ଅଧିକ ସମୟ ମାସ୍କ ବାନ୍ଧିଲେ କ’ଣ ହେବ ପରିଣାମ, ଏନେଇ ଏମିତି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କାରଣ ମାସ୍କ ହିଁ କରୋନା ସହ ଲଢ଼ିବାର ଏକମାତ୍ର ପ୍ରଭାବଶାଳୀ ଅସ୍ତ୍ର ଭାବରେ କାର୍ଯ୍ୟ କରେ। କେବଳ ଏତିକି ନୁହେଁ, ଘରୁ ବାହାରକୁ ଯିବାବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସୁରକ୍ଷା ପାଇଁ ଡବଲ ମାସ୍କ ବ୍ୟବହାର କରିବାକୁ କହୁଛନ୍ତି। ମାତ୍ର ସୋସିଆଲ ମିଡିଆରେ କୁହାଯାଉଛି କି, ଦୀର୍ଘ ସମୟ ଧରି ମାସ୍କ ବ୍ୟବହାର କଲେ ଶୀରରରେ କାର୍ବନ ଡାଇଅକ୍ସାଇଡର ପରିମାଣ ବଢ଼ିପାରେ ଏବଂ ଅମ୍ଳଜାନ କମିଯାଏ।

ଭାଇରାଲ ପୋଷ୍ଟରେ କୁହାଯାଇଛି, ଜଣେ ବ୍ୟକ୍ତି ଦିନସାରା ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ କରନ୍ତି। ଯାହାକୁ ପ୍ରାକୃତିକ ଉପାୟରେ ଗ୍ରହଣ କରନ୍ତି। କିନ୍ତୁ ମାସ୍କ ବାନ୍ଧିବା ଦ୍ୱାରା ଦିନସାରା ମାତ୍ର ୨୫୦ରୁ ୩୫୦ ଲିଟର ଅମ୍ଳଜାନ ନେବାରେ ସକ୍ଷମ ଅଟନ୍ତି। ଏଥିସହିତ ଶରୀରରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍‌, ଯାହା ବାୟୁରେ ଦ୍ରବୀଭୂତ ହେବା ଉଚିତ୍‌। କିନ୍ତୁ ମାସ୍କ ଲଗାଇବା ଦ୍ୱାରା ଫୁସ୍‌ଫୁସକୁ ଫେରିଯାଉଛି। ଏହି କାରଣରୁ ଶରୀରରେ କାର୍ବନ ଡାଇଅକ୍ସାଇଡର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଅମ୍ଳଜାନର ସ୍ତର ହ୍ରାସ ପାଉଛି।

ଏହି ପୋଷ୍ଟ ଭାଇରାଲ ହେବା ବିଷୟରେ ପିଆଇବିରୁ ଏକ ସ୍ପଷ୍ଟୀକରଣ ଆସିଛି। ପିଆଇବି ଫ୍ୟାକ୍ଟ ଚେକ୍‌ ଟିମ୍‌ ଅନୁଯାୟୀ, ଏହି ପୋଷ୍ଟରେ ଦିଆଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ପିଆଇବି କହିଛି ଯେ, କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କକୁ ସଠିକ୍‌ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri