ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ

ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ ହୋସ ଉଡ଼ିଯିବ। ଏହା କୈାଣସି ମନଗଢ଼ା କାହାଣୀ ନୁହେଁ। ବରଂ ନାମୀଦାମୀ ଲୋକଙ୍କ ସହ ଘଟିଥିବା ସତ୍ୟ ଘଟଣା। ଏହି ନାମୀଦାମୀ ଲୋକମାନେ ହେଉଛନ୍ତି ଇଣ୍ଡିଆ କ୍ରିକେଟ ଜଗତର ତାରକା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୈାରଭ ଗାଙ୍ଗୁଲି , ମହେନ୍ଦ୍ର ସିଂହ ଧୋନୀ। ଏହି ଖେଳାଳୀମାନେ ମ୍ୟାଚ୍‌ ପାଇଁ ହୋଟେଲରେ ରହିବାବେଳେ ନିଜ ଆଖପାଖରେ ଭୂତର ଉପସ୍ଥିତି ଅନୁଭବ କରି ହୋଟେଲ ଛାଡି ଦେଇଥିଲେ।

The Most Haunted Hotels In The UK | Hotelgift

୨୦୦୨ରେ କୌଣସି ଏକ ମ୍ୟାଚ ଚାଲିଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୈାରଭ ଗାଙ୍ଗୁଲି ଲଣ୍ଡନର ପ୍ରସିଦ୍ଧ ଲୁମଲି ହୋଟେଲରେ ରହିଥିଲେ । କହିରଖୁଛୁ କି, ଏହି ହୋଟେଲ ଦୁନିଆର ମୋଷ୍ଟ ଓ୍ବାଣ୍ଟେଡ ପ୍ଲେସ ଭାବେ ଅନ୍ୟତମ। ଏପରି କୁହାଯାଏ କି, ଏହି ହୋଟେଲରେ ଲେଡି ଲୁମଲିଙ୍କ ଆତ୍ମା ଘୂରି ବୁଲୁଥାଏ। ଗାଙ୍ଗୁଲି ହୋଟେଲର ଯେଉଁ ରୁମରେ ରହିଥିଲେ ହଠାତ୍‌ ରାତିରେ ତାଙ୍କ ବାଥରୁମର ଟ୍ୟାପ ଆପେଆପେ ଖୋଲିଯାଉଥିଲା। ସେହି ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଯିବା କ୍ଷଣି ଟ୍ୟାପ୍‌ ଆପେ ଆପେ ବନ୍ଦ ହୋଇଯାଉଥିଲା। କେବଳ ଏତିକି ନୁହେଁ, ସେଦିନ ରାତିରେ ଗାଙ୍ଗୁଲିଙ୍କ ସହ ଭୟାନକ ଘଟିଥିଲା ଯେଉଁଥିପାଇଁ ଗାଙ୍ଗୁଲି ଅଧାରାତିରେ ତାଙ୍କୁ ନିଜ ରୁମ ଛାଡ଼ିବାକୁ ପଡିଥିଲା।

The Many Ghosts of The Langham Hotel in London - Moon Mausoleum

ସେହିପରି ୨୦୦୫ରେ ଏକ ମ୍ୟାଚ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଖେଳାଳୀ ସେନ ଓ୍ବାଟସନ ମଧ୍ୟ ଏହି ହୋଟେଲରେ ରହିଥିଲେ । ଓ୍ବାଟସନଙ୍କୁ ମଧ୍ୟ ଏହି ହୋଟେଲରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା । ଏହି ଘଟଣା ପରେ ସେ ଏତେ ଡରିଯାଇଥିଲେ କି ସେ ତଳେ ବ୍ରେଟ ଲିଙ୍କ ରୁମ୍‌କୁ ଯାଇ ତଳେ ଶୋଇଥିଲେ ।

I Booked a Haunted Hotel Room By Accident—Here's What Happened Next

ଲଣ୍ଡନର ଲଙ୍ଘମ ହୋଟେଲରେ ଭୂତଙ୍କ ଉପସ୍ଥିତି ବିଷୟରେ କାହାକୁ ଅଛପା ନାହିଁ। ଏହି ହୋଟେଲ ହଣ୍ଟେଡ ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ୨୦୧୪ରେ ଇଂଲଣ୍ଡର ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ ଏକ ଇଂରାଜୀ ପତ୍ରିକା ଡେଲି ମେଲରେ ସାକ୍ଷାତକାରରେ କହିଛନ୍ତି, ଶ୍ରୀଲଙ୍କା ଟେଷ୍ଟ ସମୟରେ ସେ ନିଜ ରୁମ ବଦଳାଇବାକୁ ବାଧ୍ୟ ହୋଇଥିଲେ। ସେ କହିଥିଲେ ଯେ, ତାଙ୍କୁ ହୋଟେଲ ରୁମ୍‌ରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା ।
ତେବେ କେବଳ ଷ୍ଟୁଆର୍ଟ ନୁହେଁ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଏହି ହୋଟେଲରେ ଥିବାବେଳେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ସେ ମଧ୍ୟରାତ୍ରିରେ ହୋଟେଲ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri