ଗୋବରୀ ଫୁଲିଲେ ନାଗପୁରା ପାଟ ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୮:କେନ୍ଦ୍ରାପଡ଼ା ଜିଲାରେ ବର୍ଷା ହେଲେ ଗୋବରୀ ନଦୀ ଫୁଲେ। ଏହାର ବନ୍ୟାଜଳ ନାଗପୁରା ପାଟ ଉଜାଡ଼େ। ଏହାକୁ ଦୃଷ୍ଟିରେ ରଖି ପାଟନାଳି ପାଇଁ ବାରମ୍ବାର ଆନ୍ଦୋଳନ ହେଉଛି। ତେବେ ପାଟନାଳି ପାଇଁ ଟଙ୍କା ମଞ୍ଜୁର ସତ୍ତ୍ୱେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ନାହିଁ। ଲଗାଣବର୍ଷା ଓ ଗୋବରୀ ବନ୍ୟାଜଳରେ ନାଗପୁରା ପାଟରେ ପାଣି ଜମି ରହିଛି। ପାଟରେ ଚଳିତବର୍ଷ ପାଇଁ ହୋଇଥିବା ଖରିଫ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଛି। ଚାଷୀଙ୍କୁ ଚାଷ ଭରଣା ଆଶା ନ ଥିବା ବେଳେ ଋଣ ଶୁଝିବା ଚିନ୍ତା ଘାରିଛି।
ଏ ସମ୍ପର୍କରେ ଚାଷୀ ଜଗଦୀଶ ପତି, ଫକୀର ଚରଣ ଖଟୁଆ, ରମେଶ ଚନ୍ଦ୍ର ଦାସ, ହୃଷୀକେଶ ନାୟକ, ରାମଚନ୍ଦ୍ର ରାଉତ, ସୁନାକର ପ୍ରଧାନ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ବ୍ଲକ ଓସ୍ତପୁର ପଞ୍ଚାୟତରେ ନାଗପୁର ପାଟ। ୧୯୨ ଏକରରୁ ଊର୍ଦ୍ଧ୍ୱ ଏହି ପାଟର ପୂର୍ବ ଦିଗରେ ସାହସପୁର, ଫୋରଡ ଗ୍ରାମ ଥିବା ବେଳେ ଉତ୍ତର ଦିଗରେ ଗୋବରୀ ନଦୀ ପ୍ରବାହିତ ହେଉଛି। ଦକ୍ଷିଣ ଓ ପଶ୍ଚିମରେ ଦେପୁରା ଓ ନାଗପୁରା ଗ୍ରାମ ରହିଛି। ପାଟଟି ପାଇଁ ଏକ ଘେରିବନ୍ଧ ହୋଇଥିଲେ ମଧ୍ୟ ଗୋବରୀ ନଦୀ ସୀମାରେ କୌଣସି ବନ୍ଧ ନାହିଁ। ଗୋବରୀ ନଦୀ ଜଳରେ ଭରପୂର ହେଲେ ଏହି ପାଟରୁ ପାଣି ଜମିକୁ ମାଡୁଥିବା ବେଳେ ଦୀର୍ଘଦିନ ଧରି ନିଷ୍କାସନ ହୋଇପାରୁନାହିଁ। ଉଦ୍‌ବୃତ୍ତ ବନ୍ୟା ଓ ବର୍ଷାଜଳ ଚାଷ ପାଇଁ ବିପଦ ହୋଇଛି। ଏହାର ନିରାକରଣ ପାଇଁ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ କରାଯାଉଛି। ଏଥିସହ ଡ୍ରେନେଜ ବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ଚଳିତବର୍ଷ ଏହି ପାଟରେ ଶତାଧିକ ଚାଷୀ ଖରିଫ ଧାନ ଚାଷ କରିଥିଲେ। ତେବେ ଲଗାଣବର୍ଷା ଓ ଗୋବରୀ ନଦୀର ଜଳ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଦୀର୍ଘଦିନ ଧରି ଧାନ ଗଛ ପାଣିରେ ବୁଡି ରହିବା ଯୋଗୁ ଏହା ପଚି ଯାଇଛି। ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ଏକ ପାଟନାଳି ପ୍ରକଳ୍ପକୁ ଡ୍ରେନେଜ ବିଭାଗରୁ ମଞ୍ଜରୀ ମିଳିଥିବା ଶୁଣିବାକୁ ମିଳିଛି। ପ୍ରକଳ୍ପ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରିନାହିଁ। ଜଳସେଚନ ଓ ନିଷ୍କାସନ ପ୍ରତି ଜିଲା ପ୍ରଶାସନ ଧ୍ୟାନ ଦେଉନାହାନ୍ତି। ଚାଷୀ ଚାଷ କରିବା ପରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛନ୍ତି। ଏହାର ସମାଧାନ ନ ହେବା ଚାଷୀଙ୍କ ପାଇଁ କାଳ ହୋଇଛି। ଏବେ ଚାଷ ପାଇଁ ଆଣିଥିବା ଋଣ ଶୁଝିବା ଚିନ୍ତାରେ ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡ୍ରେନେଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଭ୍ରମରବର ସାମଲଙ୍କୁ ପଚାରିବାରେ ଏଠାରେ ପାଟନାଳି ପାଇଁ ୮୬ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀ ମିଳିଛି। ଏହି ମଞ୍ଜୁରୀ ଗତ ମାର୍ଚ୍ଚରେ ମିଳିଥିବାରୁ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ବର୍ଷାଋତୁ ପରେ ଏହି ପାଟନାଳି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ଏକତା ଶିଶୁ ଉଦ୍ୟାନ

ଜଗତ୍‌ସିଂହପୁର ଅଫିସ, ୧୧।୪: ଜଗତ୍‌ସିଂହପୁର ସହରରେ ବୟସ୍କଙ୍କ ପାଇଁ କୌଣସି ପାର୍କ ନାହିଁ। ପିଲାମାନଙ୍କ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକତା ଶିଶୁ ଉଦ୍ୟାନଟି...

ମଉଲିକ ସୁବିଧାରୁ ବଁଚିତ ଗାଁବାସୀ: ଗାଁକେ ରାସ୍‌ତା ହେଲେ ବିକାଶ ଆପେ ହେବା

ଜାମଟିକ୍ରା, ୧୭।୪ (ଡି.ଏନ.ଏ):  କେହେନ୍‌ସି ଗାଁର ବିକାଶ କଥା ଚିନ୍‌ତା  କଲେ ସରକାର ପହେଲା ସେ ଗଁାକେ ରାସ୍‌ତାଘାଟର ସୁବିଧା କରସନ୍‌। ରାସ୍‌ତାଘାଟ, ବିଜଲି, ପିଇଲା...

ଆଜି ଶ୍ରୀମନ୍ଦିରରେ ସାତପୁରୀ ଭୋଗ ଲାଗି

ପୁରୀ,୧୫ା୯( ଅଜିତ୍‌ ମହାନ୍ତି): ପବିତ୍ର ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବରେ ବିବେଚନା କରାଯାଇଥାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ମାଟିରେ ନିର୍ମିତ ତାଡ଼...

ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

କେନ୍ଦୁଝର,୬।୮(ସ୍ବ.ପ୍ର.): ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲା ଆଦିବାସୀ ସମାଜ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ...

ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ...

ଭାଜପା ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୭।୪-ଦେଶ କରୋନା ଭଳି ଭୟଙ୍କର ମହାମାରୀ ସହ ଲଢୁଥିବା ବେଳେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲା...

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା...

ଲକ୍‌ଡାଉନ୍‌ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍‌ ରକ୍ତ

ସୋନପୁର,୧୯।୪(ନି.ପ୍ର.) କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ...

Advertisement
Archives

Model This Week