ନିଶାସକ୍ତ ଅବସ୍ଥାରେ ଯେତେବେଳେ ସେଟ୍‌ରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ: ଶ୍ରୀଙ୍କ ଥିଲା ଏଭଳି ପ୍ରତିକ୍ରିୟା…

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଭାବେ ବେଶ୍‌ ଜଣାଶୁଣା। ଶ୍ରୀ ତାଙ୍କ କ୍ୟାରିୟରରେ ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ କରି ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛନ୍ତି। କେବଳ ସେତିକି ନୁହେଁ ଶ୍ରୀ ଅନେକ ସୁପରଷ୍ଟାର ଅଭିନେତାଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିସାରିଛନ୍ତି। କିନ୍ତୁ ଜାଣିଛନ୍ତି କି, ଏଭଳି ଏକ ସମୟ ଥିଲା ଯେତେବେଳେ ଶ୍ରୀଦେବୀ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ। ସୂଚନା ମୁତାବକ ୧୯୯୩ରେ ଏକ ଶୁଟିଂ ସେଟ୍‌ରେ ଘଟିଥିବା ଏକ ଘଟଣା ପରେ ଶ୍ରୀଦେବୀ ସଞ୍ଜୟଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ସଞ୍ଜୟ ଦତ୍ତ ଏନେଇ ପରି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ସଞ୍ଜୟ ଶ୍ରୀଙ୍କ ବଡ଼ ପ୍ରଶଂସକ ଥିଲେ। ଗୋଟିଏ ଦିନ ସଞ୍ଜୟ ତାଙ୍କୁ ଭେଟିବା ପାଇଁ ଫଲ୍ମ‘ହିମ୍ମତଓ୍ବାଲା’ର ସେଟ୍‌ରେ ପହଞ୍ଚିଥିଲେ। ଯେତେବେଳେ ଶ୍ରୀଙ୍କୁ ସେଟ୍‌ରେ ପାଇ ନ ଥିଲେ ସେତେବେଳେ ସେ ସିଧାସଳଖ ମେକ୍‌ଅପ୍‌ ରୁମ୍‌ରେ ଯାଇ ପହଞ୍ଚିଥିଲେ। ସେହି ସମୟରେ ସଞ୍ଜୟଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖି ଶ୍ରୀଦେବୀ ଭୟଭୀତ ହେବା ସହ ସଙ୍ଗେ ସଙ୍ଗେ କବାଟ ବନ୍ଦ କରିଦେଇଥିଲେ। କିନ୍ତୁ ଏହି ଏହି ଘଟଣା ତାଙ୍କ ଉପରେ ବହୁ ପ୍ରଭାବ ପକାଇଥିଲା। ଯେଉଁଥିପାଇଁ ସେ ସଞ୍ଜୟଙ୍କ ସହ କାମ ନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ମହେଶ ଭଟ୍ଟ କହିବାରୁ ଫିଲ୍ମ ‘ଗୁମରାହ’ରେ ଶ୍ରୀ ସଞ୍ଜୟଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ରାଜି ହୋଇଥିଲେ। କିନ୍ତୁ ସେଟ୍‌ରେ ୨ଜଣ କେବେ ବି କଥା ହୋଇନାହାନ୍ତି। ଶୁଟିଂ ସରିବା ପରେ ମାତ୍ରେ ହିଁ ଶ୍ରୀ ସେଠାରୁ ପଳାଇଯାଆନ୍ତି ବୋଲି ସଞ୍ଜୟ କହିଛନ୍ତି। ଫିଲ୍ମ ତିଆରି ହେବା ପରେ ସେ ଆଉ କେବେ ସଞ୍ଜୟ ଆଡ଼କୁ ଚାହିଁନାହାନ୍ତି। କିଛି ବର୍ଷ ପରେ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର ଫିଲ୍ମ କଳଙ୍କ ପାଇଁ ସଞ୍ଜୟ ଓ ଶ୍ରୀଦେବୀଙ୍କୁ ଏକାସଙ୍ଗେ ଅଫର ଦେଇଥିଲେ। ଏଥିପାଇଁ ଦୁଇଜଣ ରାଜି ମଧ୍ୟ ହୋଇଯାଇଥିଲେ। କିନ୍ତୁ ସମୟର ବିଡ଼ମ୍ବନା ଯେ, ଶୁଟିଂ ପୂର୍ବରୁ ଶ୍ରୀ ଏହି ଦୁନିଆ ଛାଡ଼ି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri