Posted inଖେଳ

ଶେଷଥର ପାଇଁ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ ରୁ ୨୨ ଜୁନ ମଧ୍ୟରେ ଇଂଲଣ୍ଡରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଐତିହାସିକ ଟାଇଟଲ ମ୍ୟାଚ ଖେଳାଯିବ। କୋହଲି ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନରେ ଅଛନ୍ତି। ବ୍ୟସ୍ତ କାର୍ଯ୍ୟସୂଚୀରୁ ଅଳ୍ପ ସମୟ ନେଇ ସେ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ ଏବଂ ଉତ୍ତର କାର୍ଯ୍ୟକ୍ରମ କରିଥିଲେ। ପ୍ରଶଂସକଙ୍କ ସହ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଇ କୋହଲି ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, କ୍ୱାରାଣ୍ଟାଇନ୍‌ରେ, ମୋତେ ତୁମର ପ୍ରଶ୍ନ ପଚାର।
ଏହି ସମୟ ମଧ୍ୟରେ ସେ ତାଙ୍କ ଝିଅ ଭାମିକାଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀଙ୍କ ପର୍ଯ୍ୟନ୍ତ ଉତ୍ତର ଦେଇଥିଲେ। ଏହି ଅଧିବେଶନ ସମୟରେ ଜଣେ ପ୍ରଶଂସକ ତାଙ୍କୁ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ପ୍ରଶଂସକ କୋହଲିଙ୍କୁ ପଚାରିଥିଲେ ଆପଶ ଶେଷଥର ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିଥିଲେ। କୋହଲି ପ୍ରକାଶ କରିଛନ୍ତି ଯେ, ସେ କିମ୍ବଦନ୍ତୀ ଫୁଟବଲର୍‌ ଖ୍ରିଷ୍ଟିଆନୋ ରୋନାଲଡୋଙ୍କ ଟ୍ରାନ୍ସଫର୍‌ ବିଷୟରେ ଗୁଗୁଲରେ ଶେଷ ଥର ପାଇଁ ସର୍ଚ୍ଚ କରିଥିଲେ। ଫୁଟବଲ ଇତିହାସରେ ରୋନାଲଡୋ ଏକମାତ୍ର ଖେଳାଳି ଯିଏକି ତିନୋଟି ପ୍ରମୁଖ ଲିଗ ପ୍ରିମିୟର ଲିଗ, ଲା ଲିଗା, ସେରି ଏରେ ସର୍ବାଧିକ ଗୋଲ ସ୍କୋରର। ପର୍ତ୍ତୁଗାଲ ଜାତୀୟ ଦଳର ମହାନ ଷ୍ଟ୍ରାଇକର ରୋନାଲଡୋ ସିରି ଏର ୨୦୨୦, ୨୦୨୧ ସିଜନରେ ୨୯ ଗୋଲ ସ୍କୋର କରିଥିଲେ। ତେବେ ରୋଭାଲ୍ଡୋଙ୍କ ଦଳ ଜୁଭେଣ୍ଟସ ସିରି ଏରେ ଚତୁର୍ଥ ସ୍ଥାନ ହାସଲ କରି ଚାମ୍ପିଅନ୍ସ ଲିଗର ପରବର୍ତ୍ତୀ ସିଜନରେ ନିଜ ସ୍ଥାନ ସୁରକ୍ଷିତ କରିଛି। ମଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଦ୍ରିଦ ସହିତ ରୋନାଲଡୋ ପାଞ୍ଚଟି ଚାମ୍ପିଅନ୍ସ ଲିଗ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri