ସଞ୍ଜ ହେଲେ ତାଟିକବାଟ ବନ୍ଦ

ଯୋଡ଼ା/ଚମ୍ପୁଆ,୨୯ ।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମୟୂରଭଞ୍ଜ ଜିଲାରୁ ଆସିଥିବା ହାତୀପଲ ଆତଙ୍କ ଖେଳାଇଛନ୍ତି। ଦୁଇ ଦିନ ହେଲା ଏହି ହାତୀପଲ ଚମ୍ପୁଆ ରେଞ୍ଜର ରଜିଆ, ପତଳା,ବର୍ଦ୍ଧନା ପ୍ରଭୃତି ଅଞ୍ଚଳରେ ଉତ୍ପାତ କରୁଛନ୍ତି। ଯାହା ଫଳରେ ଗ୍ରାମବାସୀ ସା ହେଲେ ତାଟିକବାଟ ବନ୍ଦ କରି ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଯଦିଓ ବନ ବିଭାଗ ହାତୀପଲକୁ ଘଉଡ଼ାଉଛି ତଥାପି ସେମାନେ ପୁଣି ଇତସ୍ତଃତ ହୋଇ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ପଶି ଯାଉଛନ୍ତି।
ହାତୀ ଯାତାୟାତ କରୁଥିବା ରାସ୍ତା ବର୍ତ୍ତମାନ ବିଭିନ୍ନ କାରଣ ବଶତଃ ଅବରୋଧ ହୋଇଛି। ମୁଖ୍ୟତଃ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡଖଣ୍ଡ – ଓଡ଼ିଶା ସୀମାନ୍ତ ବର୍ତ୍ତି ଶେରେଣ୍ଡା ରିଜର୍ଭ ଜଙ୍ଗଲକୁ ଅତୀତରେ ଏହିପରି ହାତୀପଲ ଚମ୍ପୁଆ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ମିରିଗ ଶିଙ୍ଗାରେ ଥିବା ବୈତରଣୀ ନଦୀକୁ ପାରି ହୋଇ ଯାତାୟାତ କରୁଥିଲେ। ବର୍ତ୍ତମାନ ବନାଞ୍ଚଳରେ ଜନବସତି ସ୍ଥାପନ,ବଡ଼ ବଡ଼ ପ୍ରକଳ୍ପ, ଖଣି ଖନନ,ଖଣିରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ ଆଲୋକ ଏବଂ ଖଣି ଖନନ ପାଇଁ ବ୍ୟବହାର ହେଉଥିବା ବାରୁଦ ବିସ୍ଫୋରଣ ଏହି ହାତୀପଲଙ୍କୁ ବାଟବଣା କରୁଛି। ଏହାଦ୍ବାରା ହାତୀପଲ ଯୋଡ଼ା ଖଣି ଅଞ୍ଚଳ ତଥା ଚମ୍ପୁଆ ରେଞ୍ଜ ଅଧୀନ ଗଁାଗୁଡ଼ିକରେ ଉତ୍ପାତ କରୁଛନ୍ତି।
ବନବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ,ଯୋଡ଼ା ଫରେଷ୍ଟ ସେକ୍ସନର ଖଣ୍ଡବନ୍ଧ ବୈତରଣୀ(କ) ସଂରକ୍ଷିତ ଜଙ୍ଗଲରେ ୯ଟି ହାତୀ ବିଚରଣ କରୁଛନ୍ତି। ଏଥି ମଧ୍ୟରେ ୨ଟି ହାତୀ ଛୁଆ ରହିଛନ୍ତି। ସେହିପରି ବୈତରଣୀ (ଖ) ଜଙ୍ଗଲରେ ୨ଟି ହାତୀ ବିଚରଣ କରୁଛନ୍ତି। ବନବିଭାଗ ସ୍କାଡ୍‌ ହାତୀମାନଙ୍କର ଗତିବିଧି ଉପରେ ନଜର ରଖିଥିବା ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା କହିଛନ୍ତି। ତେବେ ବଡ଼ ବଡ଼ ଅନ୍ତର୍ଦ୍ଦେଶୀୟ ଖଣି କମ୍ପାନୀମାନେ ଏହି ଅଞ୍ଚଳରେ ଖଣି ଖନନ କରୁଥିବାରୁ ହାତୀପଲ ଜଙ୍ଗଲରେ ନ ରହି ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି। କିଛି ଦିନ ପୂର୍ବରୁ ଖଣ୍ଡ ବନ୍ଧର ଏକ ଖଣି ମଧ୍ୟକୁ ହାତୀପଲ ପଶିଯାଇଥିଲା। ଏହି ହାତୀପଲ ଚମ୍ପୁଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିଚରଣ କରୁଥିବାରୁ ଚାଷୀକୁଳରେ ଆତଙ୍କ ଦେଖା ଦେଇଛି। ଖରା ଦିନିଆ ଧାନ ଓ ପନିପରିବା ଚାଷକୁ ସାବେଳେ ହାତୀପଲ ଖାଇବାକୁ ଆସୁଥିବାରୁ ନିଆଁ ହୁଳା ଓ ବନ ବିଭାଗ ପକ୍ଷରୁ ମିଳିଥିବା ବଡ଼ ଟର୍ଚ୍ଚ ଲାଇଟ୍‌ ଧରି ଲୋକେ ରାତି ଉଜାଗର ରହି ନିଜର ଫସଲକୁ ଜଗୁଛନ୍ତି। ବନବିଭାଗ ଏବଂ ଖଣି ଲିଜଧାରୀଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ମନଇଚ୍ଛା ସମୟ ନିର୍ଘଣ୍ଟ ନ କରି ବାନାଞ୍ଚଳରେ ବ୍ୟାପକ ବାରୁଦ ବିସ୍ଫୋରଣ ହେଉଛି। ଯାହାଫଳରେ ହାତୀ ସହିତ ବନାଞ୍ଚଳର ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହେଉଛି। ଏ ଦିଗରେ ସରକାର ସ୍ପଷ୍ଟ ନୀତି ନ ଆଣିଲେ ଦୁର୍ଲଭ ବନ୍ୟଜନ୍ତୁ ବିଲୁପ୍ତ ହୋଇ ଯିବେ ବୋଲି ପରିବେଶବିତ୍‌ ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?