କ’ଣ ଏହି ଥାଲିନୋମିକ୍ସ? ଭାରତୀୟଙ୍କ ଖାଇବା ଥାଳିରୁ କରାଯାଏ ଦେଶ ଅର୍ଥନୀତିର ଆକଳନ

ନୂଆଦିଲ୍ଲୀ,୧୮।୧: ଦେଶର ବଜେଟ ଆସିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଅର୍ଥନୈତିକ ସର୍ଭେ ସର୍ବଦା ବଜେଟ ପୂର୍ବରୁ ଆସିଥାଏ। କିନ୍ତୁ ଅଧିକାଂଶ ଲୋକ ଅର୍ଥନନୈତିକ ସର୍ଭେକୁ ବୁଝି ପାରନ୍ତି ନାହିଁ। ସାଧାରଣ ଜନତା ଏହାକୁ ବୁଝିବା ପରିବର୍ତ୍ତେ ଏହି ସର୍ଭେ ରିପୋର୍ଟକୁ ଅଣଦେଖା କରନ୍ତ। କହି ରଖୁଛୁ କି, ଏହାଦ୍ୱାରା ସରକାର ଦେଶର ମୁଦ୍ରାସ୍ଫୀତି ସ୍ଥିର କରନ୍ତି। ଦେଶର ବଜେଟ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଥିବାବେଳେ ସେହି ଅନୁଯାୟୀ ଦେଶର ଅର୍ଥନୈତିକ ସର୍ଭେ ଜାନୁଆରୀ ୩୧ରେ ଉପସ୍ଥାପିତ ହେବ।

ଅର୍ଥନୈତିକ ସର୍ଭେକୁ ସରଳ ଅର୍ଥରେ ବୁଝାଇବା ପାଇଁ ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ଉପାୟ ବାହାର କରିଛି, ଯାହା ସାହାଯ୍ୟରେ କୌଣସି ସାଧାରଣ ନାଗରିକ ଏହାକୁ ବୁଝିିପାରିବେ। ଏହି ନୂଆ ଉପାୟଟି ହେଉଛି ଥାଲିନୋମିକ୍ସ। ଆସନ୍ତୁ ଜାଣିବା ଥାଲିନୋମିକ୍ସ କଣ ଏବଂ ଏହାଦ୍ୱାରା ଦେଶର ମୁଦ୍ରାସ୍ପୀତି କିପରି ସ୍ଥିର ହୋଇଥାଏ।

ଥାଲିନୋମିକ୍ସ ପଦ୍ଧତି ଦ୍ୱାରା ଭାରତରେ ଖାଦ୍ୟ ସୁଲଭତା ଚିହ୍ନଟ କରାଯାଇଥାଏ। ଅର୍ଥାତ ଗୋଟିଏ ପ୍ଲେଟ ଖାଇବା ପାଇଁ ଜଣେ ଭାରତୀୟ କେତେ ଖର୍ଚ୍ଚ କରିଥାନ୍ତି ତାହା ଥାଲିନୋମିକ୍ସ ମାଧ୍ୟମରେ ଜଣାପଡିଥାଏ।
ଅର୍ଥନୈତିକ ସର୍ଭେରେ ସାଧା ଓ ଆମିଷ ଥାଳିର ମୂଲ୍ୟ ବିଷୟରେ ସୂଚନା ଦିଆଯାଇଥାଏ। କେଉଁ ପ୍ଲେଟ ମହଙ୍ଗା ହୋଇଛି ଏବଂ କେଉଁ ପ୍ଲେଟ ଶସ୍ତା ହୋଇଛି ସେ ସମ୍ପର୍କରେ ବର୍ଣ୍ଣନା ହୋଇଥାଏ। ଦେଶରେ ଜଣେ ସାଧାରଣ ଲୋକ ଏକ ଥାଳି ପାଇଁ କେତେ ଖର୍ଚ୍ଚ କରିଥାନ୍ତି ଥାଲିନୋମିକ୍ସ ଆକଳନ ଦ୍ୱାରା ଜଣାପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri