କ’ଣ ହେବ ବିଏସକେଓ୍ବାଇ କାର୍ଡର ଭବିଷ୍ୟତ?

ଭୁବନେଶ୍ୱର,୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଭାଜପା ସରକାରକୁ ଆସିଲେ ବିଜେଡି ସରକାରର ଯୋଜନା ଗୁଡିକୁ ପୂର୍ବପରି କାର୍ଯ୍ୟକରି ହେବାକୁ ଦେବ ନା ସମ୍ପୂର୍ଣ୍ଣ ବନ୍ଦ କରିଦେବ।
ପୂର୍ବରୁ ବିଏସକେଓ୍ବାଇ ବିଜେଡି ମୋଦି ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ ହେବାକୁ ଦେଇ ନ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ନିର୍ବାଚନ ପୂର୍ବରୁ ଅନେକ ଭାଜପା ନେତା ପ୍ରଚାର ସମୟରେ କହିତତ୍ଲେ, ଭାଜପା ସରକାରକୁ ଆସିଲେ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବ। ଏବେ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି,ତେବେ ବିଏସକେଓ୍ବାଇ କାର୍ଡ ବଦଳରେ ଆୟୁଷ୍ମାନ କାର୍ଡ ଲାଗୁ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ବିଜେଡିର ସବୁଠୁ ଲୋକପ୍ରିୟ ଯୋଜନା ଭିତରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସକେଓ୍ବାଇ) ସାମିଲ ଥିଲା। ରାଜ୍ୟର ୧ କୋଟିରୁ ଅଧିକ ପରିବାର କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ।
ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଜନା ଅଧୀନରେ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ। ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଆନ୍ତି।ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କଭର ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ‘ସରକାରଙ୍କୁ ଜଣାଅଛି ଯେ…’

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri