ସଞ୍ଜ ହେଲେ ତାଟିକବାଟ ବନ୍ଦ

ଯୋଡ଼ା/ଚମ୍ପୁଆ,୨୯ ।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମୟୂରଭଞ୍ଜ ଜିଲାରୁ ଆସିଥିବା ହାତୀପଲ ଆତଙ୍କ ଖେଳାଇଛନ୍ତି। ଦୁଇ ଦିନ ହେଲା ଏହି ହାତୀପଲ ଚମ୍ପୁଆ ରେଞ୍ଜର ରଜିଆ, ପତଳା,ବର୍ଦ୍ଧନା ପ୍ରଭୃତି ଅଞ୍ଚଳରେ ଉତ୍ପାତ କରୁଛନ୍ତି। ଯାହା ଫଳରେ ଗ୍ରାମବାସୀ ସା ହେଲେ ତାଟିକବାଟ ବନ୍ଦ କରି ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଯଦିଓ ବନ ବିଭାଗ ହାତୀପଲକୁ ଘଉଡ଼ାଉଛି ତଥାପି ସେମାନେ ପୁଣି ଇତସ୍ତଃତ ହୋଇ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ପଶି ଯାଉଛନ୍ତି।
ହାତୀ ଯାତାୟାତ କରୁଥିବା ରାସ୍ତା ବର୍ତ୍ତମାନ ବିଭିନ୍ନ କାରଣ ବଶତଃ ଅବରୋଧ ହୋଇଛି। ମୁଖ୍ୟତଃ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡଖଣ୍ଡ – ଓଡ଼ିଶା ସୀମାନ୍ତ ବର୍ତ୍ତି ଶେରେଣ୍ଡା ରିଜର୍ଭ ଜଙ୍ଗଲକୁ ଅତୀତରେ ଏହିପରି ହାତୀପଲ ଚମ୍ପୁଆ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ମିରିଗ ଶିଙ୍ଗାରେ ଥିବା ବୈତରଣୀ ନଦୀକୁ ପାରି ହୋଇ ଯାତାୟାତ କରୁଥିଲେ। ବର୍ତ୍ତମାନ ବନାଞ୍ଚଳରେ ଜନବସତି ସ୍ଥାପନ,ବଡ଼ ବଡ଼ ପ୍ରକଳ୍ପ, ଖଣି ଖନନ,ଖଣିରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ ଆଲୋକ ଏବଂ ଖଣି ଖନନ ପାଇଁ ବ୍ୟବହାର ହେଉଥିବା ବାରୁଦ ବିସ୍ଫୋରଣ ଏହି ହାତୀପଲଙ୍କୁ ବାଟବଣା କରୁଛି। ଏହାଦ୍ବାରା ହାତୀପଲ ଯୋଡ଼ା ଖଣି ଅଞ୍ଚଳ ତଥା ଚମ୍ପୁଆ ରେଞ୍ଜ ଅଧୀନ ଗଁାଗୁଡ଼ିକରେ ଉତ୍ପାତ କରୁଛନ୍ତି।
ବନବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ,ଯୋଡ଼ା ଫରେଷ୍ଟ ସେକ୍ସନର ଖଣ୍ଡବନ୍ଧ ବୈତରଣୀ(କ) ସଂରକ୍ଷିତ ଜଙ୍ଗଲରେ ୯ଟି ହାତୀ ବିଚରଣ କରୁଛନ୍ତି। ଏଥି ମଧ୍ୟରେ ୨ଟି ହାତୀ ଛୁଆ ରହିଛନ୍ତି। ସେହିପରି ବୈତରଣୀ (ଖ) ଜଙ୍ଗଲରେ ୨ଟି ହାତୀ ବିଚରଣ କରୁଛନ୍ତି। ବନବିଭାଗ ସ୍କାଡ୍‌ ହାତୀମାନଙ୍କର ଗତିବିଧି ଉପରେ ନଜର ରଖିଥିବା ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା କହିଛନ୍ତି। ତେବେ ବଡ଼ ବଡ଼ ଅନ୍ତର୍ଦ୍ଦେଶୀୟ ଖଣି କମ୍ପାନୀମାନେ ଏହି ଅଞ୍ଚଳରେ ଖଣି ଖନନ କରୁଥିବାରୁ ହାତୀପଲ ଜଙ୍ଗଲରେ ନ ରହି ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡ ବନ୍ଧର ଏକ ଖଣି ମଧ୍ୟକୁ ହାତୀପଲ ପଶିଯାଇଥିଲା। ଏହି ହାତୀପଲ ଚମ୍ପୁଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିଚରଣ କରୁଥିବାରୁ ଚାଷୀକୁଳରେ ଆତଙ୍କ ଦେଖା ଦେଇଛି। ଖରା ଦିନିଆ ଧାନ ଓ ପନିପରିବା ଚାଷକୁ ସାବେଳେ ହାତୀପଲ ଖାଇବାକୁ ଆସୁଥିବାରୁ ନିଆଁ ହୁଳା ଓ ବନ ବିଭାଗ ପକ୍ଷରୁ ମିଳିଥିବା ବଡ଼ ଟର୍ଚ୍ଚ ଲାଇଟ୍‌ ଧରି ଲୋକେ ରାତି ଉଜାଗର ରହି ନିଜର ଫସଲକୁ ଜଗୁଛନ୍ତି। ବନବିଭାଗ ଏବଂ ଖଣି ଲିଜଧାରୀଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ମନଇଚ୍ଛା ସମୟ ନିର୍ଘଣ୍ଟ ନ କରି ବାନାଞ୍ଚଳରେ ବ୍ୟାପକ ବାରୁଦ ବିସ୍ଫୋରଣ ହେଉଛି। ଯାହାଫଳରେ ହାତୀ ସହିତ ବନାଞ୍ଚଳର ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହେଉଛି। ଏ ଦିଗରେ ସରକାର ସ୍ପଷ୍ଟ ନୀତି ନ ଆଣିଲେ ଦୁର୍ଲଭ ବନ୍ୟଜନ୍ତୁ ବିଲୁପ୍ତ ହୋଇ ଯିବେ ବୋଲି ପରିବେଶବିତ୍‌ ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ...

ଅନ୍ତର୍ଜାତୀୟ ରେଡିିଓ ମେଳା ଆରମ୍ଭ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଗୁରୁବାର ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଓ...

ଚଳିତ ବର୍ଷ ୧୫ ଖଣି ନିଲାମ ହେବ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୫ ଖଣି ନିଲାମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ...

ଜୁନ୍‌ ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ବର,୯।୬(ବ୍ୟୁରୋ): ଆସନ୍ତା ଜୁନ୍‌ ୧୩ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ସେନେଇ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି।...

ସମ୍ମୁଖରେ ଜଗିଛି ପୋଲିସ, ପଛପଟୁ ଚୋରି

ଭଞ୍ଜନଗର,୨୬।୭(ଡି.ଏନଏ)-ଭଞ୍ଜନଗର ଷ୍ଟେଟବ୍ୟାଙ୍କ ଛକ ସହରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ବ୍ୟାଙ୍କ ଥିବା ଯୋଗୁ ଏଠାରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ୟାସ୍‌ ପାଇଁ ୭୪ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୨ା୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୭୪ ଟ୍ରେନ୍‌ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ...

ତଳଧାତିକା ଗ୍ରାମବାସୀଙ୍କ ଜିଲାପାଳଙ୍କୁ ଦାବିପତ୍ର: ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର/ରାଇସୁଆଁ, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଧାତିକା ମୌଜାର ତଳସାହି ବାସିନ୍ଦାମାନେ ତାଙ୍କ ଗ୍ରାମକୁ ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ସୋମବାର ଜିଲାପାଳଙ୍କୁ ଭେଟିଛନ୍ତି। ଏହି...

ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ: ସାହିତ୍ୟ ସମ୍ମାନରେ ଅନୁପମା ଟପ୍ପର

ଖଇରା, ୩୦।୫(ଡି.ଏନ.ଏ.)-ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଶାସ୍ତ୍ରୀ (+୩)ରେ ଖଇରା ବ୍ଲକ ଅଧୀନ ଅଲିପୁର...

Advertisement
Archives

Model This Week