‘କ୍ରୁନାଲ, ମୋ ମଧ୍ୟରେ ଯାହା ଘଟିଗଲା’

ନବି ମୁମ୍ବାଇ,୮।୪: ଟିମ୍‌ ଇଣ୍ଡିଆ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ (ଏଲ୍‌ଏସ୍‌ଜି) ଅଲରାଉଣ୍ଡର ଦୀପକ ହୁଡା ଦୀର୍ଘ ଦିନ ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ବିବାଦ ଉପରେ ମୁହଁ ଖୋଲିଛନ୍ତି। କୌତୁହଳର କଥା ହେଲା, ପ୍ରାୟ ବର୍ଷେ ତଳେ କ୍ରୁନାଲ ତାଙ୍କ କ୍ୟାରିୟର ଶେଷ କରିବାକୁ ଧମକ ଦେବା ସହ ବରୋଦା ଦଳରେ ଖେଳାଇ ଦେବେ ନାହିଁ ବୋଲି କହିଥିବା ଅଭିଯୋଗ କରିଥିଲେ ଦୀପକ। ଏହି ଘଟଣା ପରେ ହୁଡା ବରୋଦା ଦଳ ଛାଡ଼ି ରାଜସ୍ଥାନ ପାଇଁ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଭାଗ୍ୟ ଦୁଇ ଖେଳାଳିଙ୍କୁ ପୁଣି ଥରେ ଏକାଠି କରାଇ ଦେଲା। ଦୁହେଁ ଚଳିତ ଆଇପିଏଲରେ ଏବେ ଲକ୍ଷ୍ନୌ ଫ୍ରାଞ୍ଚାଇଜ ପାଇଁ ସାଥି ହୋଇ ଖେଳୁଛନ୍ତି।

ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ ବେଳେ ଦୁଇ ଖେଳାଳି ପରସ୍ପରକୁ ଆଲିଂଘନ କରିଥିଲେ। ଏହା ଦର୍ଶାଇଥିଲା, ଦୁଇ ଅଲରାଉଣ୍ଡର ପୁରୁଣା କଥାକୁ ଭୁଲି ଆଗକୁ ବଢ଼ି ସାରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ହୁଡା କହିଥିଲେ, କ୍ରୁନାଲ ପାଣ୍ଡ୍ୟା ମୋ ଭାଇ ଭଳି। ଭାଇ, ଭାଇ ମଧ୍ୟରେ ଲଢ଼େଇ ହୁଏ। ଆମେ ଗୋଟିଏ ଲକ୍ଷ୍ୟକୁ ନେଇ ଖେଳୁଛୁ, ଯାହାକି ଏଲ୍‌ଏସ୍‌ଜି ପାଇଁ ମ୍ୟାଚ୍‌ ଜିତିବା। ମୁଁ ଆଇପଏଲ ଅକ୍‌ଶନ ଦେଖି ନ ଥିଲେ। ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ଦଳୀୟ ହୋଟେଲରେ ଭେଟିଥିଲୁ। ଯାହାବି ଘଟିଗଲା ତାହା ଅତୀତ। ଆମେ ଦୁହେଁ ଏକାଠି ଗୋଟିଏ ଦଳ ପାଇଁ ଖେଳୁଛୁ ଏବଂ ଆମର ଲକ୍ଷ୍ୟ ସମାନ।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା

ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜ...

ଆଇପିଏଲ୍‌ ପୂର୍ବରୁ ବିଜୟର ମନ୍ତ୍ର ପଢାଇଲେ ବିରାଟ କୋହଲି: କହିଲେ…

ଚେନ୍ନାଇ,୭।୪: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର ମନ୍ତ୍ର କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି। ଚଳିତ ସିଜିନର...

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ...

ଗୁଆହାଟିରେ ଦୁଇଟି ମ୍ୟାଚ୍‌ ଖେଳିବ ରାଜସ୍ଥାନ ରୟାଲ୍ସ

ଗୁଆହାଟି,୨୭ା୨- ସ୍ଥାନୀୟ ବର୍ସାପାରା ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳାଯିବ। ଆଇପିଏଲ ଗଭର୍ନିଂ କାଉନ୍ସିଲ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜକୁ ୭ଟି ଘରୋଇ ମ୍ୟାଚ୍‌...

ଭାବୁକ ହେଲେ କୋହଲି, ସମ୍ଭାଳିଲେ ଅନୁଷ୍କା

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳି ଅରୁଣ ଜେଟଲୀ ଷ୍ଟାଡିୟମ ହୋଇଛି। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଟିମ...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦...

ବଡ଼ ମାଇଲଷ୍ଟୋନ ଛୁଇଁଲେ ଧୋନୀ

ନୂଆଦିଲ୍ଲୀ,୩।୪: ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ବ୍ରାବୋର୍ନେ ଷ୍ଟାଡିୟମରେ...

ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ...

Advertisement
Archives

Model This Week