ବିଜେଡି-ଭାଜପା ମଧ୍ୟରେ ଫରକ କ’ଣ? ବୁଝାଇଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୯।୬: ଖୋର୍ଦ୍ଧା ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅନେକଥର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ବିଜେଡି ଏବଂ ଭାଜପା ମଧ୍ୟରେ ଫରକ ଦର୍ଶାଇଛନ୍ତି।
ସେ କହିଛନ୍ତି, ବିଜେଡି ଓ ଭାଜପା ଭିତରେ ବହୁତ ଫରକ ଅଛି। ନବୀନ ବାବୁ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବର କଥା। ବିଜେଡିର ୧୧୭ ବିଧାୟକ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ବାଛିବାର ଥାଏ। ସମସ୍ତ ବିଧାୟକ ବସିଥାଆନ୍ତି, ହେଲେ ସେଠାରେ ସମ୍ପୂର୍ଣ୍ଣ ଚୁପ୍‌ ଥାଆନ୍ତି। ଯେମିତି ମୁର୍ଦ୍ଦାର ଆସିବ ସେମିତି ସବୁ ଚୁପ୍‌ ଥାଆନ୍ତି। ମୁଁ ଯାଇ ପହଞ୍ଚତ୍ କହିଦେଲି, ଏତେ ଚୁପ୍‌ କ’ଣ, ମୁର୍ଦ୍ଦାର ଆସିବ। ସେଥିରୁ ଜଣେ କହିଲେ ପାଟିକରନି। ହେଲେ ଭାଜପା ଏକ ଗଣତାନ୍ତ୍ରିକ ଦଳ।
ନିର୍ବାଚନ ପୂର୍ବରୁ ଭାଜପା କାର୍ଯ୍ୟାଳୟ ଗଲାବେଳେ ଯେଉଁ କେତେଜଣ ଟିକେଟ ପାଇ ନ ଥାଆନ୍ତି ସେମାନଙ୍କ ସମର୍ଥକମାନେ ଚେୟାର, ଦୁଆର ସବୁ ଭଙ୍ଗାରୁଜା କରୁଥାଆନ୍ତି। ସେ ଯାଇ ଦଳର ରାଜ୍ୟ ସଭାପତିଙ୍କୁ କହିଲେ ଆଜ୍ଞା, ଚାଲନ୍ତୁ ପାର୍ଟି ଅଫିସ୍‌, ସବୁ ଭାଙ୍ଗିଦେଲେଣି ସେମାନଙ୍କୁ ମନା କରିବା। ହେଲେ ସଭାପତି ଉତ୍ତର ଦେଲେ ନାହିଁ ଗଣେଶ, କିଛି କରନାହିଁ। ସେମାନେ ଦଳ ପାଇଁ ବହୁ ତ୍ୟାଗ କରିଛନ୍ତି। ଯଦି ତୁମ ପାଖରେ ଟଙ୍କା ଅଛି ସେମାନଙ୍କୁ ଯାଇକି ପାଣି କିଣିକି ଦେଇ ଦିଅ। ଏହା ହେଉଛି ବିଜେଡି ଓ ଭାଜପା ଭିତରେ ଫରକ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri