Posted inଖେଳ

ଶେଷଥର ପାଇଁ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ ରୁ ୨୨ ଜୁନ ମଧ୍ୟରେ ଇଂଲଣ୍ଡରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଐତିହାସିକ ଟାଇଟଲ ମ୍ୟାଚ ଖେଳାଯିବ। କୋହଲି ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନରେ ଅଛନ୍ତି। ବ୍ୟସ୍ତ କାର୍ଯ୍ୟସୂଚୀରୁ ଅଳ୍ପ ସମୟ ନେଇ ସେ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ ଏବଂ ଉତ୍ତର କାର୍ଯ୍ୟକ୍ରମ କରିଥିଲେ। ପ୍ରଶଂସକଙ୍କ ସହ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଇ କୋହଲି ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, କ୍ୱାରାଣ୍ଟାଇନ୍‌ରେ, ମୋତେ ତୁମର ପ୍ରଶ୍ନ ପଚାର।
ଏହି ସମୟ ମଧ୍ୟରେ ସେ ତାଙ୍କ ଝିଅ ଭାମିକାଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀଙ୍କ ପର୍ଯ୍ୟନ୍ତ ଉତ୍ତର ଦେଇଥିଲେ। ଏହି ଅଧିବେଶନ ସମୟରେ ଜଣେ ପ୍ରଶଂସକ ତାଙ୍କୁ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ପ୍ରଶଂସକ କୋହଲିଙ୍କୁ ପଚାରିଥିଲେ ଆପଶ ଶେଷଥର ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିଥିଲେ। କୋହଲି ପ୍ରକାଶ କରିଛନ୍ତି ଯେ, ସେ କିମ୍ବଦନ୍ତୀ ଫୁଟବଲର୍‌ ଖ୍ରିଷ୍ଟିଆନୋ ରୋନାଲଡୋଙ୍କ ଟ୍ରାନ୍ସଫର୍‌ ବିଷୟରେ ଗୁଗୁଲରେ ଶେଷ ଥର ପାଇଁ ସର୍ଚ୍ଚ କରିଥିଲେ। ଫୁଟବଲ ଇତିହାସରେ ରୋନାଲଡୋ ଏକମାତ୍ର ଖେଳାଳି ଯିଏକି ତିନୋଟି ପ୍ରମୁଖ ଲିଗ ପ୍ରିମିୟର ଲିଗ, ଲା ଲିଗା, ସେରି ଏରେ ସର୍ବାଧିକ ଗୋଲ ସ୍କୋରର। ପର୍ତ୍ତୁଗାଲ ଜାତୀୟ ଦଳର ମହାନ ଷ୍ଟ୍ରାଇକର ରୋନାଲଡୋ ସିରି ଏର ୨୦୨୦, ୨୦୨୧ ସିଜନରେ ୨୯ ଗୋଲ ସ୍କୋର କରିଥିଲେ। ତେବେ ରୋଭାଲ୍ଡୋଙ୍କ ଦଳ ଜୁଭେଣ୍ଟସ ସିରି ଏରେ ଚତୁର୍ଥ ସ୍ଥାନ ହାସଲ କରି ଚାମ୍ପିଅନ୍ସ ଲିଗର ପରବର୍ତ୍ତୀ ସିଜନରେ ନିଜ ସ୍ଥାନ ସୁରକ୍ଷିତ କରିଛି। ମଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଦ୍ରିଦ ସହିତ ରୋନାଲଡୋ ପାଞ୍ଚଟି ଚାମ୍ପିଅନ୍ସ ଲିଗ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri