ସ୍ଲୋଗାନରୁ କ’ଣ ମିଳିବ

ବିଶ୍ୱର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଆମେରିକାର ମୋଟ ଘରୋଇ ଉପତ୍ାଦ (ଜିଡିପି)୨୬ ବିଲିୟନ ଡଲାର। ଆମେରିକା ପଛକୁ ଦ୍ୱିତୀୟରେ ଅଛି ଚାଇନା(୧୯ ବିଲିୟନ ଡଲାର)। ତୃତୀୟରେ ଜାପାନ(୪.୪ ବିଲିୟନ ଡଲାର), ଚତୁର୍ଥରେ ଜର୍ମାନୀ(୪.୩ ବିଲିୟନ ଡଲାର) ଏବଂ ପଞ୍ଚମରେ ଭାରତ(୩.୭ ବିଲିୟନ ଡଲାର)। ଗତ ମାସରେ ଗୁଜରାଟରେ ଅନୁଷ୍ଠିତ ଭାଇବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ତୃତୀୟ ପାଳି ଅର୍ଥାତ୍‌ ୨୦୨୪ରୁ ୨୦୨୯ ମଧ୍ୟରେ ଭାରତ ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ଏହା ଘଟିବ ବୋଲି ସେ ଏକ ‘ମୋଦି ଗ୍ୟାରେଣ୍ଟି’ ଦେଲେ। ମେରେ ହିନ୍ଦୁ ବିଜ୍‌ନେସ୍‌ଲାଇନ ଏକ ଶୀର୍ଷକ ପ୍ରକାଶ କରିଥିଲା, ଯାହା ଥିଲା ‘୨୦୨୨ ପର୍ଯ୍ୟନ୍ତ ମୁଣ୍ଡପିଛା ମୋଟ ଘରୋଇ ଉପତ୍ାଦ କ୍ଷେତ୍ରରେ ଭାରତଠାରୁ ବାଂଲାଦେଶ ଆଗରେ ରହିଛି’। ଏଥିରେ ଦର୍ଶାଯାଇଥିଲା ଯେ, ୨୦୧୯ରେ ବାଂଲାଦେଶର ମୁଣ୍ଡପିଛା ଜିଡିପି ଭାରତକୁ ଟପିଯାଇଥିଲା। ଖୁବ୍‌ ଶୀଘ୍ର ଭାରତ ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ ଏବଂ ମୁଣ୍ଡପିଛା ଜିଡିପିରେ ବାଂଲାଦେଶ ପଛରେ ଭାରତ ରହିଛି ବୋଲି ଯାହା କୁହାଯାଉଛି ତାହା ସବୁ ସତ। ଯଦି ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବାର ଲକ୍ଷ୍ୟ ହାସଲ ହୁଏ ତେବେ ତାହାର ମାନେ କ’ଣ? ଜର୍ମାନୀର ଜନସଂଖ୍ୟା ୮ କୋଟି ହୋଇଥିବାବେଳେ ଭାରତର ଏହା ୧୪୦ କୋଟି। ଗୋଟିଏ ସମୟରେ ଆମେ ଯେତେବେଳେ ଜର୍ମାନୀ ସହ ସମାନ ହେବା କିମ୍ବା ତାକୁ ଟପିଯିବା ସେତେବେଳେ ଜର୍ମାନୀର ଜଣେ ବ୍ୟକ୍ତିଙ୍କ ଅବଦାନ ଜିଡିପିରେ ଯାହା ରହିବ ତାହାକୁ ୧୭ ଜଣ ଭାରତୀୟ ସୃଷ୍ଟି କରିବେ। ତଥାପି ସେତେବେଳେ ଭାରତୀୟ ବାଂଲାଦେଶୀଙ୍କଠାରୁ ଗରିବ ରହିବେ। ତେବେ ଆଉ ଏକ କାହାଣୀ ଦେଖିବା ଯାହା ‘ଭାରତ ଜିତୁଛି’ କିନ୍ତୁ ‘ଭାରତ ହାରୁଛି’ର ବିଚାରଧାରା ଉପରେ ଅନୁଧ୍ୟାନକରେ। କାନାଡାର ଜଣେ ନାଗରିକଙ୍କୁ ଭାରତ ହତ୍ୟା କରିଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାକୁ ନେଇ ଭାରତ କ୍ରୋଧିତ ହୋଇଛି। ଭାରତ ସରକାର ଦେଶରୁ କାନାଡାର ୪୧ ଜଣ କୂଟନୀତିଜ୍ଞଙ୍କୁ ହଟାଇନେବା ଲାଗି କହିଛି। କାନାଡାରେ ଆମର ୨୧ ଜଣ କୂଟନୀତିଜ୍ଞ ଥିବାବେଳେ ଏଠାରେ କାନାଡାର ରହିଛନ୍ତି ୬୨। ଏଣୁ ଅଧିକ ୪୧ ଜଣଙ୍କୁ ଫେରାଇ ନେବାକୁ ହେବ। ଏହି କୂଟନୀତିଜ୍ଞମାନେ ମଧ୍ୟ ଭାରତ ଛାଡ଼ିବା ଆରମ୍ଭ କରିଦେଲେଣି। କାନାଡାର କୂଟନୀତିଜ୍ଞମାନେ ଦେଶ ଛାଡ଼ି ଚାଲିଗଲେ କେବଳ ଭାରତୀୟମାନେ ପ୍ରଭାବିତ ହେବେ। କାନାଡାକୁ ଭାରତରୁ ଅଧିକ ସଂଖ୍ୟକ ଛାତ୍ର ପଢ଼ିବାକୁ ଯାଉଛନ୍ତି। ଏବେ କାନାଡାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨,୩୦,୦୦୦ ଭାରତୀୟ ଛାତ୍ର ପଢୁଛନ୍ତି। ଭାରତରେ କମ୍‌ ସଂଖ୍ୟକ କୂଟନୀତିଜ୍ଞ ରହିଲେ ଛାତ୍ରମାନେ ଭିଜା ପାଇବା ଓ ତାହାର ଅବଧିକୁ ବଢ଼ାଇବା କଷ୍ଟକର ହୋଇଯିବ। ଉଲ୍ଲେଖନୀୟ ଯେ, ୨୦୨୨ରେ ଭାରତର ୧.୮୫ ଲକ୍ଷ ଛାତ୍ରଙ୍କୁ କାନାଡା ଭିଜା ପ୍ରଦାନ କରିଥିଲା।
୨୦୨୨ରେ ଛାତ୍ରମାନଙ୍କ ବ୍ୟତୀତ ୫.୮୪ ଲକ୍ଷ ଅନ୍ୟ ଭାରତୀୟ ମଧ୍ୟ କାନାଡା ଯାଇଥିଲେ। ସେହି ତୁଳନାରେ କାନାଡାର ପାଖାପାଖି ୩.୫ ଲକ୍ଷ ଲୋକ ପ୍ରତିବର୍ଷ ଭାରତକୁ ଆସନ୍ତି। ପ୍ରାୟତଃ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। କାନାଡା ଏଠାରେ ଅଧିକ କୂଟନୀତିଜ୍ଞ ରଖିବା ପଛରେ ଏକ କାରଣ ଥିଲା। କିନ୍ତୁ ଆମେ ସେ ବିଷୟରେ ଚିନ୍ତା କରୁନାହଁୁ, କାରଣ ଆମେ ଭାରତୀୟଙ୍କ ତୁଳନାରେ ଦେଶ ଆଗ ବୋଲି ବିଚାର କରୁଛୁ। ଜନଗଣଙ୍କଠାରୁ ଦେଶ ଆଗରେ ରହିବା ଉଚିତ -ଏହି ବିଚାର ଉପରେ ଆର୍‌ଏସ୍‌ଏସ୍‌ ଏବଂ ଜନସଂଘ ନେତା ଦୀନ୍‌ଦୟାଲ ଉପାଧ୍ୟାୟ ତାଙ୍କର ୪ଟି ଅଭିଭାଷଣରେ ଜୋର ଦେଇଛନ୍ତି। ଏଗୁଡ଼ିକ ‘ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମ’ ପୁସ୍ତକରେ ପ୍ରକାଶପାଇଛି। ସେ ଭାରତ ମହାନ୍‌ ହେବା ଲାଗି ଚାହିଁଛନ୍ତି, କିନ୍ତୁ ଏହା କିପରି ହେବ ସେ ସମ୍ପର୍କରେ କିଛି ପ୍ର୍ରକାଶ କରିନାହାନ୍ତି। ‘ଭାରତ ମାତାକୀ ଜୟ’ ସ୍ଲୋଗାନ ଦେବା ଗୋଟିଏ କାମ ଭଳି ଜଣାପଡ଼ୁଛି ଯେଉଁଠିକୁ ସେ ଆମକୁ ନେବାକୁ ଚାହଁୁଛନ୍ତି। ସ୍ଲୋଗାନ ଦେଇ କ’ଣ ହାସଲ କରିବା? ସ୍ଲୋଗାନ ଦେବା କିଭଳିଆ ବିଜୟ ଓ ଭାରତ ଜିତିଛି ବୋଲି କେମିତି ଜାଣିବା? ଏହି ସବୁ ପ୍ରଶ୍ନର ଉତ୍ତର ‘ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମ’ରେ ଦିଆଯାଇ ନାହିଁ। ବାସ୍ତବରେ ଏହିସବୁ ପ୍ରଶ୍ନଗୁଡ଼ିକ ପଚରାଯାଉ ନାହିଁ। ଉପାଧ୍ୟାୟ ଏବଂ ଏବକାର ହିନ୍ଦୁତ୍ୱ ସପକ୍ଷବାଦୀ ଅନୁଭବ କରିଥିବା ତୀବ୍ର ଭାବାବେଗକୁ କେହି ବି ଅନୁଭବ କରିପାରିବ। ଏହା ସତ ଯେ, ଅନେକଙ୍କୁ ବହୁ ସମୟରେ ପ୍ରେରିତ କରାଯାଇଛି। କେଉଁ ଲକ୍ଷ୍ୟ ହାସଲ ପାଇଁ ଏଭଳି କରାଯାଉଛି? ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମକୁ ଭାଜପା ତାହାର ମୌଳିକ ବିଚାରଧାରା ଭାବେ ବର୍ଣ୍ଣନାକରି ଶେଷରେ ଯାହା ହାସଲ କରିବାକୁ ଚାହଁୁଛି ତାହା ବାସ୍ତବରେ କ’ଣ?
ଭାରତରେ ସମସ୍ୟାଗୁଡ଼ିକ ହେଉଛି ଭୌତିକ। ଭାରତରେ ଧର୍ମ ଓ ଅଧ୍ୟାମତ୍ବାଦ ଅବିକଶିତ ସ୍ତରରେ ନାହିଁ। ଏହିସବୁ ବିଷୟରେ ଆମେ ବିଶ୍ୱଗୁରୁ ହୋଇପାରୁ। କିନ୍ତୁ ଯାହା ଅବିକଶିତ ରହିଛି ତାହା ହେଉଛି ଅର୍ଥ ବ୍ୟବସ୍ଥା ଓ ଆଇନର ଶାସନ। ଦେଶର କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ଓ ଏହା ଲୋକଙ୍କ କଲ୍ୟାଣକୁ ବୁଝାଏ। ଏହା ଲୋକଙ୍କ ମଙ୍ଗଳ ଦ୍ୱାରା ମୂଲ୍ୟାୟନ କରାଯାଏ, ଯାହା ରହିଛି ଶିଶୁ ମୃତ୍ୟୁହାର ଓ ଲିଙ୍ଗଗତ ଅନୁପାତରେ, ମାନବ ବିକାଶ ସୂଚକାଙ୍କ ଏବଂ ମୁଣ୍ଡପିଛା ଜିଡିପି ଓ ମଧ୍ୟମ ଆୟ, ନୋବେଲ ପୁରସ୍କାର, ବୈଜ୍ଞାନିକ ଆବିଷ୍କାର ଏବଂ ପରୋପକାରୀ ଯୋଗଦାନରେ। ଭାରତକୁ ସେଠାରେ ପହଞ୍ଚାଇବା ଲାଗି ଇଣ୍ଟିଗ୍ରାଲ୍‌ ହ୍ୟୁମାନିଜମରେ କୌଣସି ରୂପରେଖ ନାହିଁ କିମ୍ବା ତାହା ହାସଲ କରିବା ଲାଗି କୌଣସି ଇଚ୍ଛାଶକ୍ତିର ଅଭିବ୍ୟକ୍ତି ନାହିଁ। ତାଙ୍କ ଲେଖାରେ ଏସବୁ ଅପ୍ରାସଙ୍ଗିକ ହୋଇଛି। ଉପାଧ୍ୟାୟଙ୍କ ଆଗ୍ରହ କାଳ୍ପନିକ ଅସ୍ତିତ୍ୱରେ ରହିଛି। ବିବିଧ ବିଶ୍ୱାସ, ସମ୍ପ୍ରଦାୟ, ଭାଷା ଭରା ଦେଶ ବାସ୍ତବରେ ଉପାଧ୍ୟାୟଙ୍କ କଳ୍ପିତ ଭାରତ ନୁହେଁ। ଏହା ଏକ ରଚନା ଓ ମନଗଢ଼ା ମାତ୍ର। ଭାରତମାତା ଭୂରାଜନୈତିକ ସ୍ତରର ଏକ ମାନବରୂପୀ ଛବି, କାଳ୍ପନିକ ମ୍ୟାପ ଓ ଏକ ବିଚାର।
ମହାନ୍‌ ଭାରତ ବୋଲି ଯାହା ଆଶା କରାଯାଇଛି ତାହା ଏକ ଅବାସ୍ତବତା। ଆଜି ଭାରତରେ ଥିବା ପ୍ରକୃତ ଲୋକ ଏବଂ ସଂସ୍କୃତି କେବଳ ମହାନ୍‌ ଦେଶ ଲାଗି ଉପଯୋଗୀ ହେବେ। ମହାନତା ହାସଲ କରିବାରେ ସେମାନେ ସାହାଯ୍ୟ କଲେ ହିଁ ତାହା ସମ୍ଭବ ହୋଇପାରିବ। ଜର୍ମାନୀଠାରୁ ଆଗକୁ ଯିବାକୁ ଥିବା ଭାରତ ପାଇଁ ଗର୍ବ କରାଯାଉଥିବାବେଳେ ବାଂଲାଦେଶୀଙ୍କ ପଛରେ ଭାରତୀୟମାନେ ରହିଥିବା ବିଷୟକୁ ଏଡ଼ାଇ ଦିଆଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?