Odisha Elections 2024

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରକାଶ କରିବା ସହ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ବର୍ଷା ଯୋଗୁ ମାଟି ଅତଡ଼ା ଧସି ଅନେକ ଲୋକ ପୋତି ହୋଇଯାଇଥିଲେ। ଏପର୍ଯ୍ୟନ୍ତ ୩୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭୪ଜଣ ଲୋକ ନିଖୋଜ ଥିବା ଜଣାପଡିଛି। ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଏପରିକି ବର୍ଷା ଯୋଗୁ ଅନେକ କୋଠା, ରାସ୍ତା, ବ୍ରିଜ୍‌ ଭୁଶୁଡି ପଡିଥିବା ଜଣାପଡିଛି। ଉରୁଗୁଏ ଏବଂ ଆର୍ଜେଣ୍ଟିନା ସୀମାବର୍ତ୍ତୀ ରାଜ୍ୟରେ ୨୩ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏପରିକି ବିଭିନ୍ନ ସ୍ଥାନରେ କାର୍‌ ଭାସୁ ଥିବା ବେଳେ ରାସ୍ତା ପାଣିରେ ବୁଡ଼ି ରହିଛି। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ରିଲିଫ ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri