ବାରମ୍ବାର ହାତ ଧୋଇବା ପରେ ବି ମନରୁ ଯାଉନି କରୋନା ଭୂତାଣୁ ଭୟ, ହୋଇପାରେ ଏହି ରୋଗର ଲକ୍ଷଣ..

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅଥବା ଡାକ୍ତରମାନେ ରୋଗରୁ ରକ୍ଷା ପାଇବା ଲାଗି ଲୋକମାନଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଯେପରିକି ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମ ପାଳନ ଆଦି। ଲୋକମାନେ ମଧ୍ୟ ସମସ୍ତ ରାସ୍ତା ଆପଣାଉଛନ୍ତି। ହେଲେ ଯଦି ଏହି ଅଭ୍ୟାସ ବାରମ୍ବାର ଆପଣଙ୍କ ମନକୁ ଆସୁଛି, ଅର୍ଥାତ ବାରମ୍ବାର ହାତ ଧୋଇବାକୁ ଇଚ୍ଛା ହେଉଛି। ଏହାଛଡ଼ା ସବୁ ଜିନିଷରେ ଭାଇରସ ଥିବା ମନେ ହେଉଛି ତେବେ ଏହା କରୋନାଠାରୁ ବଡ ସମସ୍ୟା ହୋଇପାରେ। ଏଥିପାଇଁ ଆପଣଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଭେଟିବା ଆବଶ୍ୟକ। ତେବେ ଏହା ପୂର୍ବରୁ ସବିଶେଷ ଜାଣି ରଖନ୍ତୁ ଏବଂ ନିଜର ବ୍ୟବହାରକୁ ପରଖନ୍ତୁ..

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ବିହେଭିଅର୍‌ ଆଣ୍ଡ ଆଲାଏଡ୍‌ ସାଇନ୍ସେସର ପ୍ରଫେସର କୁହନ୍ତି, କରୋନା କିଛି ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଛି। ହେଲେ ଏହା ବେଶି ଚିନ୍ତାଜନକ ନୁହେଁ। କାରଣ ଏହା ଜଣାଶୁଣା ଭୟ। ଯେଉଁଥିରେ ଆମେ ଜାଣୁ ଯେ ହାତ ଧୋଇବା ଆବଶ୍ୟକ। ନଚେତ ଆମକୁ କରୋନା ସଂକ୍ରମଣ ହୋଇପାରେ। ହେଲେ ଯଦି ଏହି ଡର ବ୍ୟକ୍ତିର ନିୟନ୍ତ୍ରଣରେ ରୁହେନାହିଁ ତେବେ ଜଣେ ହାତ ଧୋଇବା ପରେ ମଧ୍ୟ ବାମ୍ବାର ହତ ଧୋଇବାକୁ ଇଚ୍ଛା ହୋଇଥାଏ। ଏହା ଓସିଡି ଅର୍ଥାତ ଅବ୍‌ସେସିଭ୍‌ କପଲ୍ସିଭ୍‌ ଡିସ୍‌ଅର୍ଡରର ଲକ୍ଷଣ। ତେବେ ଯେଉଁ ଲୋକଙ୍କ ମନରେ ପୂର୍ବରୁ ଏହି ସମସ୍ୟା ରହିଥିଲା ସେମାନଙ୍କଠାରେ କରୋନା ଆସିବା ପରେ ଏହା ଆହୁରୀ ବଢ଼ି ଯାଇଛି।

କ’ଣ ଏହି ଓସିଡି:
ମାନବ ମସ୍ତିଷ୍କ ମଧ୍ୟରେ ସାଇରୋଟୋନିନ୍‌ ନାମକ ଏକ ରାସାୟନିକ ପଦାର୍ଥ ରହିଛି। ଯେତେବେଳେ ଏହା ମସ୍ତିସ୍କରେ କମିଯାଏ, ସେତେବେଳେ ଲୋକମାନଙ୍କର ଅନେକ ଆଚରଣଗତ ସମସ୍ୟା ଏବଂ ମାନସିକ ସମସ୍ୟା ବଢ଼ିଥାଏ। ଏପରିକି ସେମାନଙ୍କ ମଧ୍ୟରେ ଭୟ ଏତେ ବଢ଼ିବାକୁ ଲାଗେ ଯେ ଧିରେ ଧିରେ ଏହା ଅବସାଦରେ ପରିଣତ ହୋଇଥାଏ। ପ୍ରାୟତଃ ଏହି କାର୍ଯ୍ୟ ମଧ୍ୟ ମନର ନିୟନ୍ତ୍ରଣ ବାହାରେ। ପରିଷ୍କାର ପରିଚ୍ଛନ୍ନତା ଏବଂ ବାରମ୍ବାର ହାତ ଧୋଇବା ଭଳି ସମସ୍ୟା ଏଥିରେ ରହିଛି।
ସେହିଭଳି କୌଣସି ଭୂତାଣୁ, ଜୀବାଣୁ ସଂକ୍ରମଣର ଭୟ ଡାକ୍ତରୀ ବିଜ୍ଞାନରେ ଜର୍ମୋଫୋବିୟା ଶ୍ରେଣୀରେ ଆସିଥାଏ। ଏହାଦ୍ୱାରା ପ୍ରଭାବିତ ଲୋକମାନେ କୌଣସି ଜୀବାଣୁ ଅଥବା ବ୍ୟାକ୍ଟେରିଆକୁ ଭୟ କରନ୍ତି। ପ୍ରାୟତଃ ଚିକିତ୍ସା କିମ୍ବା ଥେରାପି ଅଭାବ ଯୋଗୁ ଏହି ଭୟ ବେଳେବେଳେ ଓସିଡିରେ ପରିବର୍ତ୍ତନ ହୋଇଯାଏ।

ଡାକ୍ତର କୁହନ୍ତି ଆମକୁ ଏଭଳି ମାନସିକ ସମସ୍ୟାକୁ ଅତି ସହଜରେ ଗ୍ରହଣ କରିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ତାର ଗୋଟିଏ କାର୍ଯ୍ୟକଳାପ ନଚେତ ପରିଷ୍କାର ପରିଚ୍ଛନ୍ନତା ଆଦିକୁ ବିଶେଷ ଭାବେ ଅନୁସରଣ କରିବା ଆରମ୍ଭ କରେ, ତେବେ ଏହା ତାଙ୍କ ପାଇଁ ସାଂଘାତିକ ହୋଇଥାଏ। ଯେପରିକି ସେମାନେ କରୁଥିବା କାମ ଛାଡ଼ି ବାରମ୍ବାର ହାତ ଧୋଇବା, ଥଣ୍ଡା ଦିନରେ ଶିଶୁଙ୍କୁ ବାରମ୍ବାର ଗାଧୋଇ ଦେବା, ଘରର କାନ୍ଥକୁ ସବୁଦିନ ଧୋଇବା ଆଦି ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟୁଛି। ଆମକୁ ସତର୍କ ରହିବା ଉଚିତ।

ଏହାର ଚିକିତ୍ସା ସମ୍ଭବ:
ଡାକ୍ତରଙ୍କ ମତରେ ଏହାର ଚିକିତ୍ସା ସମ୍ଭବ। ଯଦି ଜଣେ ରୋଗୀ ଓସିଡି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ସେଗୁଡ଼ିକ ଔଷଧ ଦ୍ୱାରା ଆରୋଗ୍ୟ ହୋଇପାରିବ। ଏହାବ୍ୟତିତ ପରାମର୍ଶ ଓ ଆଚରଣ ଥେରାପିର ଚିକିତ୍ସା କରାଯାଇପାରିବ। ବାରମ୍ବାର ଇଚ୍ଛା ହେଉଥିବା କାମର ଅଭ୍ୟାସକୁ କରିବାକୁ ବାରଣ କରାଯାଇଛି। ଫଳରେ ରୋଗୀ ଭଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେଲେ ଡାକ୍ତର, ରାଗିଲେ ପତ୍ନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮ ।୧: ରାଜଧାନୀ ଦିଲ୍ଲୀର ଜଣେ ବରିଷ୍ଠ ତଥା ନାଁକରା ଡାକ୍ତର ଏକେଲା କରୋନା ଟିକା ନେଇଯିବା ପରେ ତାଙ୍କ ପତ୍ନୀ ଫୋନ୍‌ରେ ହିଁ ତାଙ୍କୁ...

‘ମୋ ବସ୍‌’ର ସାହାରା ନେଲା ବିଏମ୍‌ସି: ରାଜଧାନୀର ସିଲ୍‌ ଅଞ୍ଚଳରେ ଯୋଗାଇବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀର ସିଲ୍‌ ହୋଇଥିବା ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଉଛି। ଶନିବାରଠାରୁ ମୋ ବସ୍‌ରେ ଏହି ସାମଗ୍ରୀ ଅଣାଯିବା ନେଇ ସ୍ଥିର...

ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ...

ଓମିକ୍ରନ୍ ଯୋଗୁ ୟୁରୋପରେ ଆସିବ ଆଉ ଏକ ଝଡ଼: ଡବ୍ଲୁଏଚଓ

ଜେନେଭା,୨୨ ।୧୨: ବିଶ୍ୱକୁ ଭୟ ଓମିକ୍ରନ୍ । ଏବେ ଏହା ଅନେକ ଦେଶକୁ ବ୍ୟାପିଥିବା ବେଳେ ଭବିଷ୍ୟତରେ ୟୁରୋପରେ ଏହା ଝଡ଼ ଆଣିବ ବୋଲି କହିଛନ୍ତି...

ଭୁବନେଶ୍ୱରରୁ ଆଜି ପୁଣି ୫ ପଜିିଟିଭ୍‌ ଚିହ୍ନଟ: ୭ ସୁସ୍ଥ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ସକାଳୁ ପଇଡ ପାଣି ପିଇଲେ ମିଳିବ ଏହିସବୁ ଫାଇଦା

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week