୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ଲୋକପ୍ରିୟ ଫିଲ୍ମ: କାରଣ ଜାଣିଲେ..

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’, ସବୁଥିରେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଶ୍ୟାମ। ୧୯୭୬ରେ ତାଙ୍କର ଏକ ଫିଲ୍ମ ‘ମନ୍ଥନ’ ଆସିଥିଲା। ଅବିଶ୍ୱସନୀୟ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଫିଲ୍ମ ସଫଳ ସିନେମା ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ର ନିର୍ମାଣ ପଛରେ ଅନେକ ରହସ୍ୟ ଥିଲା। ସେଥିରୁ ଗୋଟିଏ ଥିଲା ଏହାର ପ୍ରଯୋଜନା। ଗୁଜରାଟର ପ୍ରାୟ ୫ ଲକ୍ଷ କୃଷକ ଫିଲ୍ମକୁ ନିର୍ମାଣ କରିଥିଲେ। ଫିଲ୍ମକୁ ନିର୍ମାଣ କରିବା ନିମନ୍ତେ ସମସ୍ତେ ଦୁଇ ଟଙ୍କା ଲେଖାଏ ଚାନ୍ଦା ଦେଇଥିଲେ।

ଶ୍ୱେତ କ୍ରାନ୍ତି/ଦୁଗ୍ଧ କ୍ରାନ୍ତି ଉପରେ ନିର୍ମାଣ ହୋଇଛି ମନ୍ଥନ। ଫିଲ୍ମର ସହଲେଖକ ଥିଲେ ଡା. ବର୍ଗିଜ କୁରିୟନ। ସେ ଶ୍ୱେତ କ୍ରାନ୍ତି ନିମନ୍ତେ ମୂଳଦୁଆ ପକାଇଥିଲେ। ସମସ୍ତେ ତାଙ୍କୁ ଅମୁଲର କର୍ତ୍ତାଧର୍ତ୍ତା ଭାବେ ଜାଣନ୍ତି। ତେବେ ସେ ୧୯୭୦ରେ ଅପରେଶନ ଫ୍ଲଡ ଆରମ୍ଭ କରିଥିଲେ। ଏହାପରେ ଭାରତରେ କ୍ରାନ୍ତି ଆସିବା ସହ ଦୁଗ୍ଧର ସବୁଠାରୁ ଅଧିକ ଉତ୍ପାଦନ ଏଠାରେ ହେଉଛି। ଏଭଳି ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ସ୍ଥିର କରାଯାଇଥିଲା। କାହାଣୀ ସାଧାରଣ ଗାଁ ଉପରେ ଥିଲା। ଏଣୁ ସେଥିରେ କେହି ବି ଟଙ୍କା ଲଗାଇବାକୁ ପସନ୍ଦ କରି ନ ଥିଲେ। ଫିଲ୍ମର ବଜେଟ କିନ୍ତୁ ୧୦-୧୨ ଲକ୍ଷ ଥିଲା। ଏପରିସ୍ଥଳେ କୁରିୟନ ଉପାୟ ଚିନ୍ତା କରିଥିଲେ। କୃଷକମାନଙ୍କ ସହାୟତାରେ ସେ ଭିନ୍ନ ଉଦାହରଣ ସୃଷ୍ଟି କରିଥିଲେ।

ମନ୍ଥନରେ ଅନେକ ବଡ କଳାକାର କାମ କରିଥିଲେ। ସ୍ମିତା ପାଟିଲ, ଗିରିଷ କର୍ନାଡ, ନସିରୁଦ୍ଦିନ ଶାହ, କୁଳଭୂଷଣ ଖରବନ୍ଦା, ଅମରେଶ ପୁରୀଙ୍କ ସମେତ ଅନ୍ୟ କଳାକାର ଏଥିରେ ଥିଲେ। ଫିଲ୍ମକୁ ୧୯୭୬ରେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦେଶ ତଥା ବିଦେଶରେ କାହାଣୀକୁ ପ୍ରଶଂସା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

‘ଇରାନ ସହିତ ଚୁକ୍ତି ଶେଷ’: ଶାନ୍ତି ଚୁକ୍ତିର ସମାପ୍ତି ଘୋଷଣା କଲେ ଟ୍ରମ୍ପ, ଏବେ ହେବ କଡା ଟକ୍କର!

ଓ୍ବାଶିଂଟନ,୮।୭: ତୁର୍କୀର ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ। ଗଣମାଧ୍ୟମ ସହିତ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri