Posted inଖେଳ

ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..

ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ଚାହୁଁଥିଲି। ଏହାର କାରଣ ଥିଲେ ଏମଏସ ଧୋନୀ। କିଛି ମ୍ୟାଚରେ ଫ୍ଲପ ହେତୁ ଅଧିନାୟକ ମାହି ଖେଳୁଥିବା ଏକାଦଶରୁ ମୋତେ ବାଦ୍‌ ଦେଇଥିଲେ। ଏହାପରେ ମୁଁ ଦିନିକିଆରୁ ଅବସର ନେଇ ଟେଷ୍ଟ କ୍ରିକେଟ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି। କିନ୍ତୁ ସଚିନ ତେନ୍ଦୁଲକର ତାଙ୍କୁ ଅବସର ନେବାରୁ ରୋକିଥିଲେ। ସେ କହିଥିଲେ ଯେ ଏହା ତୁମ ଜୀବନର ଏହା ଏକ ଖରାପ ପର୍ଯ୍ୟାୟ। ଟିକିଏ ଅପେକ୍ଷା କର। ଏହି ଗସ୍ତ ପରେ ଘରକୁ ଫେରି ଗମ୍ଭୀର ଭାବରେ ଚିନ୍ତା କର ଏବଂ ତା’ପରେ ପରବର୍ତ୍ତୀ ସମୟରେ କ’ଣ କରିବ ତାହା ସ୍ଥିର କରିବ। ସୌଭାଗ୍ୟବଶତଃ ମୁଁ ସେତେବେଳେ ମୋର ଅବସର ଘୋଷଣା କରି ନ ଥିଲି। ସମୟ ବଦଳିଗଲା। ଆମେ ଭାରତକୁ ଫେରିଲୁ। କେ ଶ୍ରୀକାନ୍ତ ସେହି ସମୟରେ ମୁଖ୍ୟ ଚୟନକର୍ତ୍ତା ଥିଲେ। ସେ ମୋତେ ପଚାରିଲେ କଣ କରିବି? ମୁଁ କହିଲି ମୋର ଭଲ ଫର୍ମ ସତ୍ତ୍ୱେ ମୋତେ ୩-୪ ମ୍ୟାଚରୁ ଡ୍ରପ୍‌ କରାଯାଇଛି। ତେବେ, ମୁଁ କ’ଣ କରିବି?
ମୁଁ ଶ୍ରୀକାନ୍ତଙ୍କୁ କହିଥିଲି ଯେ ଯଦି ତୁମେ ମୋତେ ନିଶ୍ଚିତ କର ଯେ ତୁମେ ମୋତେ ସମସ୍ତ ମ୍ୟାଚ୍‌ରେ ଏକାଦଶରେ ସ୍ଥାନ ଦେବ, ତେବେ ତୁମେ ମୋତେ ଦଳରେ ନିଅ, ନଚେତ୍‌ ରହିବାକୁ ଦିଅ। ତା’ପରେ ଶ୍ରୀକାନ୍ତ ୨୦୦୮ ଏସିଆ କପ ସମୟରେ ଏମଏସ ଧୋନୀଙ୍କ ସହ କଥା ହୋଇଥିଲେ। ତା’ପରେ ନିୟମିତ ଭାବେ ଦଳରେ ଖେଳି ଆସିଥିଲି।
ସେହ୍ବାଗ ଶେଷ ଥର ପାଇଁ ୨୦୧୩ ରେ ଭାରତ ପାଇଁ ଖେଳିଥିଲେ। ସେ ଭାରତ ପାଇଁ ୧୦୪ ଟେଷ୍ଟରେ ୮୫୮୬ ରନ, ୨୫୧ ଦିନିକିଆରେ ୮୨୭୩ ରନ ଏବଂ ୧୯ ଟି -୨୦ ମ୍ୟାଚରେ ୩୯୪ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri