କୋଭିଡ୍‌ ଅନାଥଙ୍କ ପାଇଁ ଯୋଜନା କ’ଣ

ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ ଯୋଜନା ଗଢ଼ିଛନ୍ତି ତାହା ଜାଣିବା ପାଇଁ ଚାହିଁଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏନେଇ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଏହାସହ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜଣେ ଲେଖାଏ ସଚିବ କିମ୍ବା ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଫିସର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୋଡାଲ ଅଫିସରମାନେ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଓ ସେଗୁଡ଼ିକରୁ ସୁବିଧା ପାଇବାକୁ ଥିବା ଅନାଥଙ୍କୁ ଚିହ୍ନଟ ନେଇ ଆମିକସ୍‌ କ୍ୟୁରି ଗୌରବ ଅଗ୍ରଓ୍ବାଲଙ୍କ ସହ ଆଲୋଚନା କରିବେ। ଆସନ୍ତା ସୋମବାର ଏହାର ପରବର୍ତ୍ତୀ ଶୁଣାଣି ହେବ। କୋଭିଡ୍‌ ମହାମାରୀ ଯୋଗୁ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଓ ଝାଡ଼ଖଣ୍ଡର ସର୍ବାଧିକ ପିଲା ଅନାଥ ହୋଇଯାଇଥିବାରୁ ପ୍ରଥମେ ଏହି ୧୦ ରାଜ୍ୟର କଥା ବିଚାର କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦିଅ

ଅହମଦାବାଦ,୨୩ା୨: ଗତବର୍ଷ ଅକ୍ଟୋବର ୩୦ରେ ଗୁଜରାଟର ମୋର୍‌ବି ସହରରେ ଏକ ଝୁଲାପୋଲ ଭୁଶୁଡ଼ିପଡ଼ିବାରୁ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫୬ ଆହତ ହୋଇଥିଲେ। ପ୍ରତ୍ୟେକ...

ତଳମୁହାଁ ସଂକ୍ରମଣ: ଚିହ୍ନଟ ହେଲେ ୮୩୬ କରୋନା ପଜିଟିଭ୍‌

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୦ ଜଣ କ୍ୱାରାଣ୍ଟାଇନ୍‌ରୁ...

୨ ମାସ ପରେ ଚିଦାମ୍ବରମ୍‌ଙ୍କୁ ଜାମିନ୍‌: ଅକ୍ଟୋବର ୨୪ ପର୍ଯ୍ୟନ୍ତ ରହିବେ ତିହାର ଜେଲ୍‌ରେ

ନୂଆଦିଲ୍ଲୀ,୨୨।୧୦: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିଛି। ମାମଲାର ବିଚାର କରି ୨ ମାସ ପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଜାମିନ୍‌ ମଞ୍ଜୁର...

ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର...

ଦୋକାନରୁ ମିଳିଲା ମଣିଷ ମସ୍ତିଷ୍କ, ଆଖି, କାନ

ନାଶିକ,୨୯।୩ : ମହାରାଷ୍ଟ୍ରର ନାଶିକ ସହରର ମୁମ୍ବାଇ ନାକା ଅଞ୍ଚଳରେ ଏକ ବନ୍ଦ ଦୋକାନର ବେସମେଣ୍ଟରୁ ମିଳିଛି ମଣିଷ ଶରୀରର ବିଭିନ୍ନ ଅଙ୍ଗ। ଗତ କିଛି...

ଇଭିଏମ୍‌ ଚୋରି କଲେ ବି ଆସାମରେ କଂଗ୍ରେସକୁ ହରାଇ ହେବ ନାହିଁ

ଗୁଆହାଟି,୨।୪- ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରିସାରିଛନ୍ତି। ଏପରି କି ଇଭିଏମ୍‌ ଚୋରାଇଲେ ମଧ୍ୟ ଫଳାଫଳକୁ ପ୍ରଭାବିତ କରିହେବ ନାହିଁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି...

ୟୁପିର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ହେଲେ ନୂଆ ଇସି

ନୂଆଦିଲ୍ଲୀ,୯।୬: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନର (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର...

ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଟୁଇଟ, କ୍ଷମା ମାଗିବା ଦାବି କଲା ଭାଜପା…

ନୂଆଦିଲ୍ଲୀ,୬।୧୦ : ଅଧୀର ରଞ୍ଜନ ଚୌଧୁରୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦ...

Advertisement
Archives

Model This Week