Posted inଜାତୀୟ

ସ୍ବାମୀଙ୍କ ହତ୍ୟା କରିଥିବା ସ୍ତ୍ରୀଙ୍କୁ ମଧ୍ୟ ମିଳିବ ପେନସନ: ହାଇକୋର୍ଟ

ଚଣ୍ଡିଗଡ଼, ୩୧।୧: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ହତ୍ୟା କରିଥାନ୍ତି, ତେବେ ସ୍ବାମୀଙ୍କ ପରେ ବି ପରିବାର ପେନସନ ଉପରେ ତାଙ୍କର ଅଧିକାର ରହିବ। ତାଙ୍କୁ କେହି ଏଥିରୁ ବଞ୍ଚିତ କରି ପାରିବେ ନାହିଁ। ଓ୍ବଲଜିତ୍‌ କୌର ଏନେଇ ହରିୟାଣା ରାଜ୍ୟ ସରକାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଜାନୁୟାରୀ ୨୫ରେ ଏହାର ଫଇସଲା ଶୁଣାଇଛନ୍ତି। ଓ୍ବଲଜିତ୍‌ଙ୍କ ସ୍ବାମୀ ତରସେସ୍‌ ସିଂ ହରିୟାଣା ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଥିଲେ। ୨୦୦୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ଘଟଣାରେ ୨୦୦୯ରେ ଓ୍ବଲଜିତ୍‌ଙ୍କୁ ଗିରଫ କରାଯାଇଥିଲା। ୨୦୧୧ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କର ପେନସନ ବନ୍ଦ କରି ଦିଆଯାଇଥିଲା। ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୯୭୨ ପେନସନ୍‌ ନିୟମ ଅନୁସାରେ ହାଇକୋର୍ଟ ଓ୍ବଲଜିତ୍‌ଙ୍କ ପେନସନ୍‌ ପୁଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଆଇଗତ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri