଲେ। ଗୋଟିଏ ଦିନ ସଞ୍ଜୟ ତାଙ୍କୁ ଭେଟିବା ପାଇଁ ଫଲ୍ମ‘ହିମ୍ମତଓ୍ବାଲା’ର ସେଟ୍‌ରେ ପହଞ୍ଚିଥିଲେ। ଯେତେବେଳେ ଶ୍ରୀଙ୍କୁ ସେଟ୍‌ରେ ପାଇ ନ ଥିଲେ ସେତେବେଳେ ସେ ସିଧାସଳଖ ମେକ୍‌ଅପ୍‌ ରୁମ୍‌ରେ ଯାଇ ପହଞ୍ଚିଥିଲେ। ସେହି ସମୟରେ ସଞ୍ଜୟଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖି ଶ୍ରୀଦେବୀ ଭୟଭୀତ ହେବା ସହ ସଙ୍ଗେ ସଙ୍ଗେ କବାଟ ବନ୍ଦ କରିଦେଇଥିଲେ। କିନ୍ତୁ ଏହି ଏହି ଘଟଣା ତାଙ୍କ ଉପରେ ବହୁ ପ୍ରଭାବ ପକାଇଥିଲା। ଯେଉଁଥିପାଇଁ ସେ ସଞ୍ଜୟଙ୍କ ସହ କାମ ନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ମହେଶ ଭଟ୍ଟ କହିବାରୁ ଫିଲ୍ମ ‘ଗୁମରାହ’ରେ ଶ୍ରୀ ସଞ୍ଜୟଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ରାଜି ହୋଇଥିଲେ। କିନ୍ତୁ ସେଟ୍‌ରେ ୨ଜଣ କେବେ ବି କଥା ହୋଇନାହାନ୍ତି। ଶୁଟିଂ ସରିବା ପରେ ମାତ୍ରେ ହିଁ ଶ୍ରୀ ସେଠାରୁ ପଳାଇଯାଆନ୍ତି ବୋଲି ସଞ୍ଜୟ କହିଛନ୍ତି। ଫିଲ୍ମ ତିଆରି ହେବା ପରେ ସେ ଆଉ କେବେ ସଞ୍ଜୟ ଆଡ଼କୁ ଚାହିଁନାହାନ୍ତି। କିଛି ବର୍ଷ ପରେ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର ଫିଲ୍ମ କଳଙ୍କ ପାଇଁ ସଞ୍ଜୟ ଓ ଶ୍ରୀଦେବୀଙ୍କୁ ଏକାସଙ୍ଗେ ଅଫର ଦେଇଥିଲେ। ଏଥିପାଇଁ ଦୁଇଜଣ ରାଜି ମଧ୍ୟ ହୋଇଯାଇଥିଲେ। କିନ୍ତୁ ସମୟର ବିଡ଼ମ୍ବନା ଯେ, ଶୁଟିଂ ପୂର୍ବରୁ ଶ୍ରୀ ଏହି ଦୁନିଆ ଛାଡ଼ି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri