Posted inଜାତୀୟ

ନିର୍ବାଚିତ ସରକାରଙ୍କୁ ଭୟଭୀତ କରାଇ ଭାଙ୍ଗିବା କେଉଁ ପ୍ରକାରର ଗଣତନ୍ତ୍ର: ଖାର୍ଗେ

ନୂଆଦିଲ୍ଲୀ,୨୭।୨: ହିମାଚଳ ପ୍ରଦେଶରେ ଯାହା କରାଯାଇଛି ତାହା ଠିକ୍‌ ନୁହେଁ। ଯଦି କେନ୍ଦ୍ର ସରକାର ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାର କାର୍ଯ୍ୟ କରନ୍ତି ତେବେ ଏହା କି ପ୍ରକାର ଗଣତନ୍ତ୍ର? ଏହାପୂର୍ବରୁ ମଧ୍ୟପ୍ରଦେଶ, କର୍ନାଟକ, ମଣିପୁର, ଗୋଆରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯଦି ଭାଜପା ସରକାର ପରାଜିତ ହୁଅନ୍ତି ତେବେ ଲୋକଙ୍କୁ ଭୟଭୀତ କରି ସରକାରକୁ ଭାଙ୍ଗିଥାନ୍ତି, ଏହା ଗଣତନ୍ତ୍ର ନୁହେଁ ବୋଲି ମଙ୍ଗଳବାର ‘ହ୍ବାଟ୍‌ ଇଣ୍ଡିଆ ଥିଙ୍କ ଟୁଡେ’ର ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।

ଖାର୍ଗେ କହିଛନ୍ତି, ଗଣତନ୍ତ୍ରରେ ସାହସ ଦେଖାଇବା ଉଚିତ। ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ରାଜୀବ ଗାନ୍ଧୀ ମଧ୍ୟ ସେଭଳି କରିଥିଲେ। ହେଲେ ଯଦି ଏମାନେ ଏଭଳି ଜାରି ରଖନ୍ତି ତେବେ ଦିନ ଆସିବ ଦେଶରେ ଗଣତନ୍ତ୍ର ଶେଷ ହେବ। ସମ୍ବିଧାନ ନିଜର ସତ୍ତା ହରାଇବ। ଯଦି କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିଛି ତେବେ ଭଲ, କିନ୍ତୁ କାହାକୁ ଭୟଭୀତ କରି ଶାସନ କ୍ଷମତାକୁ ଆସିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ସେହିଭଳି କଂଗ୍ରେସ ଛାଡ଼ି ଏନ୍‌ଡିଏରେ ସାମିଲ ହେଉଥିବା ନେତାଙ୍କୁ ନେଇ ଖାର୍ଗେ କହିଛନ୍ତି, କିଛି ଲୋକ କ୍ଷମତା ଲୋଭି। ସେମାନେ ଆମ ସହ ୩୦ରୁ ୪୦ ବର୍ଷ ଧରି ଥିଲେ। ଏବେ ଆଦର୍ଶରେ କି ପରିବର୍ତ୍ତନ ଆସିଛି ଯେ ଲୋକେ ହାତ ଛାଡ଼ୁଛନ୍ତି। ମୁଁ ମଧ୍ୟ ସମାନ ଦଳରେ ଅଛି, ତେବେ କ’ଣ ମୁଁ ନିରାଶ। ମୋର ଲକ୍ଷ୍ୟ ଗଣତନ୍ତ୍ରକୁ ବଞ୍ଚାଇବା, ସମ୍ବିଧାନର ରକ୍ଷା କରିବା, ସେଥିପାଇଁ କିଛି ମିଳୁ କିମ୍ବା ନ ମିଳୁ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri